ବିପଦରେ କେଦାରନାଥ ମନ୍ଦିର: ଗତ ୯ ଦିନ ମଧ୍ୟରେ ତିନିଥର ହୋଇଛି ହିମସ୍ଖଳନ, ଅନୁସନ୍ଧାନରେ ନିୟୋଜିତ ବୈଜ୍ଞାନିକ ଟିମ୍

ପୃଥିବୀର ସ୍ୱର୍ଗ ହେଉଛି କେଦାରନାଥ ମନ୍ଦିର। ଏଠାକୁ ଦେଶ ବିଦେଶରୁ ଅନେକ ଲୋକ ଆସନ୍ତି। ଯେତେ ଅସୁବିଧା ଥିଲେ ବି ଏହି ସ୍ଥାନକୁ ଭକ୍ତଙ୍କ ସୂଅ ଛୁଟିଥାଏ। ଦିନକୁ ହଜାର ହଜାର ଭକ୍ତ ଏଠାକୁ ଆସନ୍ତି ବାବା କେଦରଙ୍କ ଦର୍ଶନପାଇଁ । କାରଣ ଚାରି ଧାମ ମଧ୍ୟରୁ ଏହି ଧାମ ଅନ୍ୟତମ କିନ୍ତୁ ଏହା ଯେତେ ସୁନ୍ଦର୍ ଏହି ସ୍ଥାନକୁ ଯିବା ସେତିକି ବିପଦପୂର୍ଣ୍ଣ। କାରଣ ଉତ୍ତରାଖଣ୍ଡର କେଦାରନାଥ ଧାମରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ମୁଣ୍ଡ ଟେକିଥାଏ। ଭୂସ୍ଖଳନ ସହିତ ହିମସ୍ଖଳନ ମଧ୍ୟ ଏଠାରେ ବାରମ୍ବାର ହୁଏ। ତେବେ ବର୍ତ୍ତମାନ ମଧ୍ୟ ପ୍ରାୟ ନଅ ଦିନରେ ତିନିଥର ଏଠାରେ ଭୂସ୍ଖଳନ ଆସିଛି। ଏହି କାରଣରୁ ବୃଷ୍ଟିପାତ ମଧ୍ୟ ଏହି ସ୍ଥାନରେ ହେଉଛି। ତେବେ ଏହି ବିପର୍ଯ୍ୟର କାରଣ ଜାଣିବା ପାଇଁ ବୈଜ୍ଞାନିକମାନେ ଅନୁସନ୍ଧାନରେ ନିୟୋଜିତ ଅଛନ୍ତି।

କେଦାରନାଥରେ ଏପରି ବୃଷ୍ଟିପାତ ପାଇଁ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି। ଏହା ବଡ଼ ବଡ଼ ରାଜନେତା ଓ ଭୂ – ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଭାରତର ଉତ୍ତରପ୍ରଦେଶରେ ଦେବଭୂମି ନାମରେ ଜଣାଶୁଣା ହେଉଛି କେଦାରନାଥ ମନ୍ଦିର। ଏଠାରେ ବର୍ତ୍ତମାନ ଏକ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରାଯାଉଛି। କାରଣ କେଦାରନାଥ ଧାମ ନିକଟରେ ନଅ ଦିନରେ ତିନିଥର ଭୂମି ଭୁଶୁଡ଼ି ପଡିଛି। ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟ (Institute of Himalayan Geology) ଭୂବିଜ୍ଞାନର ବୈଜ୍ଞାନିକମାନେ ଏହାର କାରଣ ଖୋଜୁଛନ୍ତି।

Kedarnath
picture credit – Google pay

ଯେତେବେଳେ ପର୍ବତର ଶିଖରରେ ଜମା ହୋଇଥିବା ବରଫ ନିଜ ସ୍ଥାନରୁ ଖସିବା ଆରମ୍ଭ କରେ ଏବଂ ଦ୍ରୁତ ଗତିରେ ଖସିବା ଆରମ୍ଭ କରେ, ଏହାକୁ ହିମସ୍ଖାଲନ କୁହାଯାଏ। ଗତ ଶନିବାର ଅର୍ଥାତ ଅକ୍ଟୋବର ୨ ତାରିଖରେ କେଦାରନାଥରେ ଏହି ଭୂସ୍ଖଳନ ଆସିଥିଲା। କେଦାରନାଥ ଧାମଠାରୁ ପ୍ରାୟ ସାତ କିଲୋମିଟର ଦୂରରେ ହଜାର ହଜାର ଟନ୍ ବରଫ ପର୍ବତରୁ ଖସି ଯାଇଥିଲା। ଏଥି ସହିତ, ସେପ୍ଟେମ୍ବର ୨୨ ରେ, କେଦାରନାଥଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ଚୌରାବାଡ଼ି ହ୍ରଦ ନିକଟରେ ଥିବା ଏକ ଗ୍ଲେସିୟର ରହୁଥିବା ଖାଲ ସ୍ଥାନରେ ଭୂସ୍ଖଳନ ଆସିଥିଲା।

