ସ୍ବାଧୀନତା ଦିବସ ଅବସରରେ ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ମାଗଣାରେ ବୁଲିପାରିବେ ରାଜସ୍ଥାନର ସମସ୍ତ ଐତିହାସିକ ସ୍ଥାନ, ଘୋଷଣା କେଲେ ସରକାର

ନୂଆଦିଲ୍ଲୀ : ଦେଶ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ । ଏହା ପୂର୍ବରୁ ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ‘ଆଜାଦିକା ଅମୃତ ମହୋତ୍ସବ’ (Azadi Ka Amrit Mahotsav) ପାଳନ କରାଯାଉଛି। ଅନ୍ୟପକ୍ଷରେ ରାଜସ୍ଥାନର ଗହଲୋତ ସରକାର ରାଜ୍ୟବାସୀ ତଥା ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ରାଜସ୍ଥାନର ସମସ୍ତ ଐତିହାସିକ ସ୍ଥାନରେ ସାଧାରଣ ଲୋକଙ୍କୁ ମାଗଣାରେ ପ୍ରବେଶ କରିବାକୁ ଗହଲୋତ ସରକାର ଘୋଷଣା କରିଛନ୍ତି। ଏହାପୂର୍ବରୁ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ବିନା ଟିକେଟରେ ପ୍ରବେଶ କରିବାକୁ ଘୋଷଣା କରିଥିଲା।

ବାସ୍ତବରେ, ଯେଉଁମାନେ ରାଜସ୍ଥାନର ସୁନ୍ଦର ଏବଂ ଐତିହାସିକ ସ୍ଥାନ ଦେଖିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ଆଜାଦିକା ଅମୃତ ମହୋତ୍ସବରେ ଗହଲୋତ ସରକାର ଏକ ଉପହାର ଦେଇଛନ୍ତି। ସ୍ୱାଧୀନତାର ୭୫ ବର୍ଷର ଉତ୍ସବକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ସରକାର ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟରେ ବିନା ଟିକେଟ୍ ରେ ପ୍ରବେଶ କରିବାକୁ ଯୋଜନା କରିଛନ୍ତି। ଏହି ନିୟମ ଅଗଷ୍ଟ ୧୩ ଅର୍ଥାତ ଆଜିଠାରୁ ସମଗ୍ର ରାଜ୍ୟରେ ଲାଗୁ ହେବ, ଯାହା ଅଗଷ୍ଟ ୧୫ ପର୍ଯ୍ୟନ୍ତ ରହିବ ।

ରାଜସ୍ଥାନ ସରକାରଙ୍କ ଏହି ଆଦେଶ କାର୍ଯ୍ୟକାରୀ ହେବା ପରେ ଆଲବର୍ଟ ହଲ୍, ନାହରଗଡ, ଜନ୍ତର ମନ୍ତ୍ର, ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଜୟପୁର, ଅମ୍ରାପାଲି ସଂଗ୍ରହାଳୟ ଜୟପୁର, ବାଗୋର ର ହାଭେଲି ଉଦୟପୁର, ମେହେରଙ୍ଗର ଦୁର୍ଗ ସଂଗ୍ରହାଳୟ ଯୋଧପୁର, ଜସୱନ୍ତ ଥାଡା ଯୋଧପୁର, ସରକାରୀ ସଂଗ୍ରହାଳୟ ଉଦୟପୁର, ସରକାରୀ ସଂଗ୍ରହାଳୟ ଉଦୟପୁର ଅଜମର୍ ରାଜସ୍ଥାନର ୩୩ ଟି ଜିଲ୍ଲାର ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟ ସାଧାରଣ ଲୋକଙ୍କ ପାଇଁ ଆସନ୍ତା ୭୨ ଘଣ୍ଟା ପାଇଁ ମାଗଣା କରାଯାଇଛି ।ଏହା ସହିତ ସ୍ୱାଧୀନତା ଦିବସ ଅବସରରେ ସବୁ ସ୍ଥାନରେ ପତାକା ଉତ୍ତୋଳନ କରାଯିବ ।

Leave A Reply

Your email address will not be published.