ମହାକାଶରେ ଭାସୁଛି ରହସ୍ୟମୟ ରୂପା ଚଟାଣ , ୨୦୧୭ ମସିହାରେ ହୋଇଥିଲା ପୃଥିବୀର ନିକଟତର

ଆପଣ ଜାଣିଥିବେ ମହାକାଶରେ ଅନେକ ମହାଜାଗତିକ ଦୃଶ୍ୟ ବେଳେ ବେଳେ ଆମେ ଦେଖିଥାଉ । କିଛି ସମୟରେ ଆପଣ ଆକାଶରେ ଅନେକ ପ୍ରକାର ଦୃଶ୍ୟ ଦେଖିଥିବେ, ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବେ । ପୁଣି ଇଚ୍ଛା କରିଥିବେ ସେହି ବସ୍ତୁ ବିଷୟରେ ଜାଣିବା ପାଇଁ । ତେବେ ଆକାଶରେ ଘଟୁଥିବା ଦୃଶ୍ୟକୁ ଆମେ ନିଜ ଆଖିରେ ଦେଖିପାରୁ କିନ୍ତୁ ମହାକାଶରେ ଘଟୁଥିବା ଅନେକ ଅଜବ ଜିନିଷକୁ ଆମେ ଦେଖି ପାରିନଥାଉ କିନ୍ତୁ ବେଳେ ତାହା ଆମ ଆଖି ସାମ୍ନାକୁ ହଠାତ ଚାଲିଆସେ କିଛି ମହାଜାଗତିକ ଦୃଶ୍ୟ । ଠିକ ସେମିତି ଆଜି ମଧ୍ୟ ଆମେ ଏମିତି ଏକ ବସ୍ତୁ ବିଷୟରେ କହିବାକୁ ଯାଉଛୁ । ଯାହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇକି ରହିଛି । କିନ୍ତୁ ଏହା ବିଷୟରେ କିଛି ଅଳ୍ପ ସୂଚନା ମିଳିଛି । ଏହାକୁ ପ୍ରଥମେ ବୈଜ୍ଞାନିକମାନେ ଏଲିଅନମାନଙ୍କର ଘର ବୋଲି ଭାବୁଥିଲେ କିନ୍ତୁ ବର୍ତ୍ତମାନ ମହାକାଶରେ ଭାସୁଥିବା ଏହି ଚଟାଣ ବିଷୟରେ ଯେଉଁ ତଥ୍ୟ ଆସୁଛି ହୁଏତ ଆପଣଙ୍କୁ ଏହା ଚକିତ କରିପାରେ । ତେବେ ଆସନ୍ତୁ ଜାଣବା ଏହି ରହସ୍ୟମୟ ଚଟାଣ ବିଷୟରେ ଯାହାକି ଏବେ ରୂପା ହୋଇଯାଇଛି ।

୨୦୧୭ ମସହିରେ ପୃଥିବୀ ପାଖରେ ଗତିକରିଥିବା ରହସ୍ୟମୟ ସ୍ପେସ ଅବ୍ଜେକ୍ଟ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନଙ୍କ ପାଇଁ ରହସ୍ୟ ଘେରରେ ରହିଆସିଅଛି । ବୈଜ୍ଞାନିକ ଟିମ୍‌ ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ବସ୍ତୁର ଉତ୍ପତି କେଉଁଠାରୁ ହେଲା ତାହା ଜାଣି ପାରି ନାହାନ୍ତି ଓ ଏହି ବସ୍ତୁକୁ ଚିହ୍ନି ପାରୁନାହାନ୍ତି । କିଛି ଦିନ ପୂର୍ବରୁ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଭି ଲୋବ ଦାବି କରିଥିଲେ ଯେ ଅକ୍ଟୋବର ୧୯, ୨୦୧୭ ରେ ଦେଖାଯାଇଥିବା ସ୍ପେସ୍ ଚଟାଣ,ଓମୁମୁଆ କିମ୍ବା ଏଲିଏନ୍ସର ଜାହାଜ ହୋଇଥାଏ ପାରେ ବୋଲି । ବର୍ତ୍ତମାନ ଏହି ସମୟରେ ବୈଜ୍ଞାନିକମାନଙ୍କର ଏକ ଗୋଷ୍ଠୀ କହିଛନ୍ତି ଯେ ଏହି ରହସ୍ୟମୟ ଚଟାଣ ଅନ୍ୟ ଏକ ସୋଲାର ସିଷ୍ଟମରୁ ଆସିଛି । ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ତାରାମାନଙ୍କ ମଧ୍ୟରେ ଥିବା ଏହି ବସ୍ତୁ ର ଚିହ୍ନଟ କରିଛନ୍ତି ।

