ଜାଣନ୍ତୁ, ଜନ୍ମାଷ୍ଟମୀରେ କାହିଁକି ଦେଖିବା ଉଚିତ୍‌ ନୁହେଁ ଶ୍ରୀକୃଷ୍ଣଙ୍କ ପିଠି…

ଆଜି ଅଗଷ୍ଟ ୧୮ରେ ସାରା ଦେଶରେ ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଏହି ଦିନ ଶ୍ରୀକୃଷ୍ଣଙ୍କୁ ଶୃଙ୍ଗାର କରି ତାଙ୍କୁ ବିଧିବଦ୍ଧ ଭାବେ ପୂଜା କରାଯାଇଥାଏ। ତାଙ୍କ ଭକ୍ତମାନେ ପୂରା ଦିନ ଉପବାସ କରି ବ୍ରତ ପାଳନ କରି ଥାଆନ୍ତି ଏବଂ ମଧ୍ୟରାତ୍ରିରେ ଭଗବାନଙ୍କୁ ପଞ୍ଚାମୃତ ଭୋଗ ଲଗାଇ ଥାଆନ୍ତି। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଅନେକ ଲୋକ ଜଣା ଅଜାଣତରେ ବଡ଼ ଭୁଲ୍‌ କରି ବସନ୍ତି। ଜ୍ୟୋତିଷଙ୍କ କହିବା ଅନୁସାରେ, ଏହି ପବିତ୍ର ଦିନରେ କିଛି ନିୟମ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍‌। ଆସନ୍ତୁ ଜାଣିବା…

୧. ଶ୍ରୀକୃଷ୍ଣଙ୍କ ପିଠି:

ମନ୍ଦିରରେ ଭୁଲ୍‌ରେ ବି ଭଗବାନ ଶ୍ରୀକୃଷ୍ଣଙ୍କ ପିଠିକୁ ଦର୍ଶନ କରିବା ଉଚିତ୍‌ ନୁହେଁ। ଶ୍ରୀକୃଷ୍ଣଙ୍କ ପିଠିକୁ ଦର୍ଶନ କଲେ ମଣିଷର ପୁଣ୍ୟ କମ୍‌ ହୋଇ ଯାଇଥାଏ। ଏମିତି ବି କୁହାଯାଏ, ଶ୍ରୀକୃଷ୍ଣଙ୍କ ପିଠି ଉପରେ ଅଧର୍ମର ବାସ ହୋଇଥାଏ, ଯାହାକୁ ଦର୍ଶନ କଲେ ଅଧର୍ମ ବଢ଼ିଥାଏ।

୨. ତୁଳସୀ ପତ୍ର:

ଜନ୍ମାଷ୍ଟମୀ ଦିନ ଭୁଲ୍‌ରେ ବି ତୁଳସୀ ପତ୍ର ଛିଣ୍ଡାଇବା ଉଚିତ୍‌ ନୁହେଁ। ଶ୍ରୀକୃଷ୍ଣଙ୍କୁ ବିଷ୍ଣୁଙ୍କ ପୂର୍ଣ୍ଣ ଅବତାର କୁହାଯାଏ ଏବଂ ଭଗବାନ ବିଷ୍ଣୁଙ୍କର ତୁଳସୀ ଅତି ପ୍ରିୟ ହୋଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀରେ ଭଗବାନ ବିଷ୍ଣୁଙ୍କ ବିଗ୍ରହ ରୂପୀ ଶାଳଗ୍ରାମ ସହ ତୁଳସୀଙ୍କର ବିବାହ କରାଯାଇଥାଏ।

୪. ଚାଉଳ/ଭାତ:

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, ଜନ୍ମାଷ୍ଟମୀ ଦିନ ଚାଉଳ ବା ଭାତ ସେବନ କରିବା ଉଚିତ୍‌ ନୁହେଁ। ଜନ୍ମାଷ୍ଟମୀ ଭଳି ଏକାଦଶୀରେ ବି ଭାତ ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ।

୫. ପିଆଜ/ରସୁଣ:

ଜନ୍ମାଷ୍ଟମୀରେ ତାମସିକ ଭୋଜନ ସେବନ କରିବା ଉଚିତ୍‌ ନୁହେଁ। ଏହି ଦିନ ମଦ, ମାଂସ ମଧ୍ୟ ଖାଆନ୍ତୁ ନାହିଁ। ଆପଣ ଜଳ ଆହାର କିମ୍ବା ଫଳ ଆହାର କରି ଜନ୍ମାଷ୍ଟମୀ ବ୍ରତ ରଖି ପାରିବେ।

୬. କଳା ରଙ୍ଗର ସାମଗ୍ରୀ:

ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ କଳା ରଙ୍ଗର କୌଣସି ବି ସାମଗ୍ରୀ ଅର୍ପଣ କରନ୍ତୁ ନାହିଁ। ଏଥି ସହିତ କଳା ରଙ୍ଗର କପଡ଼ା ପିନ୍ଧି ଭଗବାନଙ୍କୁ ପୂଜା କରନ୍ତୁ ନାହିଁ। କଳା ରଙ୍ଗକୁ ସାଧାରଣତଃ ଅଶୁଭ ଏବଂ ଦୁଃଖର ପ୍ରତୀକ ବୋଲି କୁହାଯାଏ।

ପୂଜା ବିଧି

ଜନ୍ମାଷ୍ଟମୀ ଦିନ ଘରେ ବାଳକୃଷ୍ଣଙ୍କୁ ସ୍ଥାପନ କରନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ସୁଖ-ଶାନ୍ତି ପାଇଁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ କରିବା ଭଲ। ସନ୍ତାନ ପ୍ରାପ୍ତି ନିମନ୍ତେ ବାଳକୃଷ୍ଣଙ୍କ ମୂର୍ତ୍ତି ପୂଜା କରନ୍ତୁ।

Leave A Reply

Your email address will not be published.