ଚୋରି କରିବା ପଡିଲା ମହଙ୍ଗା : ଚଳନ୍ତା ଟ୍ରେନରେ ୧୫ କିଲୋମିଟର ପର୍ଯ୍ୟନ୍ତ ଚୋରକୁ ଝୁଲାଇ ରଖିଲେ ଲୋକେ, କହିଲା ‘ପ୍ଲିଜ୍ ମୋତେ ଛାଡ଼ନ୍ତୁ ନାହିଁ’

ବର୍ତ୍ତମାନ ଇଣ୍ଟରନେଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଚୋରଟି କହୁଛି ‘ମୋତେ ଛାଡ଼ନ୍ତୁ ନାହିଁ’। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। କାରଣ ସାଧାରଣତଃ ଯେତେବେଳେ ଜଣେ ଚୋର ଧରାପଡେ, ସେ କହିଥାଏ ଯେ ମତେ ଛାଡି ଦିଅନ୍ତୁ। କିନ୍ତୁ ଏହି ଭାଇରାଲ ଭିଡିଓରେ ଚୋର ଧରା ପଡିବା ପରେ ଲୋକମାନଙ୍କୁ ଅପିଲ୍ କରିଥିଲା ଯେ, ପ୍ଲିଜ୍ ଦୟାକରି ମୋତେ ଛାଡ଼ନ୍ତୁ ନାହିଁ। ଭିଡିଓଟି ଏବେ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ଟ୍ରେନ୍ ଝରକାରୁ ଝଟାପଟ୍ ଚୋରି କରୁଥିବା ଜଣେ ଚୋରକୁ ଲୋକମାନେ ଟ୍ରେନ୍ ଭିତରୁ ହିଁ କାବୁ କରି ନେଇଥିବା ଦେଖିବାକୁ ମିଳୁଛି।

ଭାଇରାଲ ଭିଡିଓରେ ଲୋକମାନେ କହୁଛନ୍ତି ଯେ ଏହି ଚୋରଟି ଫୋନ୍ ଛଡ଼ାଇବା ପାଇଁ ଟ୍ରେନର ଝରକା ନିକଟକୁ ଆସିଥିଲା। ଚୋରି କରିବା ସମୟରେ ହଠାତ, ଟ୍ରେନ୍ ଗତି ବଢ଼ିଥିଲା ଚୋର ଅସହାୟତାକୁ ଦେଖି ଲୋକମାନେ ତାକୁ ଧରି ରଖିଥିଲେ। ଏଥି ସହିତ, ଚୋର ମଧ୍ୟ ଲୋକମାନଙ୍କୁ ଭୁଲ୍ କରିଛି ବୋଲି କହି ଦୟାକରି ତାକୁ ନଛାଡ଼ିବାକୁ କହିଥିଲା। ଏହି ସମୟରେ ଟ୍ରେନ୍ ଟି ଆଗ ଷ୍ଟେସନରେ ଅଟକି ଗଲା। ଯାତ୍ରା ସମୟରେ, ଏହି ଚୋର ଲୋକମାନଙ୍କୁ ନିବେଦନ କରେ ଯେ ମତେ ଛାଡନ୍ତୁ ନାହିଁ ନଚେତ୍ ମୁଁ ମରିଯିବି।

 

View this post on Instagram

 

A post shared by Zee News (@zeenews)

ଚୋର ଉପରେ ଦୟା ଦେଖାଇ ଲୋକମାନେ ଟ୍ରେନ୍ ଭିତରୁ ଚୋରକୁ ଭିଡ଼ି କରି ଧରିଥିଲେ। ଏହି ସମୟରେ ଚୋରଟିର ହାତରେ ଖୁବ୍ ଯନ୍ତ୍ରଣା ହେଉଥିଲା। ଏହି ଘଟଣା ବିହାର ବେଗୁସରାୟର ବୋଲି କୁହାଯାଉଛି। ଏହି ଘଟଣା ବୁଧବାର ରାତି ସାଡେ ୧୦ ଟା ସମୟରେ ଘଟିଥିଲା। ସାମସ୍ତିପୁର-କାଟିହାର ଯାତ୍ରୀବାହୀ ଟ୍ରେନରେ ଏହି ଘଟଣା ଘଟିଥିବାର କୁହାଯାଉଛି। ଯାତ୍ରୀମାନେ ଚୋରକୁ ପ୍ରାୟ ୧୫ କିଲୋମିଟର ଝୁଲାଇ ଖଗଡ଼ିଆ ପର୍ଯ୍ୟନ୍ତ ନେଇଥିଲେ।

ଭାଇରାଲ ଭିଡିଓରେ ଲୋକମାନେ ଶୁଣିବାକୁ ପାଇଛନ୍ତି ଯେ ଏହି ଚୋରଟି ଫୋନ୍ ଛଡ଼ାଇବା ପାଇଁ ଟ୍ରେନ୍ ଝରକା ନିକଟକୁ ଆସିଥିଲା। ଏହି ସମୟରେ ରେଳ ଷ୍ଟେସନ ଛାଡିଥିଲା। କିନ୍ତୁ ଚୋରଟି ସେଇ ଝରକାରେ ଅଟକି ଯାଇଥିଲା। ଚୋରର ଅସହାୟତାକୁ ଦେଖି ଲୋକମାନେ ତାକୁ କାବୁ କରିଥିଲେ। ଏଥି ସହିତ, ଚୋର ମଧ୍ୟ ଲୋକଙ୍କୁ ଭୁଲ୍ ମାଗି କହିଛି ଯେ ଦୟାକରି ମତେ ଛାଡ଼ନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.