ରାମଚନ୍ଦ୍ର ଶବରୀର ଅଇଁଠା କୋଳି ଖାଇବା ପଛରେ ରହିଛି ଏହି ବିଶେଷ କାରଣ

ପ୍ରଭୁ ଶ୍ରୀରାମଙ୍କ ଜୀବନକୁ ନେଇ ଆଧାରିତ ରାମାୟଣ ମହାକାବ୍ୟ। ଯାହାକୁ ଆମେ ଅନେକ ବାର ଦେଖିଛେ ଆଉ ଶୁଣିଛେ ବି ମଧ୍ୟ। ଏଠାରେ ବିଷ୍ଣୁ ଭଗବାନଙ୍କ ମାନବୀ ରୂପ ଶ୍ରୀରାମଚନ୍ଦ୍ରଙ୍କ ଜୀବନର ପ୍ରତ୍ୟେକଟି ବିଭାଗକୁ ଖୁବ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ମନ୍ଥରାଙ୍କଠୁ ଆରମ୍ଭ କରି ରାମ ବନବାସ ହେଉ ଅବା ସୀତାଙ୍କ ଚୋରି ହେବାଠୁ ମହାଜ୍ଞାନୀ ନୈଷ୍ଠିକ ରାବଣଙ୍କ ସହ ଯୁଦ୍ଧ, ଏଠି ଯାହା ସବୁ ଘଟିଥିଲା ତାହା ପଛରେ ଥିଲା କିଛି ବିଶେଷ କାରଣ ।

ତେବେ ଏମିତି ଆହୁରି ଅନେକ ଘଟଣା ଘଟିଥିଲା ଏହି ରାମାୟଣ ମାହାକାବ୍ୟରେ। ଦର୍ଶକବନ୍ଧୁ ଆପଣ ଭଗବାନ ରାମଙ୍କ ଅନନ୍ୟ ଭକ୍ତ ଶବରୀଙ୍କ ସମ୍ପର୍କରେ ତ ଶୁଣିଥିବେ। ତାଙ୍କ ଜୀବନି ମଧ୍ୟ ଅନେକ ପ୍ରେରଣା ଦାୟୀ ଥିଲା। ରାମାୟଣରେ ଶବରୀଙ୍କ ଦ୍ୱାରା ଦିଆଯାଇଥିବା ଅଇଁଠା କୋଳିକୁ ଭଗବାନ ରାମଚନ୍ଦ୍ର ଖାଇଥିଲେ। ଏହାପଛରେ ମଧ୍ୟ କାରଣ ରହିଥିଲା। ଯାହାକୁ ହୁଏତ କେହି ଜାଣିନଥିବେ। ଶବରୀ ଜଣକ ଭଗବାନ ଙ୍କୁ ମିଠା କୋଳି ଖୁଆଇବାକୁ ଯାଇ ପ୍ରଥମେ ନିଜେ ସ୍ୱାଦ ଚାଖୁଥିଲେ। ପରେ ଭଗବାନଙ୍କୁ କେବଳ ମିଠା କୋଳି ହିଁ ଖାଇବାକୁ ଦେଉଥିଲେ। ତେବେ ଏହା ବ୍ୟତିତ ମଧ୍ୟ ଶବରୀଙ୍କ ସହ ଆଉ ଏକ କାହାଣୀ ରାମାୟଣରେ ଯୋଡ଼ି ହୋଇ ରହିଛି। ତାହା ସମ୍ପର୍କରେ ଆଜି ଏହି ଭିଡ଼ିଓରୁ ଜାଣନ୍ତୁ।

