ଏହା ହେଉଛି ଦେଶର ସବୁଠାରୁ ଭୟାନକ ସ୍ଥାନ, ଯିବା ପୂର୍ବରୁ ସାବଧାନ

ଭାରତରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠାକୁ ଯିବା ପୂର୍ବରୁ ଆମେ ଶହେ ଥର ଭାବିଥାଉ। ଯଦି  ଆପଣ ଏହି ସ୍ଥାନକୁ ଏକୁଟିଆ ଯାଆନ୍ତି ତେବେ ଆପଣଙ୍କୁ ଏପରି ଲାଗିବ ଯେପରି ଆପଣଙ୍କ ସାଥିରେ କିଏ ଜଣେ ରହିଛନ୍ତି। ଏଥିପାଇଁ ଏହି ସ୍ଥାନ ଗୁଡ଼ିକୁ ଭୂତ କୋଠୀ ବା ଭୟାନକ ସ୍ଥାନ ଭାବେ ପରିଚିତ କରାଯାଇଛି।  ଆଜି ଆମେ ଆପଣଙ୍କୁ ଏପରି କିଛି ସ୍ଥାନ ବିଷୟରେ କହିବାକୁ ଯାଉଛି ଯଦି ଆପଣଙ୍କ ହୃଦୟ ଦୁର୍ବଳ ରହିଛି ତେବେ ଭୁଲରେ ମଧ୍ୟ ଏଠାକୁ ଯାଆନ୍ତୁ ନାହିଁ।

ghost

ଦିଲ୍ଲୀର ସଂଞ୍ଜୟ ବନ

ସର୍ବ ପ୍ରଥମେ ଦେଶର ରାଜଧାନୀ ନୂଆଦିଲ୍ଲୀ ବିଷୟରେ କହିବାକୁ ଯାଉଛୁ। ଏଠାରେ ସଂଞ୍ଜୟ ବନ ଭାବେ ଏକ ବହୁତ ବଡ଼ ଭୂତ ଖାନା ଭାବେ ଜଣାଯାଇଥାଏ। ଏହା ଏକ ଘଞ୍ଚ ଜଙ୍ଗଲ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର କଥା ରହିଛି। ଏଠାକୁ ରାତିରେ ଯିବା ଅର୍ଥ ନିଜର ଜୀବନକୁ ବାଜି ମାରିବା।

ହାଇଦ୍ରାବାଦର ତାରାପୁରୀ ଭବନ

ହାଇଦ୍ରାବାଦର ତାରାପୁରୀ ଭବନ ଗୋଟେ ସମୟରେ ବିଜ୍ଞାନ କଲେଜ ରହିଥିଲା। ଏବେ କିନ୍ତୁ ଏହା ଲୋକଙ୍କ ଡ଼ରର କାରଣ ପାଲଟିଛି। କାରଣ ଏହି ବିଲଡ଼ିଂରେ ଅନେକ ଲୋକ ଦବି ମରିଯାଇଥିଲେ। ଏପରି କୁହାଯାଇଥାଏ କି, ଆଜି ମଧ୍ୟ ଅନେକ ଲୋକ ଏହା ତଳେ ଦବି ରହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ସ୍ଥାନରୁ ରାତି ସମୟରେ ବହୁତ ଅଦ୍ଭୁତପ୍ରକାରର ସ୍ବର ଶୁଣାଯାଇଥାଏ। ଏଠାରେ ଜଣେ ସିକ୍ଯୁରିଟି ଗାର୍ଡ଼କୁ ନିୟୋଜିତ କରାଯାଇଥିଲା କିନ୍ତୁ ତାହାର ବହୁତ ରହସ୍ଯମୟ ଭାବେ ଦେହାନ୍ତ ହୋଇଯାଇଥିଲା।

banglore

ଡ଼ାର୍ଜେଲିଂର ଡ଼ାଓ ହିଲ୍

ଡ଼ାର୍ଜେଲୀଂ ପ୍ରତିବର୍ଷ ଲକ୍ଷାଧିକ ଲୋକ ବୁଲିବା ପାଇଁ ଆସିଥାନ୍ତି। ଏଠାରେ କୁର୍ଶିୟାଙ୍ଗ ନାମକ ଏକ ଛୋଟ ସ୍ଥାନ ରହିଛି, ଯାହା ବହୁତ ସୁନ୍ଦର ପର୍ଯ୍ଯଟନ ସ୍ଥଳ ହେବା ସହ ଅଦ୍ଭୁତ ଘଟଣା ପାଇଁ ଜଣାଯାଇଥାଏ। ଏଠାକାର ଡ଼ାଓ ହିଲ ସହ ଏପରି ଅନେକ ଘଟଣା ଜଡ଼ିତ ରହିଛି କି ଏଠାକୁ ରାତିରେ କଣ ଦିନରେ ମଧ୍ୟ ଲୋକ ଯିବାକୁ ଭୟ କରିଥାନ୍ତି।

ବାଙ୍ଗାଲୁରୁର ବାସ ଭିଲ୍ଲା

ବାଙ୍ଗାଲୁରୁର ସେଣ୍ଟମାର୍କ୍ସ ରୋଡ଼ରେ ରହିଛି ବାସ ଭିଲ୍ଲା। ଏହି ଏକୁଟିଆ ଘର ବିଷୟରେ କୁହାଯାଇଥାଏ କି ଏଠାରେ ଅତୃପ୍ତଆତ୍ମଙ୍କ ବାସ ରହିଛି। ଏଠାରେ ଜଣେ ଓକିଲ ଏବଂ ତାଙ୍କର ଦୁଇ ଝିଅ ରହୁଥିଲେ। ୨୦୦୧ ମସିହାରେ ଓକିଲଙ୍କ ଗୋଟିଏ ଝିଅକୁ ମାରି ସେହି ଘର ମଧ୍ୟରେ ପୋତି ଦେଇଥିଲେ। ତାହାପରେ ଏହି ସ୍ଥାନରେ ବିଭିନ୍ନ ପ୍ରକାରର ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.