ଚଳନ୍ତା ଟ୍ରେନ ଓ ପ୍ଲାଟଫର୍ମ ମଝିରେ ପଡ଼ିଯାଇଥିଲେ ଯାତ୍ରୀ, ଦେବଦୂତ ସାଜି ଜୀବନ ବଞ୍ଚାଇଲେ RPF ଯବାନ

ରେଳ ଷ୍ଟେସନରେ ଯେତେବେଳେ ଟ୍ରେନ ରହିଥାଏ ସେତେବେଳେ ଅନେକ ଯାତ୍ରୀ ସଙ୍ଗେ ସଙ୍ଗେ ଟ୍ରେନ ଭିତରକୁ ଯିବା ପାଇଁ ଚାହିଁଥାନ୍ତି। କିନ୍ତୁ ଏହା କରିବା ଉଚିତ ନୁହେଁ। ଟ୍ରେନ ଚାଲୁଥିବା ସମୟରେ ଟ୍ରେନ ଭିତରକୁ ଏଣ୍ଟ୍ରି କଲେ ଅନେକ ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ। ଲୋକଙ୍କର ମୃତ୍ୟୁ ହେବାର ଖବର ଏମିିତିରେ ଅନେକ ଥର ଆସିଛି। ଏଭଳି ଏକ ମାମଲା ତାମିଲନାଡ଼ୁ ରୁ ଆସିଛି। ଏଠାରେ ଏକ ଷ୍ଟେସନ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ ଓ ପ୍ଳାଟଫର୍ମ ମଝିରେ ପଡ଼ିଗଲେ। କିନ୍ତୁ ଭାଗ୍ୟ ଦାଉରୁ ସେ ବଞ୍ଚିଗଲେ।

 

ଏହି ଘଟଣା ତାମିଲନାଡ଼ୁର କୋଏମ୍ବାଟୁର ରେଳ ଷ୍ଟେସନରେ ଘଟିଛି। ଏହାର ଏକ ସିସିଟିଭି ଭିଡ଼ିଓ ଜଣେ ଆରପିଏଫ ଇଣ୍ଡିଆ ର ଅଧିକାରୀ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଏଥିରେ ବୀରତା ଓ ସାହସିକତା ର ଏକ ଭିଡ଼ିଓ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ରିପୋର୍ଟ ଅନୁସାରେ ଆରପିଏଫ ଏଏସ୍‌ଆଇ ଅରୁଣଜୀତ ଓ ଲେଡ଼ି ଏଚସି ପିପି ମିନି ନିଜ ସୁରକ୍ଷାର ଚିନ୍ତା ନକରି କୋଏମ୍ବାଟୁର ଷ୍ଟେସନରେ ଏକ ଯାତ୍ରୀ କୁ ପ୍ଲାଟଫର୍ମ ଓ ଟ୍ରେନ ମଧ୍ୟରେ ଫସିବା ପରେ ତାଙ୍କୁ କଳେ ବଳେ କୌଶଳେ ଊଦ୍ଧାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.