ରାକ୍ଷୀ ପୂର୍ଣ୍ଣିମାରେ ସାପକୁ ରାକ୍ଷୀ ବାନ୍ଧିବା ପଡ଼ିଲା ମହଙ୍ଗା, ଚୋଟ ମାରିବାରୁ ଯୁବକ ମୃତ; ଦେଖନ୍ତୁ ଲାଇଭ ଭିଡିଓ

ମହଙ୍ଗା ପଡ଼ିଲା ସାପକୁ ରାକ୍ଷୀ ବାନ୍ଧିବା। ବିହାରରେ ମନମୋହନ ନାମକ ଜଣେ ସର୍ପ ଧରାଳୀ ସାପ ଯୋଡ଼ିଙ୍କୁ ରାକ୍ଷୀ ବାନ୍ଧୁଥିଲେ। କିନ୍ତୁ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସୁଛି।

ଭିଡିଓରେ ମନମୋହନ ସାପର ଲାଞ୍ଜ ଧରୁଥିବା ଦେଖାଯାଇଛି। ଏହି ନିଆରା ରାକ୍ଷୀ ଉତ୍ସବକୁ ଦେଖିବା ପାଇଁ ଗାଁର ଲୋକେ ମଧ୍ୟ ଏକାଠି ହୋଇଥିଲେ। କିଛି ଲୋକ ଏହି ଘଟଣାକୁ ମୋବାଇଲରେ ସୁଟିଂ କରୁଥିଲେ। ମନମୋହନ ଗୋଟିଏ ସାପକୁ ରାକ୍ଷୀ ପିନ୍ଧାଇବା ପୂର୍ବରୁ ଟିକା ଲଗାଇବା ବେଳେ ଅନ୍ୟ ସାପଟି ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ମାତ୍ର କିଛି ସମୟ ମଧ୍ୟରେ ସାପ ବିଷ ମନମୋହନଙ୍କ ଦେହ ସାରା ବ୍ୟାପି ଯାଇଥିଲା। ତାଙ୍କୁ ହସ୍ପିଟାଲ ଅଣାଯାଇଥିଲେ ମଧ୍ୟ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା।

ଦେଖନ୍ତୁ ଭିଡିଓ:


ରିପୋର୍ଟ ମୁତାବକ, ଛପରାର ସର୍ପଧରାଳୀ ମନମୋହନ ସ୍ଥାନୀୟ ଅଞ୍ଚଳରେ ଖତରୋଁ କେ ଖିଲାଡ଼ି ଭାବେ ଜଣାଶୁଣା। ସେ ସାପ ଧରି ତାଙ୍କ ଚିକିତ୍ସା କରିଥାନ୍ତି। ଏଣୁ ତାଙ୍କୁ ସାପଙ୍କ ବନ୍ଧୁ ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏହି ସାପ ଯୋଗୁ ହିଁ ତାଙ୍କ ଜୀବନ ଯାଇଛି। ମନମୋହନଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.