ବୈଜ୍ଞାନିକ କରୁଛନ୍ତି ଅନୁସନ୍ଧାନ:
କୁହାଯାଉଛି ଯେ ଏହି ଭୂସ୍ଖଳନରେ କାହାର ମୃତ୍ୟୁ ହୋଇ ନାହିଁ କିନ୍ତୁ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ଏନଡିଆରଏଫକୁ ସତର୍କ ରହିବାକୁ କହିଛି। କେଦାରନାଥ ଧାମ ନିକଟରେ ବାରମ୍ବାର ଖାଲଖମା ବା ଭୂସ୍ଖଳନ ହେବା ପରେ ବୈଜ୍ଞାନିକମାନେ ମଧ୍ୟ ସତର୍କ ହୋଇଯାଇଛନ୍ତି। ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟ ଜିଓଲୋଜି ଏବଂ ରିମୋଟ ସେନ୍ସିଂ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଚୌରାବାଡ଼ି ଗ୍ଲାସିଅର୍ ଉପରେ ଗବେଷଣା ପାଇଁ ଚୌରାବାଡ଼ି ପହଞ୍ଚିଛନ୍ତି।

ତେବେ କହିବାକୁ ଗଲେ ୨୦୧୩ ମସିହାରେ ମଧ୍ୟ ଚୌରାବାଡି ଗ୍ଲାସିଅର ର୍କେଦାରନାଥ ଧାମରେ ​​ହଇଚଇ ସୃଷ୍ଟି କରକରିଥିଲା। ସେହି ବିନାଶକୁ ମନେ ପକାଇଲେ ଦେହ ଥରି ଉଠେ। ୨୯୧୩ ମସିହାରେ କେଦାରନାଥ ଠାରେ ଜୁନ୍ ୧୩ ରୁ ୧୭ ମଧ୍ୟରେ ବର୍ଷା କମ୍ ହୋଇନଥିଲା। ଏହି କାରଣରୁ ଚୌରାବାଡି ଗ୍ଲେସିୟର ତରଳିବା ଆରମ୍ଭ କରିଥିଲା, ଯେଉଁଥିପାଇଁ ମନ୍ଦାକିନୀ ନଦୀରେ ବନ୍ୟା ଆସିଥିଲା।

ଏମିତିକି ନଦୀର ବନ୍ୟା ପ୍ରଳୟଙ୍କାରୀ ଭାବେ ପ୍ରମାଣିତ ହୋଇଥିଲା। ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମ ନେପାଳର ଏକ ଅଂଶ ମଧ୍ୟ ଏହାର ଅଧୀନରେ ଆସିଥିଲା। ଏହି କାରଣରୁ ଭୂସ୍ଖଳନ ମଧ୍ୟ ହୋଇଥିଲା। ବନ୍ୟାରେ କ୍ୱିଣ୍ଟାଲ ଓଜନ ବିଶିଷ୍ଟ ପଥରଗୁଡିକ ଭାସି ଆସି ପ୍ରଳୟ ସୃଷ୍ଟି କରିଥିଲେ। କେଦାରନାଥ ଧାମରେ ​​ହୋଇଥିବା ବନ୍ୟାରେ ପ୍ରାୟ ୫୦୦୦ ଲୋକ ପ୍ରାଣ ହରାଇଥିଲେ। ୧୫୦ ରୁ ଅଧିକ ପୋଲ ଭାଙ୍ଗି ଯାଇଥିଲା ଓ ଶହେରୁ ଅଧିକ ଛୋଟ ଏବଂ ବଡ ସହର ମଧ୍ୟ ଭାସି ଯାଇଥିଲା। ଶହ ଶହ କିଲୋମିଟର ରାସ୍ତା ଭାଙ୍ଗି ଯାଇଥିଲା।

ତେବେ ରିପୋର୍ଟ ଅନୁଯାୟୀ, ୧୩ ହଜାର ହେକ୍ଟରରୁ ଅଧିକ କୃଷି ଜମି କ୍ଷତିଗ୍ରସ୍ତ ହୋଇଥିଲା, ନଅଟି ଜାତୀୟ ରାଜପଥ, ୩୫ ଟି ରାଜ୍ୟ ରାଜପଥ, ୨୩୮୫ ଟି ସଡକ, ୮୬ ଟି ଗାଡି ବ୍ରିଜ ଏବଂ ୧୭୨ ଟି ଛୋଟ ସେତୁ ନଷ୍ଟ ହୋଇଯାଇଥିଲା। ଏମିତିକି ଲୋକମାନେ ଏହି ପ୍ରାକୃତିକ ବିପର୍ଯ୍ୟରୁ ବଞ୍ଚିବା ପାଇଁ ସୁଯୋଗ ମଧ୍ୟ ପାଇଲେ ନାହିଁ। ତେବେ ବର୍ତ୍ତମାନ ମଧ୍ୟ ଏପରି କିଛି ହେବାକୁ ଯାଇଛି ବୋଲି ବୈଜ୍ଞାନିକ ମାନେ ଅନୁସନ୍ଧାନ କରୁଛନ୍ତି। ସେଥିପାଇଁ କେଦାରନାଥ ଠାରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଉଛି।

 

Leave A Reply

Your email address will not be published.