ଛୁଟି କାଟିବାକୁ ସ୍ତ୍ରୀ ସାଥିରେ ଯାଇପାରିଲେନି ବୋଲି ସ୍ୱାମୀ କଲେ ବଢ଼ିଆ ଜୁଗାଡ, ଯାହାକୁ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଜୁଗାଡୁ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ଆଇଡିଆଜ୍‌ ସବୁବେଳେ ଚାଲୁଥାଏ। ଆଉ ଏହି ଜୁଗାଡ ତାଙ୍କୁ ଅସୁବିଧା ସମୟରେ ସାଥ୍‌ ଦିଏ। ଏଇ ଯେମିତି ଏହି ବ୍ୟକ୍ତି ଜଣଙ୍କ କରିଛନ୍ତି। ଜୁଗାଡ ଦ୍ୱାରା ନିଜ ସ୍ତ୍ରୀକୁ ବୁୁଲାଇ ଆଣିଛନ୍ତି ଟ୍ରିପ୍‌। ହଁ ଆଜ୍ଞା ଆମେ କହୁଛୁ ଫିଲିପିନ୍ସର ଜଣେ ବ୍ୟକ୍ତିଙ୍କ କଥା। ଯିଏ ଗୋଟେ ସହରକୁ ବୁଲିବାକୁ ଗଲାବେଳେ ସାଥିରେ ନିଜ ସ୍ତ୍ରୀକୁ ନେଇ ସ୍ତ୍ରୀର ମୁହଁ ଥିବା ଏକ ତକିଆ ନେଇ ଭ୍ରମଣ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ବର୍ତ୍ତମାନ ତ ଏ ଭିଡିଓ ଖୁବ୍‌ ଚର୍ଚ୍ଚାରେ ରହିଛି।

ଫିଲିପିନ୍ସରେ ରହୁଥିବା ରେମଣ୍ଡ ଫର୍ଚୁନାଡୋ ଏବେ ନିଜର ଅଜବ ଜୁଗାଡ ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି। ସେ ନିଜ ସ୍ତ୍ରୀଙ୍କ ସହିତ ଫିଲିପିନ୍ସର ଏକ ସହର କୋରୋନକୁ ବୁଲିବାକୁ ଯିବାର ଥିଲା। କିନ୍ତୁ ତାଙ୍କ ପତ୍ନି ଜୋଆନେଙ୍କର କିଛି କାମ ଆସିଗଲା ତେଣୁ ସେ ବୁଲିବାକୁ ଯାଇପାରିଲେନି। ଜୋଆନେ ଜଣେ ମଡେଲ, ସେଥିପାଇଁ ହଠାତ୍‌ ପ୍ରୋଜେକ୍ଟ ମିଳିଗଲା, ତେଣୁ ସେ ସ୍ୱାମୀଙ୍କ ସହ ବୁଲିବାକୁ ଯାଇପାରିଲେନି। ଏହି କାରଣରୁ ସ୍ୱାମୀ ରେମଣ୍ଡ ଏକାକୀ ବୁଲିବାକୁ ଗଲେ କିନ୍ତୁ ସ୍ତ୍ରୀଙ୍କ ସହ ବୁଲିବାକୁ କରିଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସେ ନିଜ ସ୍ତ୍ରୀଙ୍କ ମୁହଁ ଥିବା ଏକ ତକିଆ ବା ପିଲୋକୁ ସାଥିରେ ନେଇଗଲେ।

tripରେମଣ୍ଡ ନିଜ ଫେସବୁକରେ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କଲେ ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଏହାକୁ ଲକ୍ଷେରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ଲୋକ ରେମଣ୍ଡଙ୍କର ଫଟୋ ଦେଖି କମେଣ୍ଟ ଜରିଆରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର କହିଛନ୍ତି ଗଜବ ଟ୍ରିପ ଭାଇ। ସେହିପରି ଆଉ ଜଣେ ୟୁଜର କହିଛନ୍ତି କି ନିଆରା ପ୍ରେମ। ତେବେ ଏହିସବୁ ଭିତରେ ରେମଣ୍ଡ କହିଛନ୍ତି ଯେ ଯେତେବେଳେ ସେ ଟ୍ରିପକୁ ଯିବାକୁ ବାହାରୁଥିଲେ ସେତେବେଳେ ତାଙ୍କ ପତ୍ନି ରାଗି ଯାଇଥିଲେ। କିନ୍ତୁ ଯେତେବେଳେ ସ୍ୱାମୀଙ୍କ ସହ ତାଙ୍କ ଫଟୋ ଦେଖିଲେ ତ ସ୍ତ୍ରୀ ଜୋଆନେ ଖୁସି ହୋଇଗଲେ। ଆଉ ଖୁସିରେ ସ୍ୱାମୀ ରେମଣ୍ଡଙ୍କୁ ଏୟାରପୋର୍ଟକୁ ପିକ୍‌ କରିବାକୁ ବି ଗଲେ।

Leave A Reply

Your email address will not be published.