ଚିନ୍ତାରେ ଜଟଣୀ ରାକ୍ଷୀ ବ୍ଯବସାୟୀ, କରୋନା ଛଡାଇ ନେଇଛି ରୋଜଗାର

ଖୋର୍ଦ୍ଧା: ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭଉଣୀଟିଏ ବର୍ଷକୁ ଥରେ ତାର ଭାଇ ହାତରେ ରାକ୍ଷୀ ସ୍ୱରୁପ ରକ୍ଷା କବଚ ଟିଏ ବାନ୍ଧିବା ପାଇଁ ଅନେଇ ବସିଥାଏ । ମାତ୍ର ପ୍ରତେକ ବର୍ଷ ଭଳି ଚଳିତ ବର୍ଷର ସବୁ ପର୍ବ ପର୍ବାଣୀକୁ କରୋନା ମହାମାରୀର ନଜର ଲାଗିଯାଇଛି। ଏହି ମହାମାରୀ ପ୍ରଭାବରେ ରାକ୍ଷୀ ବ୍ୟବସାୟୀ ମାନଙ୍କ ଠାରୁ ଆରମ୍ଭ କରି ଭାଇ ଭଉଣୀ ମାନେ ଏବେ ଚିନ୍ତାରେ ।

rakhi purnimaକରୋନାର ପ୍ରଭାବ ସାରା ବିଶ୍ୱ ସମେତ ଆମ ରାଜ୍ୟ ଉପରେ ମଧ୍ଯ ପଡିଛି । ସମସ୍ତଙ୍କ ରୋଜଗାର ବନ୍ଦ ହୋଇଯାଇଥିବାବେଳେ ଦିନକୁ ଦୁଇ ବେଳା ଖାଇବାକୁ ହନ୍ତସନ୍ତ ହେଉଛନ୍ତି ଲୋକେ। ଆଉ ତାହାରି ଭିତରେ ଅନେକ ପର୍ବପର୍ବାଣୀ ସେମିତି ନିରାଡମ୍ବର ଭାବେ ପାଳନ କରାଯାଇଛି। ତେବେ ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଏହି ପର୍ବ ଆସିଲା ମାନେ ବଜାରରେ ଭଳିକି ଭଳି ରାକ୍ଷୀର ପସରା ମେଳାଇ ବସିପଡନ୍ତି ବ୍ଯବସାୟୀ ମାନେ। ବିଶେଷ କରି ସିଜିନାରୀ ବ୍ଯବସାୟୀମାନେ ଦିପାବଳୀରେ ଦିନେ ବାଣ ,ହୋଲିରେ ରଙ୍ଗ ଓ ରାକ୍ଷୀ ରେ ରାକ୍ଷୀ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।

rakhyaମାତ୍ର ଚଳିତ ବର୍ଷ କରୋନା ମାଡରେ ସବୁ ଏକ ପ୍ରକାରର ବରବାଦ ହୋଯାଇଛି । ସିଜିନ ହାଉସରେ ଗଦା ଗଦା ହୋଇ ଭଳି କି ଭଳି ରାକ୍ଷୀ ଥିବା ସହ ଅନେକ ତିଆରୀ ମଧ୍ୟ ଚାଲିଛି । ମାତ୍ର ଲକ୍ ଡାଉନ୍ କଟକଣାରେ ବ୍ୟବସାୟ ହେବକି ନାହିଁ ଏବେ ଚିନ୍ତାରେ ଜଟଣୀ ହୋଲସେଲ୍ ବ୍ୟବସାୟୀ ମାନେ। ଜଟଣୀ ଉପରେ ନିର୍ଭର କରିଥାନ୍ତି ଆଖପାଖ ୪ ଜିଲ୍ଲାର ଖୁଚୁରା ବ୍ୟବସାୟୀ । ଏଠାରେ ବ୍ୟବସାୟ କରି ଦି ପଇସା ରୋଜଗାର କରିଥାନ୍ତି । ବାଣିଜ୍ୟକ ପେଣ୍ଠସ୍ଥଳ ଜଟଣୀରେ ଏବେ ବ୍ୟବସାୟୀ ଚିନ୍ତାରେ ଦିନ କାଟୁଛନ୍ତି ।

rakhiରାକ୍ଷୀଟି ଆସିଲେ ଭଉଣୀଟିଏ ଅନାଇ ବସିଥାଏ ଭାଇ ହାତରେ ରାକ୍ଷୀ ବାନ୍ଦିବା ପାଇଁ । ଭାଇ ଯେଉଁଠି ଥିଲେ ବି ଭଉଣୀ ପାଖକୁ ଆସିଥାଏ । ମାତ୍ର ଏହି ବର୍ଷ କରୋନା ମାଡରେ ଭାଇ ହାତରେ ଭଉଣୀ କିଭଳି ଭାବରେ ବଜାରକୁ ଯାଇ ରାକ୍ଷୀଟିଏ କିଣି ବାନ୍ଦବ, ତାକୁ ନେଇ ଚିନ୍ତାରେ ।

ସଂଗ୍ରାମ କେଶରୀ ହୋତା,ଖୋର୍ଦ୍ଧା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.