ପାହାଡ ଉପରେ କଟକ ସହରର ଆଉ ଏକ ସୁନ୍ଦର ଶୈବ ପୀଠ, ଶାନ୍ତ ପରିବେଶରେ ରହିଛି ଏହି ମନ୍ଦିର

ଆମ ଓଡିଶା କଳା ଓ ସଂସ୍କୃତିର ରାଜ୍ୟ। ଓଡ଼ିଶାର ପ୍ରତ୍ୟକ କୋଣରେ ଆପଣ ଏହାର ପ୍ରମାଣ ଦେଖିବାକୁ ପାଇବେ। କାରଣ ଅନେକ ସ୍ଥାନରେ ଆପଣଙ୍କୁ ବିଭିନ୍ନ ପ୍ରକାର ଦେବା ଦେବୀଙ୍କ ମନ୍ଦିର ଓ କାରୁକାର୍ଯ୍ୟ ଦେଖିବାକୁ ମିଳିବ। ଯେଉଁଥିରେ ରହିଛି ଆମ ମାଟି ଓଡ଼ିଶାର ଇତିହାସ ଓ କାରିଗରଙ୍କ ନିଖୁଣ କଳାକୃତି। ମନ୍ଦିର ମାଳିନୀ ସହର ଭୁବନେଶ୍ୱର ହେଉ କିମ୍ବା ସିଲଭର ସିଟି କଟକ। ଏହା କେଉଁ କାଳର ପୁରୁଣା ସହର, ଏଠି ରହିଛି ଅନେକ ମନ୍ଦିର। ମା’ କଟକ ଚଣ୍ଡୀ ଠାରୁ ଆରମ୍ଭ କରି ବାବା ଧବଳେଶ୍ୱରଙ୍କ ମନ୍ଦିର ପର୍ଯ୍ୟନ୍ତ ଅନେକ ଛୋଟ ବଡ ମନ୍ଦିର ରହିଛି ଏହି ସହରରେ। ତେବେ ପାହାଡ ଉପରେ ମଧ୍ୟ ଏମିତି କିଛି ମନ୍ଦିର ରହିଛି ଯାହାକୁ ଆପଣଙ୍କ ମଧ୍ୟରୁ ହୁଏତ ଅନେକ ଲୋକେ ଜାଣି ନଥିବେ। କେବଳ ସେତିକି ନୁହେଁ ଏହା ବର୍ତ୍ତମାନ ଏକ ପର୍ଯ୍ୟଟନସ୍ଥଳୀ ରୂପ ନେଇଛି ଏହାର ସୌନ୍ଦର୍ଯ୍ୟ ପାଇଁ। କଟକ ସହର ଠାରୁ ବାଙ୍କୀ ଓ ମଣ୍ଡଳୀ ଯିବା ପୂର୍ବରୁ ଚକ୍ରଧରପୁରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା ପାହାଡ ଉପରେ ରହିଛି ବାବା ମଣ୍ଡଳେଶ୍ୱର ଓ ସିଧ ମହାବୀର ହନୁମାନଙ୍କ ମନ୍ଦିର।

sidha Mahaveer
pc – knewsodisha

ପ୍ରାକୃତିକ ପରିବେଶରେ ବେଶ ଶୋଭା ପାଉଛି ଏହି ମନ୍ଦିର। ଉପରକୁ ଯାଇ ଆପଣ ସମ୍ପୂର୍ଣ ପ୍ରାକୃତିକ ନଜର ଉପଭୋଗ କରି ପାରିବେ। ଏହା କଟକ ସହର ଠାରୁ ମାତ୍ର ୩୦ ମିନିଟର ବାଟ, ତେବେ ଏହି ମନ୍ଦିରକୁ CISF ତରଫରୁ କରାଯାଇଛି। ଏହା ଅତି ସୁନ୍ଦର ସ୍ଥାନରେ ରହିଛି। ମନ୍ଦିର ପହଡ ସକାଳ ୬ ଟା ବେଳେ ଖୋଲେ ଓ ଦିନ ୩ ରେ ପହଡ଼ ପଡେ । ଏହା ପରେ ସନ୍ଧ୍ୟା ସମୟରେ ୫ ରୁ ୭ ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ରହିଥାଏ ଏହି ମନ୍ଦିର। ଏଠାରେ ବଜରଙ୍ଗବାଲି ଓ ପ୍ରଭୁ ଭୋଳାନାଥଙ୍କୁ ପୂଜା କରାଯାଏ।

ମନ୍ଦିରର ପରିବେଶ ଖୁବ ସୁନ୍ଦର ଓ ଶାନ୍ତ ପରିବେଶ ମଧ୍ୟ। ଏଠାକୁ ଜଣେ ଆସି ମାନସିକ ଶାନ୍ତି ପାଇପାରିବ ବୋଲି କହିଲେ କିଛି ଭୁଲ ହେବ ନାହିଁ। ଭୋଗ କିଣିବା ପାଇଁ ମନ୍ଦିରକୁ ଯିବା ପୂର୍ବରୁ ଆପଣ ପାହାଡ ଚଢିବା ପୂର୍ବରୁ ହିଁ ଭୋଗ କିଣିବେ। କାରଣ ମନ୍ଦିର ବେଢାରେ କୌଣସି ଦୋକାନ ନାହିଁ। ଏହା ଏକ ଖୁବ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଭାବେ ଉଭା ନେଇଛି। ଏଠାକୁ ସକାଳ ସମୟରେ ଅନେକ ଲୋକେ ଆସନ୍ତି। ତେବେ ଏହା ଯେହେତୁ ପାହାଡ ଉପରେ ଅଛି ସନ୍ଧ୍ୟା ସମୟରେ କେହି ଏତେ ଯା ଆସ କରନ୍ତି ନାହିଁ। ବାବା ମଣ୍ଡଳେଶ୍ୱର ଓ ସିଧ ମହାବୀର ହନୁମାନଙ୍କ ଦର୍ଶନ ପାଇଁ ଆପଣ ମଧ୍ୟ ଏଠାକୁ ଆସିପାରିବେ। ଏହି ସୁନ୍ଦର ସ୍ଥାନକୁ ଉପଭୋଗ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.