ହାତର ଏହି ସ୍ଥାନରେ ଯଦି ଥାଏ M ର ଚିହ୍ନ, ଏହା ଦେଇଥାଏ ଭଲ ନେତୃତ୍ୱର ସଂକେତ, ଜୀବନରେ ଖୁବ କମାଇଥାନ୍ତି ଧନ ଓ ସମ୍ମାନ

ହସ୍ତରେଖା ଶାସ୍ତ୍ର ଏମିତି ଏକ ବିଦ୍ୟା ଯେଉଁଠି ବ୍ୟକ୍ତିର ହାତରେ ଥିବା ରେଖା ଓ ଚିହ୍ନକୁ ଦେଖି ତାର ଭଲ-ମନ୍ଦ,ଗୁଣ, ସ୍ୱଭାବ,ପସନ୍ଦ-ଅପସନ୍ଦ ଓ ଭବଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତ ରେଖା ଶାସ୍ତ୍ର ଅନୁଯାୟୀ କିଛି ଏମିତି ଖାସ ରେଖା ଅଛି ଯାହା ବ୍ୟକ୍ତିକୁ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ଏହି ଚିହ୍ନ ସମ୍ପର୍କରେ ।

ହସ୍ତରେଖା ଜ୍ୟୋତିଷ ଅନୁସାରେ ଯଦି କେଉଁ ବ୍ୟକ୍ତିଙ୍କ ହାତରେ M ଚିହ୍ନ ରହିଥାଏ, ତେବେ ଏହି ଲୋକଙ୍କ କଳ୍ପନା ଶକ୍ତି ବହୁତ ଭଲ ହୋଇଥାଏ । ଏହି ବ୍ୟକ୍ତି ଲେଖା ସାହିତ୍ୟ ଓ ଚିତ୍ରକାରୀ କ୍ଷେତ୍ରରେ ବହୁତ ଭଲ ନାମ ଓ ଧନ କମାଇଥାନ୍ତି ।

palm
photo credit: patrika.com

M ଚିହ୍ନ ଧାରଣ କରିଥିବା ବ୍ୟକ୍ତି ଜଣେ ଭଲ ଲିଡର ହୋଇଥାନ୍ତି :

୧. ହସ୍ତରେଖା ଶାସ୍ତ୍ର କୁହେ M ଚିହ୍ନ ଧାରଣ କରିଥିବା ବ୍ୟକ୍ତି ଜଣେ ଭଲ ଲିଡର ବା ନେତୃତ୍ୱ ନେବା ବାଲା ବ୍ୟକ୍ତି ହୋଇଥାନ୍ତି । ଏପରି ବ୍ୟକ୍ତିଙ୍କୁ ରାଜନୀତିରେ ବହୁତ ବଡ଼ ପଦବୀ ମିଳିଥାଏ ।

୨. ଏପରି ଲୋକଙ୍କ ବହୁତ ସାହସ ରହିଥାଏ ଓ ଜୀବନରେ ଆସୁଥିବା ସବୁ ପରିସ୍ଥିତିର ସାମନା କରିବାକୁ କ୍ଷମତା ରଖିଥାନ୍ତି । ଫଳରେ କାମରେ ସଫଳତା ବଢ଼ିଯାଇଥାଏ ।

୩. ଏହି ଲୋକ ନିଜ କାମ ପାଇଁ ଅନ୍ୟ ଉପରେ ନିର୍ଭର କରିନଥାନ୍ତି । ଆଗକୁ ବଢ଼ିବା ପାଇଁ ନିଜେ ରାସ୍ତା ତିଆରି କରିଥାନ୍ତି । ସମାଜରେ ଏହି ଲୋକଙ୍କ ଖୁବ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ ।

୪. ଏହି ଲୋକ ନିଜ କ୍ୟାରିଅର ଓ କାର୍ଯ୍ୟକ୍ଷେତ୍ରରେ ସଫଳତା ତ ପାଇଥାନ୍ତି ତେବେ ଏମାନଙ୍କ ବୈବାହିକ ଜୀବନରେ ସର୍ବଦା ଦୁଶ୍ଚିନ୍ତା ରହିଥାଏ । ଏହି ଲୋକ ଅନ୍ୟକୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗରେ ରହିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.