ମଧ୍ୟପ୍ରଦେଶ ଉଜ୍ଜୈନର ଜ୍ୟୋତିର୍ଲିଙ୍ଗ ବାବା ମହାକାଳେଶ୍ଵରଙ୍କ ପାଲିଙ୍କି ଯାତ୍ରାରେ ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ମଧ୍ୟପ୍ରଦେଶର ଉଜ୍ଜୈନ ସହରର ମଧ୍ୟଭାଗରେ ବିରାଜମାନ କରିଛନ୍ତି କାଳଙ୍କର କାଳ ଶ୍ରୀ ମହାକାଳେଶ୍ଵର। ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ବାବାଙ୍କ ପୀଠ ତୃତୀୟ ସ୍ଥାନରେ ଆସିଥାଏ | ଏହି ପିଠକୁ ବର୍ଷର ବାରମାସ ଭାରତର ବିଭିର୍ଣ୍ଣ ସ୍ଥାନରୁ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର ଆଗମନ ରହିଥାଏ । ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଉଜ୍ଜୈନରେ ଅବସ୍ଥିତ ଶ୍ରୀ ମହାକାଳେଶ୍ଵରଙ୍କ ଦର୍ଶନ କରିବା ପାଇଁ ବର୍ଷର ସବୁ ସମୟରେ ଭାରତର ବିଭିର୍ଣ୍ଣ ପ୍ରାନ୍ତରୁ ଦୈନିକ ହଜାର ହଜାର ଲୋକେ ଆସିଥାନ୍ତି। ବିଶେଷ ଭାବରେ ଶ୍ରାବଣମାସରେ ଉଜ୍ଜୈନ ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ସମୟରେ ସାଧାରଣ ଶ୍ରଦ୍ଧାଳୁଙ୍କ ସମେତ କାଉଡିଭକ୍ତ ବାବାଙ୍କ ଉପରେ ଜଳଲାଗି କରିବାପାଇଁ ଦୂର ଦୁରନ୍ତରୁ ବାବାଙ୍କ ଧାମକୁ ଆସିଥାନ୍ତି ।ଏହି ସମୟରେ ମହାକାଳେଶ୍ଵରବାବାଙ୍କର ଏକ ପାଲିଙ୍କି ଯାତ୍ରା ବାହାରିଥାଏ ଏହି ଯାତ୍ରାରେ ପୋଲିସ ପ୍ରଶାସନ ସହିତ ସ୍ଥାନୀୟ ଆଖଡା ସାମିଲ ହୋଇ ଭଜନ କୀର୍ତ୍ତନ କରି ପାଲିଙ୍କିରେ ଏବଂ ହାତୀ ପିଠିରେ ବାବଙ୍କ ଚଳନ୍ତି ପ୍ରତିମା ମୁଖ୍ୟ ମନ୍ଦିର ରୁ ବାହାରି ସିପ୍ରାନଦୀ କୁ ସ୍ନାନ କରିବାପାଇଁ ଯାଇଥାନ୍ତି ।

ଏହି ଯାତ୍ରାର ପ୍ରଥମ ଭାଗରେ ଜିଲ୍ଲାର ଜିଲ୍ଲାପାଳ,ଏସ.ପି, ପୋଲିସ ମହାନିର୍ଦେଶକ ଘୋଡା ଉପରେ ବସି ମହାକାଳେଶ୍ଵରଙ୍କ ପାଲିଙ୍କିଯାତ୍ରାକୁ ଆଗକୁ ନେଇଯାଇଥାନ୍ତି।  ଏଥିରେ ମହାକାଳଙ୍କ ନନ୍ଦୀ ଏବଂ ଭୃଙ୍ଗୀ ଙ୍କୁ ଦୁଇଟି ବଳଦଗାଡିରେ ବସାଇ ଏଥିରେ ସାମିଲ କରାଯାଇଥାଏ। ଏହାପରେ ମହାକାଳଙ୍କ ଚଳନ୍ତି ପ୍ରତିମାକୁ ପାଲିଙ୍କି ଏବଂ ହାତୀ ପିଠିରେ ବସାଇ ଯାତ୍ରା ଆରମ୍ଭ କରାଯାଇଥାଏ। ଯାତ୍ରାର ଆଗରେ ଏକ ନିର୍ଦ୍ଧିଷ୍ଠ ସମ୍ପ୍ରଦାୟର ସେବକ ମାନେ ପାରମ୍ପରିକ କୌଶଳ ରେ ବନ୍ଧୁକ ଭିତରେ ବାରୁଦ ଭରି ବାଣ ଫୁଟାଇ ବାବାଙ୍କ ପାଲିଙ୍କି ଯାତ୍ରାର ଆଗେ ଆଗେ ଯାଇଥାନ୍ତି । ଏହି ଯାତ୍ରାରେ ବାବା ସିପ୍ରାନଦୀରେ ସ୍ନାନ କରିସାରିବା ପରେ ପୁଣି ପାଲିଙ୍କି ଏବଂ ହାତୀ ପିଠିରେ ବସି ହୋଇ ମନ୍ଦିରକୁ ଆସିଥାନ୍ତି । ଏହାପରେ ମନ୍ଦିରରେ ବାବା ମହାକାଳଙ୍କର ଆଳତି ହୋଇଥାଏ । ଏହି ପାଲିଙ୍କି ଯାତ୍ରା ରେ ମଧ୍ୟପ୍ରଦେଶର ବିଭିର୍ଣ୍ଣ ପାରମ୍ପରିକ ବାଦ୍ୟ ଏବଂ ନୃତ୍ୟ ସାମିଲ ହୋଇଥାଏ | ଅନେକ ସେବକ ନିଜକୁ ବିଭିର୍ଣ୍ଣ ବେଶ ଭୂଷାରେ ସଜିତ କରି ଏହି ଯାତ୍ରାରେ ସାମିଲ ହୋଇଥାନ୍ତି।

