ଠାକୁରଙ୍କ ପୂଜା ଫୁଲକୁ ଏମିତି ସାଇତି ରଖନ୍ତୁ, ନଚେତ୍‌ ଲାଗିପାରେ ପାପ

ଆପଣ ଲକ୍ଷ୍ୟ କରିଥିବେ ଯେ ବେଳେ ବେଳେ ମନ୍ଦିରରେ ପୂଜାରୀ ଆମକୁ ଠାକୁରଙ୍କ ଚରଣରୁ ଫୁଲ କିମ୍ବା ଫୁଲ ମାଳ ଆଣି ଦେଇଥାନ୍ତି। ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲ କିମ୍ବା ମାଳକୁ ସାଧାରଣତଃ ଆମେ ଘରକୁ ନେଇ ଆସିଥାଉ। କିନ୍ତୁ କିଛି ଦିନ ପରେ ଏହି ଫୁଲ ଶୁଖି ଯିବା ପରେ ଲୋକେ ଭାବନ୍ତି ଏହି ଶୁଖିଲା ଫୁଲକୁ କଣ କରିବେ। ମନ୍ଦିରରୁ ମିଳିଥିବା ଏହି ଫୁଲକୁ ଭୁଲ ବ୍ୟବହାର କଲେ ବ୍ୟକ୍ତି ପାପର ଭାଗିଦାର ହୋଇଥାନ୍ତି ବୋଲି କୁହାଯାଏ। ତେବେ ଠାକୁରଙ୍କ ଚରଣରୁ ପାଇଥିବା ଏହି ଫୁଲକୁ କଣ କରିବା ଉଚିତ ଆଜି ଆମେ ଜଣାଇବୁ।

ମନ୍ଦିରରୁ ଆଣିଥିବା ଫୁଲ ଶୁଖିଯିବା ପରେ ତାକୁ ଏକ କପଡ଼ାରେ ବାନ୍ଧି ଘରର ଆଲମିରା କିମ୍ବା ଟ୍ରେଜେରିରେ ରଖି ଦେବା ଉଚିତ। ଏହାଦ୍ୱାରା ଫୁଲର ସକାରାତ୍ମକ ଶକ୍ତି ଘରେ ହିଁ ରହିଥାଏ।

fulaବେଳେ ବେଳେ ଆମେ କୌଣସି ତୀର୍ଥ ସ୍ଥାନ କିମ୍ବା କୌଣସି ମନ୍ଦିର ଦର୍ଶନ ପାଇଁ ଯାଇଥାଉ ମନ୍ଦିର ପୂଜାରୀ ଭଗବାନଙ୍କ ଚରଣରୁ ଫୁଲ ଆଣି ଦେଇଥାନ୍ତି। ସେତେବେଳେ ଲୋକେ ଚିନ୍ତିତ ହୋଇ ପଡନ୍ତି ଯେ ଏହି ଫୁଲକୁ କଣ କରାଯିବ। ଘରେ ପହଞ୍ଚୁ ପହଞ୍ଚୁ ତ ଏହି ଫୁଲ ଶୁଖିଯିବା।ଏହିଭଳି ସ୍ଥିତିରେ ଏହି ଫୁଲକୁ ହାତରେ ରଖି ଶୁଙ୍ଘି ନେବା ଉଚିତ। ଶୁଙ୍ଘିବା ପରେ କୌଣସି ଗଛ ତଳେ କିମ୍ବା ନଦୀରେ ପ୍ରବାହିତ କରିଦେବା ଉଚିତ। ଶୁଙ୍ଘିବା ଦ୍ୱାରା ଫୁଲର ସକାରାତ୍ମକ ଶକ୍ତି ଶରୀରକ ଚାଲି ଆସିଥାଏ। ଏହାପରେ ଏହି ଫୁଲକୁ କୌଣସି ନଦୀରେ ପ୍ରବାହିତ କରିଦେବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.