କଣ ଏହି ଇସଲାମ୍ ଏବଂ ଏହାର ଅର୍ଥ : ଜାଣନ୍ତୁ ୫ଟି ଜରୁରୀ କଥା

islamଆତଙ୍କବାଦୀଙ୍କ କଥା ସାମ୍ନାକୁ ଆସିବା ମାତ୍ରେ ମୁଣ୍ଡକୁ ଏବଂ ମନକୁ ଆସିଯାଏ ଗୋଟିଏ କଥା । ତାହା ହେଉଛି ଇସଲାମ୍ । କିନ୍ତୁ ଇସଲାମ୍ ଏକ ଏମିତି ଧର୍ମ ଯାହାକୁ ଲୋକମାନେ ଠିକ୍ ଭାବରେ ବୁଝି ନାହାଁନ୍ତି । କାରଣ ଏହାର ମୂଳ ତତ୍ତ୍ୱ କାହାକୁ ଜଣାନାହିଁ । ଇସଲାମ୍ ଅନ୍ଯ ଧର୍ମର ଆଦର କରିଥାଏ ଏବଂ ଅନ୍ଯ ଧର୍ମର ଲୋକଙ୍କ ସହ ଭାଇଚାରା ରଖିବା ଶିଖାଇ ଥାଏ। ଇସଲାମ୍ କହିଥାଏ ଧର୍ମକୁ ନେଇ କାହା ଉପରେ କୌଣସି ପ୍ରକାର ଚାପ ପକାଇ ହେବନି ।

ଏବେ ଇସଲାମକୁ ନେଇ ଜାଣନ୍ତୁ କିଛି ରୋଚକ କଥା

ମୁମଲମାନ୍ ଧର୍ମର ଲୋକମାନେ ମୋହମ୍ମଦ ଏବଂ ମକାର ପୂଜା କରିନଥାନ୍ତି । ଇସଲାମର ଶେଷ ଧର୍ମଗୁରୁ ଥିଲେ ମୋହମ୍ମଦ ସାହବ ଇସଲାମ୍ । ତାଙ୍କର ଆଦର ସମସ୍ତଙ୍କ ମନରେ ଥାଏ କିନ୍ତୁ ପୂଜା କରାଯାଏ ନାହିଁ । ଯଦି ଜଣେ ଆଲ୍ଲାହଙ୍କ ବ୍ଯତୀତ ଆଉ କାହାକୁ ପୂଜା କରେ ତେବେ ତାକୁ ପାପ ସମାନ ବିଚାର କରାଯାଏ ଯାହାକୁ ଶିର୍କ କୁହାଯାଏ । ମକା ଏବଂ ମୋହମ୍ମଦ ଉଭୟଙ୍କୁ ଇସଲାମରେ ବିଶ୍ବାସ କରାଯାଏ । କିନ୍ତୁ ପୂଜା କରାଯାଏ ନାହିଁ ।

ଅଲ୍ଲା ହୁ ଅକବର :

ଆଲ୍ଲା ହୁ ଅକବରର ଅର୍ଥ ହେଉଛି ’ଆଲ୍ଲାହ ମହାନ ଅଟନ୍ତି’ । ମୁସଲମାନମାନେ ନିଜର କଷ୍ଟ ଏବଂ ପୀଡାରୁ ମୁକ୍ତି ପାଇବା ପାଇଁ ଏମିତି କହଥାନ୍ତି । ଯିଏ ମୁସଲମାନ୍ ନୁହଁନ୍ତି ସେମାନଙ୍କ ପାଇଁ ଏହାର ଅର୍ଥ ’ଇଶ୍ବର ମହାନ’  ।

ଇସଲାମରେ ମଦ ଏବଂ ସ୍ମୋକିଙ୍ଗ୍ ମନା। ଏହାର କାରଣ ହେଉଛି ଏସବୁ ମାଦକ ଦ୍ରବ୍ୟ ସ୍ଲୋ ପଏଜନ୍ ଭାବରେ କାମ କରେ । ଆଉ ଇସଲାମରେ ଆତ୍ମହତ୍ୟା ବର୍ଜିନୀୟ।

ସବୁଠାରୁ ବଡ଼ ତଥା ବିଶ୍ବରେ ସବୁଠାରୁ ଜୋରରେ ବଢୁଥିବା ଧର୍ମ ହେଉଛି ଇସଲାମ୍ । ୨୦୫୦ ବେଳକୁ ଏହା ଇଶାଇ ଧର୍ମ ସମାନ ହୋଇଯାଇଥିବ ।

ଇସଲାମରେ ଭୃଣ ହତ୍ଯାରେ ପ୍ରତିବନ୍ଧ ରହିଛି ।  କିନ୍ତୁ ଯଦି ମା’ କୁ ବିପଦ ରହିଛି ତେବେ ଏଭଳି କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.