ଧାର୍ମିକ ମାନ୍ୟତାରେ ଭୋଳାନାଥଙ୍କ ର ରହିଛି ଅନେକ ଅବତାର, ଜାଣନ୍ତୁ ପ୍ରତ୍ୟେକ ଅବତାର ନେବା ପଛରେ ଥିବା କାରଣ

ଶିବ ମହାପୁରାଣରେ ଭଗବାନ ଶିବଙ୍କର ଅନେକ ଅବତାର ଦେଖିବାକୁ ମିଳିଛି। କିନ୍ତୁ ବହୁତ କମ ଲୋକ ଭଗବାନଙ୍କର ଏହି ଅବତାର ସମ୍ପର୍କରେ ଜାଣିନାହାଁନ୍ତି। ଧର୍ମ ଗ୍ରନ୍ଥ ଅନୁସାରେ ଭଗବାନ ଶିବଙ୍କର ୧୯ଟି ଅବତାର ରହିଛି। ଆଜି ଜାଣନ୍ତୁ ଭଗବାନ ଶିବଙ୍କର ଏହିସବୁ ଅବତାର..

ବୀରଭଦ୍ର ଅବତାର:
ଭଗବାନ ଶିବ ଏହି ଅବତାର ସେତେବେଳେ ନେଇଥିଲେ ଯେତେବେଳେ ଦକ୍ଷଙ୍କ ଦ୍ୱାରା ଆୟୋଜିତ ଯଜ୍ଞରେ ମାତା ସତୀ ନିଜ ଦେହ ତ୍ୟାଗ କରିଥିଲେ। ମହାଦେବଙ୍କୁ ଯେତେବେଳେ ଏହା ସମ୍ପର୍କରେ ଜଣାପଡ଼ିଲା ସେତେବେଳେ ସେ କ୍ରୋଧାନ୍ଵିତ ହୋଇ ନିଜ ମୁଣ୍ଡରୁ ଏକ ଜଟାକୁ ବାହାର କରିଥିଲେ ପରେ ଏହାକୁ ଶୀର୍ଷପୂର୍ବକ ପର୍ବତରେ ପକାଇଥିଲେ। ସେହି ଜଟାର ପୂର୍ବ ଭାଗରୁ ମହାଭୟଙ୍କର ବୀରଭଦ୍ର ଜନ୍ମ ନେଇଥିଲେ। ଭଗବାନଙ୍କର ଏହି ରୂପ ଦକ୍ଷରାଜଙ୍କ ଶିରଚ୍ଛେଦ କରିଥିଲା।

ପିପ୍ପଳାଦ ଅବତାର:
ମାନବ ଜୀବନରେ ଭଗବାନ ଶିବଙ୍କ ପିପ୍ପଳାଦ ଅବତାରର ବଡ଼ ମହତ୍ତ୍ୱ ରହିଛି। ଶନି ପୀଡ଼ାରୁ ରକ୍ଷା ପାଇବା ପାଇଁ ହେଲେ ଭଗବାନ ପିପ୍ପଳାଦଙ୍କ ପୂଜା କରିପାରିବେ। କଥା ବସ୍ତୁ ଅନୁଯାୟୀ ପିପ୍ପଳାଦଙ୍କ ପିତା ଦଧିଚିଙ୍କୁ ତାଙ୍କଠୁ ଦୂର କରିଦେଇଥିଲେ। ଏହା ଏଥିପାଇଁ ହେଲା କାରଣ ତାଙ୍କ ଉପରେ ଶନିଦୋଷ ଥିଲା। ପରେ ରାଗିଯାଇ ଯେ ଶନି ଦେବଙ୍କୁ ନକ୍ଷ୍ୟତ୍ର ମଣ୍ଡଳରୁ ତଳକୁ ପଡ଼ିବାକୁ ଅଭିଶାପ ଦେଇଥିଲେ। ଦେବତାଙ୍କ ପ୍ରାର୍ଥନାରେ ପିପ୍ଳଳାଦ ଶନିଙ୍କୁ ଏହି ଶାପରୁ ମୁକ୍ତ କରିଥିଲେ। ଆଉ କହିଥିଲେ ଯେ ଜନ୍ମ ରୁ ୧୬ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ଶନି କଷ୍ଟ ଦେବେ ନାହିଁ। ସେବେଠାରୁ ଶନିଙ୍କର କଷ୍ଟ ଦୂର କରିବାକୁ ହେଲେ ଆପଣ ପିପ୍ପଳାଦଙ୍କପୂଜା କରିପାରିବେ।

