ମହାକାଳେଶ୍ୱରଙ୍କ ଦ୍ୱାରପାଳ କାଳଭୈରବ, ଏଠାରେ ପ୍ରଭୁଙ୍କର ମଦ ଭୋଗ ହୁଏ ଯାହା ସାରା ଦେଶରେ ପ୍ରସିଦ୍ଧ

ମଦ ପିଉଛନ୍ତି ଠାକୁର । ହଁ ଆଜ୍ଞା ଏ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ | ପାଷାଣରେ ନିର୍ମିତ ଦେବତା ଦିନକୁ ପିଇ ଯାଉଛନ୍ତି ଶହ ଶହ ଲିଟର ମଦ | ମଧ୍ୟପ୍ରଦେଶର ଉଜ୍ଜୈନ ସହରର ଶେଷ ଭାଗରେ ରହିଛି ଏହି ଅଦ୍ଭୁତ ମନ୍ଦିର। ଏଠାରେ ଅବସ୍ଥିତ ବାବା କାଳଭୈରବଙ୍କ ମନ୍ଦିର | ହିନ୍ଦୁଧର୍ମର ଦେବଦେବୀ ଙ୍କ ପାଖରେ ଫଳ ଫୁଲ, ମିଷ୍ଠାନ ବ୍ୟତିତ କେତେକ ଦେବାଦେବୀଙ୍କ ନିକଟରେ ଆମିଷ ଭୋଗ ଲାଗିହେଉଥିବାର ନଜିର ରହିଛି। ସେମିତି ଉଜ୍ଜୈନର ବାବା କାଳଭୈରବଙ୍କ ପାଖରେ ପ୍ରସାଦ ଭାବରେ ଲାଗିହେଉଛି ମଦ।

ମଧ୍ୟପ୍ରଦେଶର ଉଜ୍ଜୈନ ଜିଲ୍ଲାର ଶେଷ ଭାଗରେ ସିପ୍ରାନଦୀର ତଟଦେଶରେ ବିରାଜିତ ହୋଇଛନ୍ତି ବାବା କାଳଭୈରବ | ପୌରାଣିକ ମତ ଅନୁଯାଇ ବାବା କାଳଭୈରବ ହେଉଛନ୍ତି ଉଜ୍ଜୈନରେ ବିରାଜିତ ମହାଦେବ ମହାକାଳେଶ୍ଵରଙ୍କ ଦ୍ଵାରପାଳ | ବିଶ୍ୱାସ ରହିଛି ଯେ ବାବା କାଳଭୈରବ ଉଜ୍ଜୈନ ସହରକୁ ସୁରକ୍ଷା ଦେଉଛନ୍ତି | ସାରାଭରତ ବର୍ଷରେ ବାବା କାଳଭୈରବଙ୍କ ମନ୍ଦିର ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି | ତେବେ ଆମେ ଯେଉଁ ଖାସ କଥା କହୁଛୁ ତାହା ହୁଏତ ଆପଣ ମାନେ ଜାଣିନଥିବେ। ବାବା କାଳଭୈରଙ୍କ ନିକଟରେ ପ୍ରସାଦ ଭାବରେ ଲାଗିହୋଇଥାଏ ମଦିରା ବା ମଦ |

ହିନ୍ଦୁ ଦେବଦେବୀଙ୍କ ନିକଟରେ ବିଭିର୍ଣ୍ଣ ମିଷ୍ଠାନ,ଫୁଲ ଫଳ ପ୍ରସାଦ ଭାବରେ ଲାଗିକରାଯାଉଥିଲା ବେଳେ ବାବା କାଳଭୈରବଙ୍କ ନିକଟରେ ମଦିରା ବା ମଦ ଭୋଗ ଲାଗି କରାଯାଏ | ମଦିରା ବା ମଦ ଭୋଗ ଲାଗି କରାଯାଉଥିବା କାରଣରୁ ଏହି ମନ୍ଦିର ସାରା ଭାରତବର୍ଷରେ ଏକ ମାତ୍ର ମନ୍ଦିର ଭାବରେ ବେଶ ପରିଚିତ | ଭାରତର ବିଭିର୍ଣ ସ୍ଥାନରୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ମନ୍ଦିରକୁ ଆସିଥାନ୍ତି , ଏଠାକୁ ଆସୁଥିବା ପ୍ରତେକ ଶ୍ରଦ୍ଧାଳୁ ଫୁଲ ସହିତ ପୂଜାଡାଲାରେ ଗୋଟିଏ ଗୋଟିଏ ମଦ ବୋତଲ ନେଇ ବାବାଙ୍କୁ ପ୍ରସାଦ ଭାବରେ ଚଢାଇଥାନ୍ତି |

ସେଥିପାଇଁ ଉଜ୍ଜୈନଜିଲ୍ଲା ପ୍ରଶାନ ପକ୍ଷରୁ ବାବାଙ୍କ ମନ୍ଦିର ନିକଟରେ ଏକ ମଦ ଦୋକାନ ଖୋଲାଯାଇଛି | ଶ୍ରଦ୍ଧାଳୁ ମାନେ ପୂଜା ଡାଲାରେ ନେଇଯାଉଥିବା ମଦ ବୋତଲ କୁ ପୂଜାରୀ ବୋତଲର ଠିପିଖୋଲି ଏକ ପତ୍ରରେ ମଦ କୁ ଢାଳି ବାବା କାଳଭୈରବ ଙ୍କ ମୁଖରେ ଦେଇଥାନ୍ତି ଏବଂ ଆଶ୍ଚର୍ଯ୍ୟର କଥା ଏହି ମଦ କୁ ବାବା ପିଇଯାଉଥିବା ଦେଖିବାକୁ ମିଳିଥାଏ | ଦୈନିକ ସହ ସହ ଲିଟର ମଦ ବାବା ଏଠାରେ ପିଇ ଯାଉଥିବା ଦେଖିବାକୁ ମିଳିଥାଏ | ଶ୍ରଦ୍ଧାଳୁ ମାନେ ଶ୍ରଦ୍ଧା ଆଉ ଭକ୍ତିରେ ବାବା କାଳଭୈରବ ଙ୍କୁ ମଦିରା ପିଆଇ ଥାନ୍ତି |

ବାବା କାଳଭୈରବଙ୍କ ଏହି ପୀଠରେ ଭରିରହିଛି ଅନେକ ରହସ୍ୟ ଜନକ ତଥ୍ୟ | ବାବା କାଳଭୈରବ ଦିନକୁ ଶହ ଶହ ଲିଟର ମଦ ପିଇଯାଉଥିବା ବେଳେ ସେହି ମଦ କେଉଁ ଆଡେ ଯାଏ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି |ସ୍ଥାନୀୟ ଲୋକ ମାନଙ୍କ ନିକଟରୁ ଶୁଣିବାକୁ ମିଳିଲା ଯେ କିଛି ବର୍ଷ ତଳେ ଏକ ବୈଜ୍ଞାନିକ ଦଳ ଆସି ବାବା କାଳଭୈରବ ମନ୍ଦିରରେ ଅନେକ ପରୀକ୍ଷା ନିରୀକ୍ଷା କରି ସାରିବା ପରେ ସେମାନଙ୍କୁ କୌଣସି ସୂଚନା ମିଳିପାରିଲା ନାହିଁ ଯେ ଏତେ ପରିମାଣର ମଦ ବାବା ଙ୍କ ମୁଖ ଦେଇ ଯାଉଛି କୁଆଡେ ?

ଏଠାରେ ବିଶ୍ବାସ ରହିଛି ଯେ ଭକ୍ତ ମାନେ ବାବା ଙ୍କୁ ମଦ ପ୍ରସାଦ ଭାବରେ ଚଢାଇ ଯେ କୌଣସି ମାନସିକ କରିଥାନ୍ତି ସେ ମାନସିକ ଅବଶ୍ୟ ପୂରଣ ହୋଇଥାଏ | ଲୋକ ମାନେ ବିଶ୍ବାସ ଆଉ ଭକ୍ତିରେ ବାବାଙ୍କ ନିକଟରେ ମଦ କୁ ପ୍ରସାଦ ଭାବରେ ଚଢାଇଥାନ୍ତି | ସାରା ଭାରତ ବର୍ଷରେ ଏହା ଏକମାତ୍ର ମନ୍ଦିର ଯେଉଁଠି ଠାକୁରଙ୍କ ପାଖରେ ମଦ ପ୍ରସାଦ ଭାବରେ ଲାଗିକରାଯାଇଥାଏ | ସେଥିପାଇଁ ଅନେକ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଉତ୍କଣ୍ଠାର ସହିତ ଏଠାକୁ ଆସି ମଦ କୁ ପ୍ରସାଦ ଭାବରେ ଲଗାଇଥାନ୍ତି ଏବଂ ସେହି ଛଡାମଦପ୍ରସାଦ କୁ ନିଜେ ମଧ୍ୟ ପାନ କରିଥାନ୍ତି |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.