ଦୁନିଆର ଏହି ବିଚିତ୍ର ଜୀବକୁ ମିଳିଛି ଅମରତ୍ତ୍ବର ବରଦାନ, ଜାଣନ୍ତୁ କଣ ଏହାର ବିଶେଷତ୍ୱ

ଏ ଧରା ପୃଷ୍ଠରେ ଯିଏ ଜନ୍ମ ଗ୍ରହଣ କରିଛି ତାର ମୃତ୍ୟୁ ସୁନିଶ୍ଚିତ। ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଆପଣ ଜାଣିପାରିବେ ଯେ ଏଠି କେହିବି ଅମର ହୋଇ ରହି ନାହାନ୍ତି । ସ୍ୱୟଂ ଭଗବାନ ମଧ୍ୟ ଅବତାର ଗ୍ରହଣ କଲା ପରେ ମୃତ୍ୟୁବରଣ କରିଛନ୍ତି । ତେଣୁ ଓଡ଼ିଆରେ ଏକ ପ୍ରବାଦ ରହିଛି, “ମର୍ତ୍ତ୍ଯ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ”। କିନ୍ତୁ ଆମେ ଯଦି କହୁ ଏ ଦୁନିଆରେ ଏମିତି ଏକ ବିଚିତ୍ର ଜୀବ ଅଛି ଯିଏ କି ଅମର, ଯାର ମୃତ୍ୟୁ କେବେ ବି ହୁଏ ନାହିଁ, ତେବେ ହୁଏତ ଆପଣ ଏ କଥାକୁ ବିଶ୍ୱାସ କରି ନ ପାରନ୍ତି। କିନ୍ତୁ ଏହା ସତ। ତେବେ ଆସନ୍ତୁ ଜାଣିବା କିଏ ଏହି ବିଚିତ୍ର ଜୀବ।

jelly fish

ତେବେ ଦୁନିଆର ଏହି ବିଚିତ୍ର ଜୀବ ହେଉଛି ଜେଲିଫିଶ ଯିଏ କି ସମୁଦ୍ରର ଅତଳ ଜଳରାଶିରେ ବାସ କରିଥାଏ ଏବଂ ମନୁଷ୍ୟର ନଜରରୁ ନିଜକୁ ଦୁରେଇ ରଖିଥାଏ। ଦେଖିବାକୁ ଅତ୍ୟନ୍ତ ସ୍ୱଚ୍ଛ ଏବଂ କୋମଳମତି ହୋଇଥିବା ମାଛ ପ୍ରଜାତିର ଏହି ଜୀବ ବାସ୍ତବରେ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥାଏ। ଏହାର ଦଂଶନରେ ଯେ କୌଣସି ମାତ୍ର ନିମିଷକରେ ମୃତ୍ୟୁ ବରଣ କରିଥାଏ। ଦୁନିଆରେ ପ୍ରାୟ ୧୫୦୦ ପ୍ରଜାତିର ଜେଲିଫିଶ ଥିବାବେଳେ ପୃଥିବୀରେ ଏମାନଙ୍କର ଅସ୍ତିତ୍ଵକୁ ସର୍ବପୁରାତନ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଦୁନିଆରେ ଏମାନଙ୍କର ଅସ୍ତିତ୍ୱ ମନୁଷ୍ୟଠାରୁ ମଧ୍ୟ ପୁରାତନ ଏବଂ ଏମାନେ ପୃଥିବୀରେ ଡାଇନୋସର କାଳରୁ ବସବାସ କରି ଆସୁଛନ୍ତି ।

ନିଶ୍ଚିତ ପଢ଼ନ୍ତୁ: ବାଳିକା ଆଖିରୁ ବାହାରୁଛି ତମ୍ବା ଓ କାଠ ଗୁଣ୍ଡ ! ଦୈବୀଶକ୍ତିର ପ୍ରକୋପ ବୋଲି କହିଲେ ଲୋକେ

ଜେଲିଫିଶକୁ ଅମର ବୋଲି କହିବାର କାରଣ ଏହା ଯେ ଯଦି ଏହି ବିଚିତ୍ର ଜୀବକୁ ଦୁଇଭାଗ କରି କାଟି ଦିଆଯାଏ ତେବେ ଏହା ମରେ ନାହିଁ, ବରୋଉଁ ଦୁଇ ଭାଗରୁ ଦୁଇଟି ଜେଲିଫିଶ ଜନ୍ମଗ୍ରହଣ କରିଥାଏ। ଏହା ଦୁନିଆର ଏକମାତ୍ର ମାଛ ପ୍ରଜାତିର ଜୀବ ଯାହାର ଶରୀରରେ ଶତକଡା ୯୫ ଭାଗ ଜଳ ରହିଥାଏ ଏବଂ ଏଥିପାଇଁ ଏହା ଦେଖିବାକୁ ଏତେ ସ୍ୱଚ୍ଛ ହୋଇଥାଏ। ଏହା ବି କୁହାଯାଏ ଯେ ଜେଲିଫିଶର ମସ୍ତିଷ୍କ ନ ଥାଏ ଏବଂ ଏଥିପାଇଁ ସର୍ବଦା ଏହାର ଚତୁଃର୍ପାର୍ଶ୍ୱରେ ଛୋଟ ବଡ ମାଛନଙ୍କର ସମାଗମ ଦେଖିବାକୁ ମିଳିଥାଏ। ଏମାନଙ୍କ ମେଳାରେ ଜେଲିଫିଶ ନିଜକୁ ଖୁବ ସୁରକ୍ଷିତ ମନେ କରିଥାଏ।

jellyfish

ଜେଲିଫିଶର ଲମ୍ବ ପ୍ରାୟତଃ ୬ ଫୁଟ ହୋଇଥିବା ବେଳେ ଏହାର ଓଜନ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଆଜିପର୍ଯ୍ୟନ୍ତ ଦୁନିଆର ସବୁଠାରୁ ବଡ ଜେଲିଫିଶ ଆମେରିକାର ସମୁଦ୍ର ମଧ୍ୟରେ ଦେଖିବାକୁ ମିଳିଥିଲା ଯାହାର ଦର୍ଘ୍ୟ ୭.୬ ଫୁଟ ଏବଂ ଏହାର ନିଶ ୧୨୦ ଫୁଟ ଲମ୍ବା ଥିଲା। ଯଦିଓ ଜେଲିଫିଶ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହୋଇଥାଏ, କିନ୍ତୁ ଏହାର ନିଶ ଅତ୍ୟନ୍ତ ବିଷାକ୍ତ ହୋଇଥାଏ । ଯଦି ଭୁଲବଶତଃ ବି ଏହା କୌଣସି ମନୁଷ୍ୟର ଶରୀରକୁ ଛୁଇଁଯାଏ ତେବେ ତତ୍କାଳ ଚିକିତ୍ସାର ଆବଶ୍ୟକତା ପଡିଥାଏ, ନଚେତ ସେ ବ୍ୟକ୍ତି ଖୁବ ଜଲଦି ମୃତ୍ୟୁବରଣ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.