ଅଙ୍ଗୋଲା ଖଣିରେ ମିଳିଲା ଦୁନିଆର ସବୁଠାରୁ ବଡ ଗୋଲାପୀ ହୀରା, ଯାହାକୁ କୁହାଯାଏ ‘ଲୁଲୋ ରୋଜ’

ମଧ୍ୟ ଆଫ୍ରିକାର ଦେଶ ଅଙ୍ଗୋଲାରେ ମିଳିଛି ଏକ ବିରଳ ଗୋଲାପୀ ହୀରା । ପ୍ରାୟ ୩୦୦ ବର୍ଷରେ ଏହାକୁ ସବୁଠାରୁ ବଡ ହୀରା କୁହାଯାଉଛି । ଏହା ଏକ ୧୭୫ କ୍ୟାରେଟ୍ ଗୋଲାପୀ ହୀରା ଯାହାକୁ ଲୁଲୋ ରୋଜ୍ କୁହାଯାଏ । ଦୁନିଆରେ ମିଳିଥିବା ସବୁଠାରୁ ବଡ ହିରା ମଧ୍ୟରୁ ଦୁଇଟି ଅଙ୍ଗୋଲାର ଲୁଲୋ ଖଣିରୁ ମିଳିଛି। ