ଓଡିଶା ବଜାରରେ କସମ ଏକ ପରିଚିତ ନାଁ କେମିତି ହେଲା, ଜାଣନ୍ତୁ କଣ ଏହି କସମ

କନ୍ଧମାଳ (କେନ୍ୟୁଜ) : ଓଡିଶା ବଜାରରେ କସମ ଏକ ପରିଚିତ ନାଁ । ହଳଦୀ,ସୋରିଷ,ମସଲା ଜାତୀୟ ଦ୍ରବ୍ଯ,ମହୁ ଓ ବନ୍ୟ ଜାତ ଦ୍ରବ୍ଯକୁ ରାଜ୍ଯ ତଥା ରାଜ୍ଯ ବାହାରକୁ ରପ୍ତାନି କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଛି। କନ୍ଧମାଳ ଚାଷୀଙ୍କ ଠାରୁ ଉଚିତ ଦାମରେ କଞ୍ଚାମାଲ କିଣି ସେଗୁଡିକୁ ପୋଷେସିଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚାଇବା ଏହାର କାର୍ଯ୍ଯ । କନ୍ଧମାଳ ହଳଦୀକୁ ବିଶ୍ୱ ଦରବାରରେ ପହଞ୍ଚାଇ ଆଦୃତ କରିପାରିଛି । କନ୍ଧମାଳ ହଳଦୀ 2020 ରେ ଜିଆଇ ମାନ୍ଯତା ପାଇଲା ପରେ କସମ କନ୍ଧମାଳ ହଳଦୀକୁ ବିଶ୍ୱ ବଜାରରେ ପହଞ୍ଚାଇ କନ୍ଧମାଳକୁ ବିଶ୍ୱ ବଜାରରେ ପରିଚିତ କରିଥିଲା। ଏପଟେ କନ୍ଧମାଳର ଉତ୍ପାଦିତ ଦ୍ରବ୍ଯ , ମସଲା ଓ ବନ୍ଯ ଜାତୀୟ ଦ୍ରବ୍ଯ କୁ ଉଚ୍ଚ ମାନର କରି ଫୁଲବାଣୀ ଓ ଭୁବନେଶ୍ୱର ଠାରେ ବିକ୍ରୟ କେନ୍ଦ୍ର ମାନ ସ୍ଥାପନ କରି ସୁଲଭ ମୂଲ୍ୟରେ ଲୋକଙ୍କୁ ଯୋଗାଇ ଦେଉଛି ।

ମସଲା ଜଗତରେ ଏକ ପରିଚିତ ନାମ କନ୍ଧମାଳର କସମ ଅନୁଷ୍ଠାନ। ପୂର୍ବରୁ କନ୍ଧମାଳର ପାରମ୍ପରିକ ଚାଷୀ ସୋରିଷ ଓ ହଳଦୀ ପାରମ୍ପରିକ ପଦ୍ଧତିରେ ଚାଷ କରୁଥିଲେ । କିନ୍ତୁ ମାର୍କେଟିଂଗର ସୁବିଧା ନଥିବାରୁ ସାହୁକାର ମାନେ ସେମାନଙ୍କ ଠାରୁ କମ ଦାମ ରେ କିଣି ନେଉଥିବାରୁ ଚାଷୀ କ୍ଷତି ସାହୁଥିଲେ । ଏବଂ ଚାଷୀ ହଳଦୀ ସୋରିଷ ଚାଷରୁ ମୁହଁ ଫେରାଉଥିଲେ । ରାଜ୍ଯ ସରକାର ଏକ ଯୋଜନା ମାଧ୍ୟମରେ ଚାଷୀଙ୍କୁ କ୍ଷତିରୁ ବଞ୍ଚାଇବାକୁ ଓ ଚାଷ ଜମିର ଦିନକୁ ଦିନ ଗୁଣବତ୍ତା କମିଯାଉଥିବାରୁ ତାହା କିପରି ରୋକାଯାଇ ପାରିବ ଚେଷ୍ଠା କରି ଏକ ପ୍ରୋଜେକ୍ଟ ଆରମ୍ଭ କରି ଚାଷୀ ମାନଙ୍କ ପଞ୍ଜୀକୃତ ଆରମ୍ଭ କରିଥିଲେ । ପ୍ରଥମ ପର୍ଯ୍ଯାୟରେ 5 ଟି ବ୍ଲକ ତଥା ନୂଆଗାଁ ,ରାଇକିଆ , ଜି ଉଦୟଗିରୀ , ଫିରିଙ୍ଗିଆ ଓ ଦାରିଙ୍ଗିବାଡି ର 61 ଗ୍ରୁପ ର 12 ହଜାର ଚାଷୀ ପଞ୍ଜୀକୃତ କରିଥିଲେ । ଏହି କାର୍ଯ୍ଯ 1999 ରେ ସମାପ୍ତ ହୋଇଥିଲା ।

