ଚାଣକ୍ୟ ନୀତି : ଏହି ୩ ଲୋକଙ୍କୁ କେବେ ଭାବନ୍ତୁ ନାହିଁ ଦୁର୍ବଳ, ସଂକଟରେ ପଡ଼ିପାରେ ପ୍ରାଣ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଚାଣକ୍ୟ ତାଙ୍କ ନୀତିରେ ଏମିତି ୩ ଲୋକଙ୍କ ବିଷୟରେ କହିଛନ୍ତି,ଯାହାଙ୍କୁ କେବେ ଦୁର୍ବଳ ଭାବିବା କଥା ନୁହେଁ । ଏମାନଙ୍କ ବ୍ୟବହାରରେ ଆପଣ ତାଙ୍କର ତାକତ ବିଷୟରେ ଜାଣି ପାରିବେ ନାହିଁ । ଜଣେ ସତର୍କ ଥିବା ବ୍ୟକ୍ତି କେବେ ଧୋକ୍କା ଖାଇବ ନାହିଁ । ତେଣୁ ଏହି ୩ ଲୋକଙ୍କ ଠାରୁ ଦୂରତା ବନାଇ ରହିବା ଆବଶ୍ୟକ । ଆସନ୍ତୁ ଜାଣିବା କିଏ ଏହି ୩ ଜଣ ।

ଶତ୍ରୁ :

ନିଜ ଶତ୍ରୁଙ୍କୁ କେବେ ଦୁର୍ବଳ ଭାବିବା କଥା ନୁହେଁ । ଶତ୍ରୁ ଯେବେ ଶାନ୍ତ ରହିଥାଏ କେବେ ଭାବନ୍ତୁ ନାହିଁ ଯେ ଏମାନେ ହାର ମାନିଗଲେ । ମଉକା ମିଳିବା ମାତ୍ରେ ଏମାନେ ପ୍ରହାର କରିଥାନ୍ତି । ବିଶେଷକରି ଯେଉଁମାନେ ଶତ୍ରୁ ଭଳି ଦେଖା ଯାଆନ୍ତି ନାହିଁ, ସେମାନେ ବହୁତ ମାରାତ୍ମକ ହୋଇଥାନ୍ତି । ଶତ୍ରୁ ଉପରେ ବିଜୟ ଚାହାଁନ୍ତି ତ ତାଙ୍କର ସବୁ ଶକ୍ତି ଉପରେ ନଜର ରଖନ୍ତୁ ।

ରୋଗ :

ଶରୀର ସହିତ କେବେ ଅବହେଳା କରନ୍ତୁ ନାହିଁ । କାରଣ ବହୁତ ବଳବାନଙ୍କୁ ମଧ୍ୟ ରୋଗ ନଷ୍ଟ କରିଦେଇଥାଏ । ଯଦି ଠିକ ସମୟରେ ରୋଗ ଚିକିତ୍ସା କରାନଯାଏ, ଏହା ବିରାଟ ରୁପ ନେଇପାରେ । କାରଣ ବ୍ୟକ୍ତି ନିଜର ଲକ୍ଷ୍ୟ ସେତେବେଳେ ପ୍ରାପ୍ତ କରିଥାଏ ଯେତେବେଳେ ସେ ସୁସ୍ଥ ରହିଥାଏ ।

ସାପ :

ଚୁପ ଥିବା ସାପକୁ କେବେ ସାଧାରଣ ଭାବିବା ଉଚିତ ନୁହେଁ । କାରଣ ଏହାର ବ୍ୟବହାର ରୁ ତାର ଶକ୍ତି ବିଷୟରେ ଜାଣିପାରିବେ ନାହିଁ । ତେଣୁ ସାପକୁ କେବେ ଚିଡାନ୍ତୁ ନାହିଁ । କୁହାଯାଏ ସାପ ପ୍ରତିଶୋଧ ନେବା ପାଇଁ ମଧ୍ୟ ମନୁଷ୍ୟ ଉପରେ ଆକ୍ରମଣ କରିଥାଏ ।

Leave A Reply

Your email address will not be published.