ନବରାତ୍ରି ୨୦୨୨: ବିବାହ ଜନିତ ବାଧା ଦୂର ପାଇଁ ମା’ କାତ୍ୟାୟନୀଙ୍କୁ କରନ୍ତୁ ପୂଜା

ନବରାତ୍ରିର ଷଷ୍ଠଦିନ ଦେବୀ ଦୁର୍ଗାଙ୍କ ଯୋଦ୍ଧା ଅବତାର ମା’ କାତ୍ୟାୟନୀଙ୍କୁ ସମର୍ପିତ। ଆଜିର ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ। ନବରାତ୍ର ସମୟରେ କାତ୍ୟାୟନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ । ତେବେ ମା’ଙ୍କୁ ପୂଜା କରିବା ଦ୍ୱାରା ବୈବାହିତ ସଂକଟ ଦୂର ହୋଇଥାଏ। ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମା କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଶକ୍ତି ଉପାସନା କ୍ଷେତ୍ରରେ କାତ୍ୟାୟନୀଙ୍କୁ ଶକ୍ତିର ଅବତାର ଦେବୀ ରୂପରେ ବିକଟାଳ ତଥା ଶକ୍ତିମୟୀ ରୂପରେ ଭଦ୍ରକାଳୀ ଓ ଚନ୍ଦ୍ରିକା ଅବତାରରେ ଉପାସନା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ମାତାଙ୍କ ଏହି ରୂପ କିପରି, ପୌରାଣିକ କଥା ଏବଂ ପୂଜା ବିଧି।

ପୂଜା ମୁହୂର୍ତ୍ତ:

ଶୁକ୍ଳ ଷଷ୍ଠୀ ୩୦ ସେପ୍ଟେମ୍ବର ରାତି ୧୦.୩୪ ଟାରୁ ଆରମ୍ଭ ହୋଇ ଅକ୍ଟୋବର ୧ ରାତି ୮.୪୬ ଯାଏଁ ରହିବ। ଏହି ଦିନ ଗ୍ରେ ରଙ୍ଗର ପୋଷାକ ପିନ୍ଧନ୍ତୁ।

ମା’ଙ୍କ ସ୍ୱରୂପ: 

ମା କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ ଭୟ ଏବଂ ଦିବ୍ୟ। ମା କାତ୍ୟାୟନୀ ସୁନା ଭଳି ଚମିକିଥାନ୍ତି। ଦେବୀ କାତ୍ୟାୟନୀଙ୍କର ଚାରି ଭୁଜା। ମାଙ୍କ କାତ୍ୟାୟନୀଙ୍କ ବାହନ ହେଉଛନ୍ତି ସିଂହ।

ମା’ କାତ୍ୟାୟନୀଙ୍କ ପୂଜା ବିଧି :

ନବରାତ୍ରିର ଷଷ୍ଠ ଦିନରେ ସ୍ନାନ ସାରି ଧ୍ୟାନ କରିବା ପରେ ନାଲି ରଙ୍ଗର କପଡା ପିନ୍ଧି ମା କାତ୍ୟାୟନୀଙ୍କ ପ୍ରତିମା ଏବଂ ଫଟୋ ସାମ୍ନାରେ ମାତାଙ୍କ ଧ୍ୟାନ କରନ୍ତୁ। ଏହାପରେ କଳସ ଆଦି ପୂଜନ କରିବା ପରେ ମାଙ୍କୁ ହଳଦିଆ ରଙ୍ଗର ଫୁଲ ଦ୍ୱାରା ବିଶେଷ ପୂଜାର୍ଚ୍ଚନା କରନ୍ତୁ। ଏଥିସହ ପୂଜା ପରେ ମା’ କାତ୍ୟାୟନୀଙ୍କ ବନ୍ଦନା କିମ୍ବା ଶ୍ଲୋକ ପଢନ୍ତୁ। ଏସବୁ ପରେ ମାଙ୍କୁ ହଳଦିଆ ରଙ୍ଗର ଭୋଗ କରିବା ଉଚିତ।

ମା’ କାତ୍ୟାୟନୀଙ୍କ ଭୋଗ :

ମାନ୍ୟତା ଅନୁସାରେ ମା’ କାତ୍ୟାୟନୀଙ୍କୁ ପ୍ରଥମେ ମହୁ ଅର୍ପଣ କରାଯାଏ।

କାତ୍ୟାୟନୀ ଦେବୀ ପୂଜାର ମହାଉପାୟ :

ଯଦି କୌଣସି ବ୍ୟକ୍ତିଙ୍କ ବିବାହରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ ତେବେ ଆଜିର ଦିନରେ ଏହି ବ୍ୟକ୍ତି ମାତାଙ୍କ ବିଶେଷ ରୂପେ ପୂଜା-ଆରାଧନା କରିବା ଉଚିତ। ଆଜିର ଦିନରେ ମା କାତ୍ୟାୟନୀଙ୍କ ବିଧି ପୂର୍ବକ ସ୍ତୁତି କରିବା ଦ୍ୱାରା ସୁଖଦ ବୈବାହିକ ଜୀବଦର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଯେଉଁ ସାଧକଙ୍କ ବିବାହ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ, ଏହି ଦିନ ମାଙ୍କୁ ଖଣ୍ଡ ହଳଦୀ ଅର୍ପିତ କରିବା ଦ୍ୱାରା ମା ଉତ୍ତମ ଫଳ ପ୍ରଦାନ କରିଥାନ୍ତି।

ମା’ କାତ୍ୟାୟନୀଙ୍କ ପୌରାଣିକ କଥା :

ମା’ ଦୁର୍ଗାଙ୍କ ଏହି ସ୍ୱରୂପର ପ୍ରାଚୀନ କଥା ଅନୁଯାୟୀ, ଏକ ପ୍ରସିଦ୍ଧ ମହର୍ଷି, ଯାହାଙ୍କ ନାମ କାତ୍ୟାୟନୀ ରହିଥିଲ। ମହର୍ଷି ଜଗଦମ୍ବାଙ୍କୁ ପୁତ୍ରୀ ରୂପରେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ। ହଜାର ବର୍ଷ କଠିନ ତପସ୍ୟା ପରେ ପଶ୍ଚାତ୍ ମହର୍ଷି କାତ୍ୟାୟନୀଙ୍କ ଏଠାରେ ଦେବୀ ଜଗଦମ୍ବା ପୁତ୍ରୀ ରୂପରେ ଜନ୍ମ ନେଇଥିଲେ ଏବଂ କାତ୍ୟାୟନୀ କୁହାଯାଇଥିଲ।

Also Read: ଆର୍ଥିକ ସମସ୍ୟା ଏବଂ ଦୁଃଖ କଷ୍ଟ ହେବ ଦୂର, ନବରାତ୍ରି ୯ ଦିନରେ ମଧ୍ୟରେ ଲଗାନ୍ତୁ ଏସବୁ ଗଛ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.