ଚାଣକ୍ୟ ନୀତି : ପଶୁ-ପକ୍ଷୀ ଶିଖାନ୍ତି ଜୀବନ ଜିଇଁବାର ଗୁଣ,ଜାଣନ୍ତୁ କ’ଣ କହୁଛି ନୀତି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଜ୍ଞାନ ଯେଉଁଠୁ ଓ ଯେମିତି ମିଳୁ ତାକୁ ଆହରଣ କରିନେବା ଜରୁରୀ । ଚାଣକ୍ୟ ତାଙ୍କ ନୀତିରେ ପଶୁ-ପକ୍ଷୀଙ୍କ ଠାରୁ ମଧ୍ୟ କିଛି ଶିଖିବାକୁ ମିଳିଥାଏ ବୋଲି ଏଠାରେ କେତେକ ପଶୁ ପକ୍ଷୀଙ୍କ ଗୁଣ ଉଲ୍ଲେଖ କରିଛନ୍ତି । ଯାହାକୁ ମନୁଷ୍ୟ ଶିଖିବା ଉଚିତ୍‌ । ଏବଂ ଏହାକୁ ଜୀବନରେ ଲଗାଇ ସଫଳତା ପାଇ ପାରିବେ ।

ଗଧ ଠାରୁ ଶିଖିବାକୁ ହୁଏ ସନ୍ତୁଷ୍ଟ ଭାବ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେମିତି ଗଧ ମଧ୍ୟରେ ଗୁଣ ରହିଥାଏ ଯେ ସେ ଥଣ୍ଡା ଓ ଗରମ ଜାଣି ମଧ୍ୟ ଅତ୍ୟନ୍ତ ଥକିଯାଇ ମଧ୍ୟ ବୋଝ ବୋହିଥାଏ । ହେଲେ ସେ କେବେ ତାର କାମକୁ ନେଇ ଅସନ୍ତୁଷ୍ଟ ନଥାଏ । ସେହିପରି ମନୁଷ୍ୟକୁ ବି ଜୀବନରେ ଲଗାତାର ଆଗେ ବଢ଼ିବାପାଇଁ ସହନଶୀଳତା ଓ ସନ୍ତୁଷ୍ଟ ଭାବ ରଖିବା ଉଚିତ୍‌ ।

ବଗ ଶିଖାଇ ଥାଏ ସଂଯମ ରହିବା

ଚାଣକ୍ୟ ନୀତି ଅନୁଯାୟୀ ଯେଉଁ ବ୍ୟକ୍ତି ନିଜର ସବୁ ଇନ୍ଦ୍ରୀୟ ଉପରେ ବିଜୟ ପ୍ରାପ୍ତ କରିଥାନ୍ତି ସେ ଜୀବନର ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥାନ୍ତି । ଯେମିତି ବଗୁଲୀ ତାର ସବୁ ଇନ୍ଦ୍ରିୟକୁ ସଂଯମ କରି ତା’ର ଶିକାର କରିଥାଏ । ସେହିପରି ମନୁଷ୍ୟକୁ ନିଜର ଦକ୍ଷତା, ପରିସ୍ଥିତି, ସମୟ ଓ ଯାଗାକୁ ଭଲ ଭାବେ ବୁଝିକରି ସବୁ କାର୍ଯ୍ୟ କରିବା କଥା । ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ବଗ ଠାରୁ ଏହି ଗୁଣ ଶିଖିକରି ଏକାଗ୍ରତା ସହିତ କାମ କରିଥାନ୍ତି ତାଙ୍କୁ ସଫଳତା ଜରୁର ମିଳିଥାଏ ।

Leave A Reply

Your email address will not be published.