ଶବରୀଙ୍କ ଜୀବନ ଉପରେ ଋଷିଙ୍କର ଉପଦେଶର ପ୍ରଭାବ ପଡ଼ିଥିଲା। ସେହି ଋଷି ଜଣକ ହେଉଛନ୍ତି ମାତଙ୍ଗ ମହର୍ଷି। ପମ୍ପାସର ତଟରେ ମହର୍ଷି ମାତଙ୍ଗ ନିଜ ଶିଷ୍ୟଙ୍କୁ ଉପଦେଶ ଦେଇ କହିଥିଲେ ଯେ, ପବିତ୍ର ଜୀବନ ବିନା ପରମାତ୍ମାକୁ କେହି ବି ପାଇପାରିବେ ନାହିଁ। ତେଣୁ ମନରେ ଦୟା ଭାବ ରଖି ଭଗବାନ ରାମଙ୍କୁ ଧ୍ୟାନ କରନ୍ତୁ। ଏହା ହିଁ ଧର୍ମ। କାରଣ ଜାତି କୂଳର ବାଧାରୁ ଧର୍ମ ସବୁବେଳେ ମୁକ୍ତ। ସେହି ସମୟରେ ଏହି ଶବରୀ ଜଣକ ମଧ୍ୟ ଏହି ଉପଦେଶ ଶୁଣିଥିଲେ। ଏହା ଶୁଣିବା ପରେ ତାଙ୍କ ଆଖିରୁ ଲୁହ ଝରିପଡ଼ିଲା। ବାଲ୍ୟକାଳରୁ ତାଙ୍କ ମନ ଅଶାନ୍ତ ଥିବା ବେଳେ ବଡ଼ ହେବା ପରେ ସେ ବିବାହ କଲେ। ପରେ ବଣରେ ପଶୁ ପକ୍ଷୀଙ୍କ ରକ୍ତ ଦେଖି ଆହୁରି ବିଚଳିତ ହୋଇଯାଉଥିଲେ। ଶେଷରେ ସେ ମାତଙ୍ଗ ଋଷିଙ୍କର ଏହି ବାଣୀ ଶୁଣି ତାଙ୍କ ମନ ପରିବର୍ତ୍ତନ ହୋଇଥିଲା। ପରେ ସେହି ପାଖରେ ହି ଏକ କୁଟିଆ ତିଆରି କରି ଏକା ରହିଲେ।

ଶବରୀ ଜଣକ ସରଳ ହୃଦୟ ଓ ପରୋପକାରୀ ଥିଲେ। ସେ ସବୁବେଳେ ଋଷିଙ୍କର କୁଟିଆ ରାସ୍ତାକୁ ସଫା କରିବା ସହ ପୁଜା ଅନୁଷ୍ଠାନ ପାଇଁ ଦରକାରୀ ସବୁ କାମକୁ କରୁଥିଲେ। ତେବେ ମାତଙ୍ଗ ଋଷି ଶବରୀକୁ କୁଟିଆ କରି ରହିବା କଥା କହିବା ପରେ ପାଖରେ ଥିବା ଅନ୍ୟ ଋଷି ମାନେ ରାଗିଯାଇଥିଲେ। ପମ୍ପାସର ତଟରୁ ଜଣେ ଋଷି ସ୍ନାନ କରି ଆସିବା ପରେ ଶବରୀ ଜଣଙ୍କୁ ଦେଖି ଅନେକ ଅପମାନ ଦେଲେ।

ତେବେ ଏହିପରି ଭାବେ ଦିନେ ମାତଙ୍ଗ ଋଷିଙ୍କର ମଧ୍ୟ ଶେଷ ସମୟ ଆସିଯାଇଥିଲା। ଏହିସମୟରେ ଶବରୀ ଜଣକ କାନ୍ଦୁଥିବାର ଦେଖି ସେ କହିଲେ ଯେ ତୁମର ଏବେ ଯିବାର ସମୟ ଆସିନାହିଁ। ଦଶରଥ ନନ୍ଦନ ଶ୍ରୀ ରାମ ଏଠାକୁ ଆସିବା ପରେ ତୁମ ଜୀବନର ସାଧନା ପୂର୍ଣ୍ଣ ହେବ । ସେହିଦିନଠାରୁ ସେ ଦଣ୍ଡକାରନ୍ୟରେ କୁଟିର କରି ପ୍ରଭୁ ରାମଚନ୍ଦ୍ରଙ୍କୁ ଅପେକ୍ଷା କରିଥିଲେ। ଶେଷର ପ୍ରଭୁ ବନବାସ ସମୟରେ ତାଙ୍କ ପାଖରେ ପହଞ୍ଚିଲେ। ଏହିପରି ଭାବେ ଶବରୀ ଜଣକ ଜୀବନର ସାଧନା ପୂର୍ଣ୍ଣ ହେଲା।

Leave A Reply

Your email address will not be published.