floating rock
Picture Credit – Discovery

ଆମେରିକାନ ଜିଓଫିଜିକାଲ ୟୁନିୟନ ଜର୍ଣ୍ଣଲ ରେ ଏକ ପେପର ବୁକ ପ୍ରକାଶିତ କରାଯାଇଛି । ଯେଉଁଥିରେ ସ୍ପେସ ରକ ବା ପଥର ଓମୁମୁଆ କୁ ଭଲ ଭାବେ ଦର୍ଶାଯାଇଛି । ତେବେ ଏହି ଆଷ୍ଟରାଇଡ କୁ ଅନ୍ୟ ସୋଲାର ସିଷ୍ଟମ ର ଏକ ଛୋଟ ଗ୍ରହ ର ଅଂଶ ବୋଲି କୁହାଯାଉଛି । ଏହି ବହି ଲେଖିଥିବା ଲେଖକ ଏହା ମଧ୍ୟ କହିଛନ୍ତି ଯେ ଓମୁମୁଆ ବିଷୟରେ ବର୍ତ୍ତମାନ ଅନେକ କିଛି ତଥ୍ୟ ଜଣାପଡିଛି । ସେ କହିଛନ୍ତି ଯେ ମହାକାଶରେ ଦେଖାଦେଉଥିବା ଏହି ଚଟାଣ ପ୍ଲୁଟୋ ଭଳି ଗ୍ରହର ଏକ ଛୋଟ ଅଂଶ । ବୈଜ୍ଞାନିକଙ୍କ ମତରେ ପାଖାପାଖି ୫୦ କୋଟି ବର୍ଷ ପୂର୍ବରୁ ଏକ ସ୍ପେସ ଅବଜେକ୍ଟ ଓ ଓମୁମୁଆ ର ମୁଖ୍ୟ ଗ୍ରହ ର ଧକା ହୋଇଯାଇଥିଲା ଯାହା ଦ୍ୱାରା ଓମୁମୁଆ ସ୍ପେସ ଅବଜେକ୍ଟ ର ଏକ ଭାଗ ଭାଙ୍ଗି ଯାଇ ଆମ ସୋଲାର ସିଷ୍ଟମ କୁ ଆସି ଯାଇଥିବ ।

ବୈଜ୍ଞାନିକମାନେ କହିଛନ୍ତି ଯେ ସୂର୍ଯ୍ୟକିରଣରେ ପହଞ୍ଚିବା ପରେ ଏହି ମହାକାଶ ବସ୍ତୁର ଗତି ବଢିଯାଇଥିବ । କାରଣ ବରଫରେ ପରିପୂର୍ଣ୍ଣ ଥିବା ଏହି ଚଟାଣ ବା ପଥର ସୂର୍ଯ୍ୟଙ୍କ ଉତ୍ତାପରୁ ବାଷ୍ପୀଭୂତ ହୋଇଯାଇଥିବ । ତେବେ ଧୂମକେତୁର ଗତି ଏହି ପରିହୋଇଥାଏ ଏବଂ ଏହାକୁ ରକେଟ୍ ଇଫେକ୍ଟ କୁହାଯାଏ । ତଥାପି, ଓମୁମୁଆ ପଥର ବା ଚଟାଣ ସୃଷ୍ଟି ବିଷୟରେ ବୈଜ୍ଞାନିକମାନେ ସୂଚନା ପାଇବାରେ ସକ୍ଷମ ହୋଇ ନାହାଁନ୍ତି। ସେଥିପାଇଁ ସେମାନେ କହୁଛନ୍ତି ଯେ ଏହି ସ୍ପେସ୍ ବସ୍ତୁ ନାଇଟ୍ରୋଜେନ୍ ବରଫରୁ ତିଆରି ହୋଇଥାଇପାରେ ।

ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ସ୍ପେସ୍ ବସ୍ତୁ ପ୍ରଥମେ ୧୯୯୫ ରେ ଆମର ସୌର ଜଗତରେ ପ୍ରବେଶ କରିଥିଲା । ସେହି ସମୟ ମଧ୍ୟରେ ଏହା ବିଷୟରେ କେହି ଜାଣି ନଥିଲେ, ସେତେବେଳେ ଏହା ୯୫ ପ୍ରତିଶତ ତରଳି ଯାଇଥିଲା। ସବୁଠୁ ବଡ କଥା ହେଉଛି ଏହା ବର୍ତ୍ତମାନ ରୂପା ରେ ପରିଣତ ହୋଇଯାଇଛି । ଯେତେବେଳେ ଜ୍ୟୋତିର୍ବିଜ୍ଞାନୀମାନେ ଓ ବୈଜ୍ଞାନିକମାନେ ୨୦୧୭ ମସିହାରେ ଏହା ବିଷୟରେ ଜାଣିଲେ, ସେତେବେଳେ ବହୁତ ଡେରି ହୋଇଯାଇଥିଲା । ତେଣୁ ଓମୁମୁଆ କୁହାଯାଉଥିବା ଏହି ଟଟାଣର ଅନୁସନ୍ଧାନ କରି ରିସର୍ଚ୍ଚ କରିବା ପାଇଁ ତାଙ୍କ ପାଖରେ କମ ସମୟ ଥିଲା । ବୈଜ୍ଞାନିକମାନେ ଟେଲିସ୍କୋପ ସାହାଯ୍ୟରେ ମହାକାଶରେ ଘୁରୁଥିବା ଏହି ଚଟାଣର ଜାଞ୍ଚ କରିଥିଲେ କିନ୍ତୁ କିଛି ଅଧିକ ଜାଣି ପାରି ନଥିଲେ । ବର୍ତ୍ତମାନ ଏହି ରହସ୍ୟମୟ ଏଷ୍ଟରାଇଡ ପୃଥିବୀ ଗ୍ରହ ଠାରୁ ଅନେକ ଦୂରକୁ ଯାଇ ସାରିଛି ଯାହାର ଜାଞ୍ଚ କରିବା ବା ତା ଉପରେ ଗବେଷଣା କରିବା ସମ୍ଭବ ନୁହେଁ ବୋଲି ଜଣା ପଡିଛି । କିନ୍ତୁ ଏହି ମହାଜାଗତିକ ବସ୍ତୁ ହିଁ ଦିନେ ସାଜିଥିଲା ପୃଥିବୀ ପାଇଁ ବଡ ବିପଦ । ଆଜି ପୃଥିବୀ ଠାରୁ ବହୁ ଦୁରରେ ରହିଛି ଏହି ମହାଜାଗତିକ ବସ୍ତୁ ଏବେ ମହାକାଶରେ ଭାସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.