ନନ୍ଦି:
ଭଗବାନ ଶଙ୍କର ପ୍ରତ୍ୟେକ ଜୀବଙ୍କୁ ପ୍ରତିନିଧିତ୍ୱ କରେ। ଭଗବାନଙ୍କ ଶଙ୍କରଙ୍କ ନନ୍ଦିଶ୍ୱର ଅବତାର ଏହାର ପ୍ରମାଣ। ନନ୍ଦି କର୍ମର ପ୍ରତୀକ। ଯାହାର ଅର୍ଥ କର୍ମ ହିଁ ଜୀବନର ମୂଳ ମନ୍ତ୍ର।

ଭୈରବ ଅବତାର:
ଶିବ ପୁରାଣରେ ଭୈରବଙ୍କୁ ପରମାତ୍ମା ଶଙ୍କରଙ୍କ ପୂର୍ଣ୍ଣ ସ୍ୱରୂପ କୁହାଯାଏ। ବିଶେଷ କରି କାଶୀରେ ବାବାଙ୍କର ଏହି ରୂପକୁ ପୂଜା କରାଯାଏ।

ଅଶ୍ୱତ୍ଥାମା:
ମହାଭାରତରେ ପାଣ୍ଡବଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା କାଳ, କ୍ରୋଧ, ଯମ ତଥା ଭଗବାନ ଶଙ୍କରଙ୍କ ଅଂଶ ଥିଲେ। ଆଚାର୍ଯ୍ୟ ଭଗବାନଙ୍କ ଶଙ୍କରଙ୍କୁ ପୁତ୍ର ରୂପରେ ପାଇବା ପାଇଁ ଘୋର ତପସ୍ୟା କରିଥିଲେ। ପରେ ଭଗବାନଙ୍କ ତାଙ୍କ ପୁତ୍ର ରୂପରେ ଜନ୍ମ ନେଲେ। ଏମିତିବି କୁହାଯାଏ େ ଯ ଅଶ୍ୱତ୍ଥାମା ଅମର। ଆଜି ବି ସେ ଧରାରେ ବାସ କରୁଛନ୍ତି।

ଋଷି ଦୁର୍ଭାଷା:
ଭଗବାନ ଶଙ୍କରଙ୍କ ଅନେକ ଅବତାର ମଧ୍ୟରୁ ଏହା ଅନ୍ୟତମ। ଧର୍ମ ଗ୍ରନ୍ଥ ଅନୁସାରେ ସତୀ ଅନସୁୟା ପତି ମହର୍ଷିଙ୍କ ଅତ୍ରି ବ୍ରହ୍ମାଙ୍କ ନିର୍ଦ୍ଦେଶ ଅନୁସାରେ ପୁତ୍ର କାମନା ପାଇଁ ଘୋର ତପ କରିଥିଲେ। ତପରେ ପ୍ରସନ୍ନ ହୋଇ ତ୍ରିଦେବ ଆଶିର୍ବାଦ ଦେଇଥିଲେ। ତାଙ୍କ କହିବା ଅନୁଯାୟୀ ୩ ଟି ପୁତ୍ର ହେବ, ଯେଉଁମାନେ ତିନିଲୋକରେ ବିଖ୍ୟାତ ହେବେ। ଚନ୍ଦ୍ରମା, ଦତ୍ତାତ୍ରେୟ ଓ ମୁନିବର ଦୁର୍ଭାସା ଙ୍କୁ ଜନ୍ମ ଦେଇଥିଲେ।

ହନୁମାନ:
ଭଗବାନ ଶିବଙ୍କର ଏକାଦଶ ରୁଦ୍ର ଅବାତର ହେଉଛନ୍ତି ସଙ୍କଟମୋଚନ ମହାବୀର ହନୁମାନ। ଏହି ଅବତାରରେ ଭଗବାନ ବାନର ରୁପରେ ଜନ୍ମ ନେଇଥିଲେ। ମହାବୀର ସମସ୍ତଙ୍କ ଦୁଃଖ ହରଣ କରନ୍ତି। ସଙ୍କଟମୋଚନ ସମସ୍ତଙ୍କ ସଙ୍କଟ ଦୂର କରନ୍ତି।

କୃଷ୍ଣ ଦର୍ଶନ ଅବତାର:
ଭଗବାନ ଶିବ ଏହି ଅବତାରରେ ଧାର୍ମିକ କାର୍ଯ୍ୟ ର ମହତ୍ୱ ସମ୍ପର୍କରେ କହିଥିଲେ। ଏହି ଅବତାର ଧର୍ମର ପ୍ରତୀକ।

ଯକ୍ଷ ଅବତାର:

ଭଗବାନ ଏହି ଅବତାରରେ ଦେବତାଙ୍କ ଗର୍ବକୁ ଭାଙ୍ଗି ଥିଲେ। ଯକ୍ଷ ଅବାତର ଶିବାଜୀ ଦେବତାଙ୍କ ଅନୁଚିତ ଓ ମିଥ୍ୟା ଅଭିମାନକୁ ଦୂର କରିବା ପାଇଁ ଏହି ଅବତାର ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.