ଅଜବ ନିଶା: ସାପକୁ ବେକରେ ପକାଇ ଭିଡିଓ ସୁଟିଂ କରୁଥିଲେ ବ୍ୟକ୍ତି, ଆଉ ତା’ ପରେ

ସୋସିଆଲ ମିଡିଆରେ ଆପଣ ଅନେକ ଭାଇରଲ ଭିଡିଓ ଦେଖୁଥିବେ। ଏଥିରେ କିପରି ବିଭିନ୍ନ ପ୍ରକାରର ଜୀବଜନ୍ତୁକୁ ନେଇ ମଧ୍ୟ ଅନେକ ଭିଡିଓ ଦେଖିବାକୁ ମିଳୁଛି। ଏପରି ସ୍ଥଳେ ସାପକୁ ନେଇ ଆପଣ ଅନେକ ଭିଡିଓ ନିଶ୍ଚିତ ଦେଖୁଥିବେ। କେଉଁଠି କିଏ ସାପ ସହିତ ଭିଡିଓ କରୁଥିବା ବେଳେ ଆଉ କିଏ ସାପ ସହିତ ଖେଳୁଛି ତ ଆଉ କିଏ ଫଟୋ ଉଠାଉଛି। ହେଲେ ବେଳେ ବେଳେ ଟିକେ ମାତ୍ର ଅସାବଧାନତା କାହା ଜୀବନ ମଧ୍ୟ ନେଇଯାଏ। ଏମିତି ଏକ ଘଟଣା ଉତ୍ତରପ୍ରଦେଶ ବରେଲୀରେ ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶ ବରେଲୀର ଶାହାଜାହନପୁର ଜିଲ୍ଲାରେ ୫୫ ବର୍ଷୀୟ ବୃଦ୍ଧ ସାପ ସହିତ ଭିଡିଓ ସୁଟ୍‌ କରିବା ସମୟରେ ନିଜ ପ୍ରାଣ ହରାଇଛନ୍ତି। ମୃତକଙ୍କ ନାମ ଦେବେନ୍ଦ୍ର ମିଶ୍ର ଏବଂ ସେ ଜଣେ ଚାଷୀ। ଦେବେନ୍ଦ୍ର ଗାଁ କିମ୍ବା ଆଖପାଖରେ ଦେଖାଦେଉଥିବା ସାପ ଧରନ୍ତି। ପୂର୍ବରୁ ସେ ସ୍ଥାନୀୟ ଅଞ୍ଚଳରେ ୨୦୦ରୁ ଅଧିକ ସାପ ଧରିସାରିଛନ୍ତି। ଦେବେନ୍ଦ୍ରଙ୍କ ପଡୋଶୀ ରବିନ୍ଦ୍ର କୁମାରଙ୍କ ଘରୁ ଏକ ସାପକୁ ଶୁକ୍ରବାର ଧରିଥିଲେ ଦେବେନ୍ଦ୍ର। ସେହି ବିଷାକ୍ତ ସାପକୁ ଧରିବା ପରେ ଦେବେନ୍ଦ୍ର ବେକରେ ସାପକୁ ଗୁଡାଇ ଗାଁରେ ବୁଲି ଭିଡିଓ ସୁଟ୍‌ କରୁଥିଲେ।

ଏହି ସମୟରେ ସାପ ଦେବେନ୍ଦ୍ରଙ୍କୁ କାମୁଡିଥିଲା। ସାପ କାମୁଡିବା ପରେ ସେ ନିଜେ ଚିକିତ୍ସା କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ କିଛି ସମୟ ପରେ ତାଙ୍କ ଜୀବନ ଚାଲିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.