ଆମେ ଓଡ଼ିଆ ଭାରି ବଢ଼ିଆ : କେବଳ ରାଷ୍ଟ୍ରପତି ପ୍ରାର୍ଥୀ ନୁହେଁ, ଦେଶର ବଡ଼ ବଡ଼ ପଦରେ ଅବସ୍ଥାପିତ ଅଛନ୍ତି ଓଡ଼ିଶା ମାଟିର ସନ୍ତାନ

କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଓଡ଼ିଶା ଏବେ ଦେଶ ଶାସନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନମାନେ ଏବେ ଦେଶର ବଡ଼ ବଡ଼ ପଦ ପଦବିରେ ରହି କାର୍ଯ୍ୟ କରୁଛନ୍ତି । ଦେଶକୁ ଏକ ପ୍ରକାରର ଚଳାଉଛନ୍ତି କହିଲେ ଭୁଲ ହେବନି। ପୂର୍ବରୁ ଦେଶର ରାଜନୀତି ଓ ବଡ଼ ବାବୁ ପଦରେ କାଁ ଭାଁ କୌଣସି ଓଡ଼ିଆଙ୍କ ମୁହଁ ଦେଖା ଯାଉଥିବା ବେଳେ ଏବେ କିନ୍ତୁ ସମୟ ବଦଳିଛି। ବର୍ତ୍ତମାନ ଜାତୀୟ ସ୍ତରରେ ଅନେକ ବଡ଼ ପଦବିରେ ରହିଛନ୍ତି ଆମ ଓଡ଼ିଶା ମାଟିର ସନ୍ତାନ। ଦାୟିତ୍ୱ ସମ୍ପନ୍ନ ଭାବେ ନିଷ୍ଠାର ସହ କାର୍ଯ୍ୟ କରି ପ୍ରଶଂସିତ ମଧ୍ୟ ହେଉଛନ୍ତି ।

ନିକଟରେ ଦେଶର ସର୍ବୋଚ୍ଚ ପଦବି ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ମୁର୍ମୁ। ଆଦିବାସୀ ଅଧ୍ୟୁଷିତ ଇଲାକାରୁ ସେ ଦେଶର ସବୁଠୁ ବଡ଼ ପଦବି ପାଇଁ ପ୍ରାର୍ଥୀ ଭାବେ ଚୟନ ହୋଇଛନ୍ତି, ଯାହା ଜାତୀୟ ରାଜନୀତିରେ ଓଡ଼ିଶାର ଦବ୍‌ଦବାକୁ ଆଉ ଟିକେ ବଢ଼ାଇ ଦେଇଛି। ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ।

କେବଳ ଏହି ଜଣେ ମହିଳା ନୁହନ୍ତି, ଦେଶର ବହୁ ବଡ଼ ବଡ଼ ପଦରେ ଆହୁରି ଅନେକ ଓଡ଼ିଆ ଅଛନ୍ତି। ଯେମିତିକି କେନ୍ଦ୍ର ଶିକ୍ଷା ମନ୍ତ୍ରୀ, କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମୁଖ୍ୟ, ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ନିର୍ଦ୍ଦେଶକ ପ୍ରମୁଖ ଅଛନ୍ତି । ଆଉ ଏବେ ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆର୍‌ଏଫ୍‌ଟିଆଇ) କୋଲକାତାର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଆଉ ଜଣେ ଓଡ଼ିଆ। ଏହି ସବୁ ବଡ଼ ବଡ଼ ପଦରେ ଓଡ଼ିଶାର ଅଧିକାରୀମାନେ ସଫଳତାର ସହ କାର୍ଯ୍ୟରତ ଅଛନ୍ତି।

drauoadi

କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ପଦରେ ଅଛନ୍ତି ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ। ସେହିପରି ରେଳ ବିଭାଗ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଅଛନ୍ତି ଶକ୍ତିକାନ୍ତ ଦାସ। ସେହିପରି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମୁଖ୍ୟ ଅଛନ୍ତି ସତ୍ୟ ନାରାୟଣ ପ୍ରଧାନ।

କେବଳ ଏମାନେ ନୁହନ୍ତି, ସତ୍ୟଜିତ୍‌ ରାୟ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆର୍‌ଏଫ୍‌ଟିଆଇ) କୋଲକାତାର ନିର୍ଦ୍ଦେଶକ ରୂପେ ନୂତନ ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଶାର ବରିଷ୍ଠ ଫିଲ୍ମ ନିର୍ମାତା ହିମାଂଶୁ ଶେଖର ଖଟୁଆ। ହିମାଂଶୁ ଖଟୁଆ ଏବେ କଳିଙ୍ଗ ମିଡିଆ ଏବଂ ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

himanshu

ଏହି ଅଧିକାରୀମାନଙ୍କ ବାଦ୍‌ ଓଡ଼ିଶା ମାଟିର ଏମିତି ଅନେକ ବ୍ୟକ୍ତି ବିଶେଷ ଦେଶର ବିଭିନ୍ନ ମର୍ଯ୍ୟାଦାଜନକ ପଦବିରେ ନିଯୁକ୍ତ ଅଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶା ମାଟି କାହାଠାରୁ କମ୍ ନୁହେଁ। ଓଡ଼ିଶାର ଗୌରବକୁ ଆହୁରି ବଢ଼ାଇ ଦେଇଛନ୍ତି ଏହି ବ୍ୟକ୍ତିମାନେ ।

Also Read: ଡାଇବେଟିସ୍‌ ରୋଗୀ ଏବେ ରସଗୋଲା ଖାଇଲେ ବି ଚିନ୍ତା ନାହିଁ, ଖାଇବା ପରେ କରନ୍ତୁ ମାତ୍ର ଏହି ଗୋଟିଏ କାମ

Leave A Reply

Your email address will not be published.