ତତ୍କାଳୀନ କନ୍ଧମାଳ ଜିଲ୍ଲାପାଳ ମଧୁସୂଦନ ପାଢୀ ଏହାକୁ ନେଇ ଏକ ଏପେକ୍ସ ବଡି ଗଠନ କରି ଏହାର ନାମ କନ୍ଧମାଳ ସ୍ପାଇସେସ ଏସୋଶେଷନ ମାର୍କେଟିଙ୍ଗ(କସମ) ନାମରେ ନାମିତ କରିବାକୁ ପରାମର୍ଶ ଦେଇଥିଲେ। ଏହାର ମୁଖ୍ଯ ଉଦେଶ୍ଯ ଥିଲା ଏହି ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ଉତ୍ପାଦିତ ଦ୍ରବ୍ଯ କ୍ରୟ କରି ବାହାର ବଜାରରେ ବିକ୍ରି କରି ଲାଭାଂଶ କୁ ଚାଷୀ ମାନଙ୍କୁ ହସ୍ତାନ୍ତର କରିବା । 2005 ରେ କସମ ହଳଦୀ ର ମାନବୃଦ୍ଧି ପାଇଁ ଜୈବିକ ଅର୍ଗାନିକ ପ୍ରଡ଼କସନ ରେ ମନ ନିବେଶ କରି ଚାଷୀ ଙ୍କୁ ଆଧୁନିକ ପ୍ରଣାଳୀ ରେ ପୋଷେସିଙ୍ଗ କରିବା ପାଇଁ ଯନ୍ତ୍ରାଂଶ ଯୋଗାଇ ଦେଇ ତାଙ୍କୁ ତାଲିମ ଦେଇ ଥିଲା । ଯାହା ଫଳରେ ସେମାନେ ଅଧିକ ଉତ୍ପାଦନ କରି ଅଧିକ ଦାମରେ ବିକ୍ରି କରି ଲାଭବାନ ହୋଇପାରିଲେ । ଏବଂ 2020 ଏପ୍ରିଲ 1 ତାରିଖରେ କସମ କନ୍ଧମାଳ ହଳଦୀରେ ଜିଆଇ ମାନ୍ଯତା ପାଇଥିଲା ।

କନ୍ଧମାଳ ହଳଦୀ ଜି ଆଇ ମାନ୍ଯତା ପାଇଲା ପରେ କନ୍ଧମାଳ ହଳଦୀ ର ଚାହିଦା ବଢିବା ସହ କସମ ର ନାଁ ମଧ୍ୟ ଦେଶବିଦେଶ ରେ ଖ୍ୟାତି ଅର୍ଜନ କରିଥିଲା। କସମ କେବଳ ହଳଦୀ କାହିଁକି ସମସ୍ତ ମସଲାଜାତ ଦ୍ରବ୍ଯ ତଥା ଜୀରା ଧନିଆ , ସୋରିଷ ଗୋଲମରୀଚ ମହୁ, ମଣ୍ଡିଆ କଳାଧାନ, (ବ୍ଲାକ ରାଇସ) ଝୁଣା , ପଲଉ , ମସଲା ,ଲଙ୍କାଗୁଣ୍ଡ ଫୁଲ ଝାଡୁ ଆଦି କନ୍ଧମାଳର ଚାଷୀ ମାନଙ୍କ ଠାରୁ ଉଚିତ ଦାମ ରେ କ୍ରୟ କରି ସେଗୁଡିକୁ ନିଜ ପ୍ରୋସେସିଂ ୟୁନିଟ ରେ ପୋଷେସିଙ୍ଗ କରି ସେ ଗୁଡିକର ଗୁଣବତ୍ତା ବୃଦ୍ଧି କରି ସେଗୁଡିକୁ କନ୍ଧମାଳ ରୁ ଓଡିଶା ତଥା ଭରତ ଓ ବିଶ୍ୱ ବଜାରକୁ ରପ୍ତାନି କରୁଛି । ଓଡିଶା ବଜାର ରେ ତିନୋଟି କାଉଣ୍ଟର ତଥା ଫୁଲବାଣୀ ,ଭୁବନେଶ୍ଵର ଓ ଦାରିଙ୍ଗିବାଡି ଠାରେ ଖୋଲି ରିହାତି ମୁଲ୍ଯ ରେ ଗ୍ରାହକ ଙ୍କୁ ଯୋଗାଇ ଦେଉଛି । କସମ ବିକ୍ରି କରୁଥିବା ଦ୍ରବ୍ଯର ଗୁଣ ବତ୍ତା ଅଧିକ ଥିବାରୁ ବିଶ୍ୱ ବଜାରରେ ହଳଦୀ ଓ ମସଲା ଜାତୀୟ ଦ୍ରବ୍ଯ ପାଇଁ ଏକ ସ୍ୱତନ୍ତ ସ୍ଥାନ ତିଆରି କରି କନ୍ଧମାଳକୁ ବିଶ୍ୱରେ ପରିଚିତ କରି ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.