ଦେଖନ୍ତୁ Photos: କ୍ୟାଟ ଆଇଲାଣ୍ଡରେ ଭୋକରେ ଛଟପଟ ହେଉଛନ୍ତି ଲକ୍ଷ ଲକ୍ଷ ବିଲେଇ, ପଚା ମାଂସ ଖାଇବାକୁ ହେଉଛନ୍ତି ବାଧ୍ୟ

ବ୍ରାଜିଲର ‘ଫୁରତାଦା’ ବିଲେଇମାନଙ୍କ ଦ୍ବୀପ ଭାବେ ସାରା ବିଶ୍ୱରେ ପରିଚିତ। କରୋନା ଭାଇରସ ଆରମ୍ଭ ଦିନରୁ ଏଠାରେ ବିଲେଇମାନେ ଅନାହାରରେ ଜୀବନ ବିତାଉଛନ୍ତି। ଏହି ଦ୍ବୀପ ରିୟୋ ଡି ଜେନେରିଓର ପଶ୍ଚିମରେ ଅବସ୍ଥିତ।

ccy

hv

ପୂର୍ବରୁ ଏଠାକାର ସ୍ଥାନୀୟ ବାସିନ୍ଦା ବିଲେଇମାନଙ୍କୁ ଭୋଜନ ଉପଲବ୍ଧ କରାଉଥିଲେ। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ନେଇକି ଆସୁଥିଲେ। କିନ୍ତୁ ଅନେକ ମାସ ହେବ ଏହା ବନ୍ଦ ରହିଛି।

io

iu

ଭୋକରେ ଛଟପଟ ହେଉଥିବା ଏହି ବିଲେଇମାନଙ୍କ ବିଷୟରେ କିଛି ମତ୍ସ୍ୟଜୀବୀ କହିଛନ୍ତି, ସେମାନେ ଏବେ ପଚା ମୃତଦେହ ଖାଇବାକୁ ବାଧ୍ୟ ହେଉଛନ୍ତି। ମଙ୍ଗାରାତିବା ସହରଠାରୁ ମୋଟରବୋଟ ଜରିଆରେ ଫୁରତାଦା ଆଇଲାଣ୍ଡରେ ପହଞ୍ଚିବାକୁ ୨୦ ମିନିଟ ସମୟ ଲାଗିଥାଏ।

Brazil Cat Island

ou

ସେହିପରି ‘Tashirojima Island’କୁ କ୍ୟାଟ ଆଇଲାଣ୍ଡ ଭାବେ ଜଣାଯାଇଥାଏ। ଏହା ଆଇସିନୋମାକି ସିଟି ମିୟାଗିରେ ଅବସ୍ଥିତ। ଏହି ଦ୍ଵୀପରେ ୧୦୦ ଲୋକ ବାସ କରୁଥିଲେ। ବିଲେଇମାନଙ୍କୁ ଏଠାକୁ ଜାପାନର ଇଡୋ ପିରିୟଡ ଅର୍ଥାତ ୧୮ଶ ଏବଂ ୧୯ଶ ଶତାବ୍ଦୀ ବେଳକୁ ଅଣାଯାଇଥିଲା।

fefsf

oo

କିନ୍ତୁ ଏହି ଆଇଲାଣ୍ଡରେ ଧୀରେ ଧୀରେ ଜନସଂଖ୍ୟା କମ ହେବାରେ ଲାଗିଲା ଏବଂ ବିଲେଇମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ବର୍ତ୍ତମାନ କୋଭିଡ-୧୯ ଯୋଗୁ ଗତ ୮ ମାସ ହେବ ଏଠାରେ ପର୍ଯ୍ୟଟନ ଶିଳ୍ପ ବନ୍ଦ ହୋଇ ପଡ଼ିରହିଛି, ଯାହାଫଳରେ ବିଲେଇମାନଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.