ମିସନ୍ ଚା : ଦୈନିକ ୬୦୦ କର୍କଟ ରୋଗୀଙ୍କୁ ନିଜ ହାତରେ ଦେଉଛନ୍ତି ଚା, ଜଳଖିଆ

ବର୍ତ୍ତମାନର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ କାହା ପାଖରେ ନିଜର ଯତ୍ନ ନେବା ପାଇଁ ମଧ୍ୟ ସମୟ ରହିନାହିଁ। ଏଥିପାଇଁ ତ ମାତା ପିତା ନିଜ ଶିଶୁଙ୍କୁ ଚାଇଲ୍ଡକେୟାର ଏବଂ ସନ୍ତାନ ମାନେ ନିଜ ମାତାପିତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଏହି ପରିପେକ୍ଷିରେ ସମସ୍ତ ଯୁବପିଢ଼ି ପାଇଁ ଉଦାହରଣ ପାଲଟିଛନ୍ତି ଇଞ୍ଜିନିୟର ରାକେଶ।

ରାକେଶ ନାୟର ପେସାରେ ଜଣେ ଇଞ୍ଜିନିୟର। କିନ୍ତୁ ସେ ଇଞ୍ଜିନିୟରଂ ପାଇଁ ନୁହଁ ବରଂ ମିସନ୍ ଚା ପାଇଁ ବେଶ୍ ଜଣାଶୁଣା। ଏହି ମିସନ ମାଧ୍ୟମରେ ସେ କର୍କଟ ରୋଗୀଙ୍କୁ ପ୍ରତିଦିନ ଚା ପିଆଇ ରହିଛନ୍ତି ଚର୍ଚ୍ଚାରେ। ଆଜ୍ଞା ହଁ, ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମଧ୍ୟ ମାନବିକତାର ଉଦାହରଣ ପାଲଟିଛନ୍ତି ରାକେଶ। ଆସନ୍ତୁ ଜାଣିବା ମିସନ୍ ଚା ଏବଂ ରାକେଶଙ୍କ ବିଷୟରେ ବିସ୍ତାରରେ।

ବେଙ୍ଗାଲୁରରେ ଜଣେ ଇଞ୍ଜିନିୟର ଭାବେ କାର୍ୟ୍ୟରତ ରାକେଶ ନାୟର। ନିଜର କାର୍ୟ୍ୟବ୍ୟସ୍ତତା ମଧ୍ୟରେ ସେ କିଛି ସମୟ କର୍କଟ ଚିକିତ୍ସିତ ରୋଗୀଙ୍କ ମୁହଁରେ ହସ ଫୁଟାଇବାକୁ ଦେଇଥାନ୍ତି। ଏଥି ଅନ୍ତର୍ଗତ ସେ ଆରମ୍ଭ କରିଛନ୍ତି ମିସନ ଚା। ଏଣୁ ପ୍ରତିଦିନ ନିଜ ଘରେ ଚା ପ୍ରସ୍ତୁତ କରି ପ୍ରାୟ ୬୦୦ରୁ ଉର୍ଦ୍ଦ୍ବ କର୍କଟ ରୋଗୀଙ୍କୁ ପିଆଇଥାନ୍ତି ରାକେଶ। ଏବେ କହିବାକୁ ଗଲେ ଏହା ତାଙ୍କର ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇଯାଇଛି। ନିତିଦିନ ସକାଳେ ପ୍ରାୟ ୫:୩୦ରେ ମଧ୍ୟରେ ଚା ଧରି ସେ ବେଙ୍ଗାଲୁରୁର କିଡ଼ୱି ଇଷ୍ଟିଟ୍ବିଟରେ ପହଞ୍ଚିଥାନ୍ତି। ସେଠାରେ ସେ କର୍କଟ ଚିକିତ୍ସିତ ରୋଗୀଙ୍କୁ ନିଜ ହାତରେ ଚା ପିଆଇଥାନ୍ତି। ଖାଲି ସେତିକି ନୁହଁ ସେ ରୋଗୀଙ୍କୁ ସକାଳର ଜଳଖିଆ ମଧ୍ୟ ଖୁଆଇଥାନ୍ତି। ରାକେଶ ବିଗତ ୩ବର୍ଷ ହେବ ଏହି କାମ ନିତିଦିନ କରିଆସୁଛନ୍ତି। କହିବାକୁ ଗଲେ ବର୍ତ୍ତମାନ ଏହା ତାଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.