ସ୍କନ୍ଧ ପୁରାଣ ମତରେ ଆଜିର ଉଜ୍ଜୈନ ସହର ପୂର୍ବ କାଳରେ ଅବନ୍ତିନଗର ନାମରେ ପରିଚିତ ଥିଲା ,ସେହି ସମୟରେ ଦେବପ୍ରିୟ ନାମକ ଜଣେ ପଣ୍ଡିତ ଏହି ନଗରରେ ବାସ କରୁଥିଲେ ଏବଂ ସେ ମହାକାଳଙ୍କର ବହୁତ ବଡ ଭକ୍ତ ଥିଲେ । ଦେବପ୍ରିୟ ପଣ୍ଡିତ ବ୍ରାହ୍ମଣ ମାନଙ୍କୁ ନେଇ ମହାକାଳଙ୍କର ଏକ ଯଜ୍ଞ କରୁଥିବା ସମୟରେ ଧୁସଣ ନାମକ ଏକ ରାକ୍ଷସ ସେହି ଯଜ୍ଞକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବା ସମୟରେ ଦେବପ୍ରିୟ ପଣ୍ଡିତ ମହାକାଳଙ୍କୁ ପ୍ରାର୍ଥନା କରିଥିଲେ , ଦେବପ୍ରିୟଙ୍କ ଭକ୍ତି ଭାବରେ ସନ୍ତୁଷ୍ଟ ହୋଇ ଦେବ ଦେବ ମହାକାଳ ସେହିଠାରେ ଆବିର୍ଭାବ ହୋଇଥିଲେ ଏବଂ ଧୂସଣ ନାମକ ରାକ୍ଷସକୁ ଭସ୍ମ କରିଦେଇଥିଲେ।ସେହି ଭସ୍ମ ବିଭୂତିକୁ ବାବା ମହାକାଳ ନିଜଦେହରେ ବୋଳିହୋଇ ଥିଲେ।

ସେହିଦିନଠାରୁ ଦେବପ୍ରିୟ ପଣ୍ଡିତଙ୍କ ଅନୁରୋଧ ରକ୍ଷାକରି ଅବନ୍ତି ନଗର ବା ଆଜିର ଉଜ୍ଜୈନ ଠାରେ ବାବା ମହାକାଳ ବିଜେ କରି ଭକ୍ତ ମାନଙ୍କର ରୋଗ ଦୁଃଖ ଶୋକ ଦୂର କରୁଛନ୍ତି । ଶ୍ରାବଣ ମାସରେ ବାବା ମହାକାଳଙ୍କ ଉପରେ ଜଳଲାଗି କରି ଦର୍ଶନ କଲେ ସମସ୍ତ ମନୋକାମନା ପୁରଣ ହୋଇଥାଏ | ବାବା ଙ୍କ ପାଖରେ ଶ୍ରଦ୍ଧା ଭକ୍ତି ଏବଂ ବିଶ୍ବାସର ସହକାରେ ଭକ୍ତ ମାନେ ଯାହା କାମନା କରିଥାନ୍ତି ବାବା ତାହା ପୂରଣ କରିଥାନ୍ତି ବୋଲି ଭକ୍ତ ମାନଙ୍କର ଅଗାଢ ବିଶ୍ବାଶ ରହିଛି ।

ଶ୍ରାବଣ ମାଷର ଯାତ୍ରା ଉଜ୍ଜୈନ ସହର ର ଏକ ଗଣପର୍ବ ଭାବରେ ପାଳନ କରାଯାଇଥାଏ ।ଉଜ୍ଜୈନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଯାତ୍ରା ପାଇଁ ସ୍ଵତନ୍ତ୍ର ବେବସ୍ଥା କରାଯାଇଥାଏ । ଏହି ସମୟରେ ଉଜ୍ଜୈନ କୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ ଲଗାଯାଇ ଧାଡିଦ୍ଵାରା ଭକ୍ତ ମାନଙ୍କୁ ଛଡାଯାଇଥାଏ | ପ୍ରତେକ ଦିନ ବାବା ମହାକାଳଙ୍କର ଚାରି ଥର ଶୃଙ୍ଗାର କରାଯାଇଥାଏ ଏହି ଶୃଙ୍ଗାର ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ବହୁତ ଭିଡ ଲାଗିଥାଏ । ପ୍ରତେକ ଦିନ ପ୍ରାତଃ ଚାରିଟା ସମୟରେ ଏବଂ ରାତ୍ର ସନ୍ଧ୍ଯା ଆଳତି ପରେ ବାବା ଙ୍କର ଭସ୍ମଆଳତି କରାଯାଇଥାଏ । ଏହି ଆଳତି ରେ ଶ୍ମସାନ ର ଭସ୍ମ ବେବହାର କରାଯାଇଥାଏ ।ଏହି ଭସ୍ମ ଆଳତି ସ୍ଵତନ୍ତ୍ର ନାଗାସାଧୁ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.