ୟୁଟ୍ୟୁବରେ ଲାଇଭ ଶୋଇ ଶୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏ ବ୍ୟକ୍ତି

ଟଙ୍କା ରୋଜଗାର କରିବାର ବାଟ କେତେ ପ୍ରକାର ଅଛି । କିଏ କେମିତି ଚଳିବ ତାର ରାସ୍ତା ସେ ବାଛିନେଇଛି । ଦୁନିଆରେ ନିଜ ପେଟ ପୋଷିବାକୁ ହେଲେ କିଛି ନା କିଛି କରିବାକୁ ହେବ ସେଥିପାଇଁ ଦିନରାତି ଏକକରି ଦେଉଛନ୍ତି ଅନେକ । ଏମିତି ବି କିଛି ଅଛନ୍ତି ଯେଉଁମାନଙ୍କୁ କାମ କରିବା ସମୟରେ କିଛି ବି ଜଣାପଡେନି । ନା ଭୋକଶୋଷ ନା ନିଦ । କିନ୍ତୁ ଆପଣ ଜାଣନ୍ତି କି ଶୋଇବା ବି ଏକ କାମ । ଶୋଇ ଶୋଇ ବି ଟଙ୍କା ରୋଜଗାର ହୋଇପାରୁଛି । ଆପଣଙ୍କୁ ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଏହା ସତ ଅଟେ । ବ୍ୟକ୍ତି ଜଣକ କହିଛନ୍ତି କି ସେ କେମିତି ଶୋଇ ଶୋଇ ରୋଜଗାର କରୁଛନ୍ତି ।

ନିଦରୁ ଟଙ୍କା ରୋଜଗାର କରୁଥିବା ୟୁଟ୍ୟୁବର ଶୋଇବାକୁ କେମିତି ଚେଷ୍ଠା କରୁଛି ତାହା ଆପଣ ଜାଣିବେ । ଶୋଇବା ସମୟରେ ତାଙ୍କ ଫ୍ୟାନ୍ସ ତାଙ୍କୁ ସ୍ପିକର ସାହାଯ୍ୟରେ ଭିଡିଓ କରି, ଚିଲାଇ ଓ ଗୀତ ଗାଇ ଉଠାଇବାକୁ ଚେଷ୍ଟା କରୁଛନ୍ତି । ୨୧ବର୍ଷିୟ ୟୁଟ୍ୟବର କହିଛନ୍ତି କି ସେ ସପ୍ତାହରେ ଗୋଟେଥର ୬ଘଣ୍ଟାର ୟୁଟ୍ୟୁବ ଲାଇଭ କରି ୨ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି । ଅର୍ଥାତ ୧ଘଣ୍ଟାରେ ୨ଲକ୍ଷ ଟଙ୍କାର ଇନକମ ।

video credit-super mainstream

ୟୁଟ୍ୟବରେ ବ୍ୟକ୍ତିଜଣକ କାଫି ଲୋକପ୍ରିୟ । କାହିଁକି ନା ତାଙ୍କ ଭିଡିଓକୁ ଲକ୍ଷଲକ୍ଷ ଭିୟୁଜ ମିଳୁଛି । ଭିୟୁର୍ସଙ୍କ ଆଗରେ ଲାଇଭ କରି ନିଜେ ଶୋଇଯାଏ ଏହି ବ୍ୟକ୍ତି । ଲୋକେ ତାଙ୍କୁ ଫୋନରେ ମେସେଜ କରି ମଧ୍ୟ ଉଠାଇବାକୁ ଚେଷ୍ଠା କରନ୍ତି ।

ୟୁଟ୍ୟୁବରେ ଆହୁରି ମଧ୍ୟ ଲୋକେ ଶୋଇ ଶୋଇ ଭିଡିଓ ଦ୍ୱାରା ଇନକମ କରୁଛନ୍ତି । ଏହାର ଭିୟୁଜ ମଧ୍ୟ ଅଧିକ । ୟୁଟ୍ୟୁବରେ ସ୍ଲିପ ଷ୍ଟ୍ରିମରେ ରୁଚି ରଖୁଥିବା ଲୋକଙ୍କ ସଂଖ୍ୟା ଜାନୁଆରୀ ୨୦୨୧ ପ୍ରଥମ ସପ୍ତାହରୁ ସର୍ବକାଳୀନ ରେକର୍ଡ କରିଛି । ପୂର୍ବବର୍ଷ ଏହି ଅବଧିର ତୁଳନାରେ ୪୨୬ପ୍ରତିଶତ ଅଧିକ ଦେଖାଯାଇଛି ।

କଣ୍ଟେଣ୍ଟ କ୍ରିଏଟର ଦ୍ୱାରା ଏହି ପ୍ରକ୍ରିୟା ରେ କିଛି ବଡକଥା ନାହିଁ . ଏହି ଟ୍ରେଣ୍ଡ ୨୦୧୭ରୁ ଆରମ୍ଭ ହେଲା । ଯେବେ ପୂର୍ବ ୟୁଟ୍ୟୁବର ଆଇସ ପୋଜେଡନ ନିଜକୁ ରାତିସାରା ରଖି ୫ହଜାର ଡଲାର ଅର୍ଥାତ ସାଢେ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କମେଇଥିଲେ । ଏହା ପୂର୍ବବର୍ଷ ଅଧିକ ଲୋକପ୍ରିୟ ହେଲା ଯେବେ ଏସିଆନ ଆଣ୍ଡି ଶୋଇବାର ଲାଇଭ ରେକର୍ଡ କରିବା ଆରମ୍ଭ କଲେ । ଏହାପରେ ଏହି ଟ୍ରେଣ୍ଡ ଆଗକୁ ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.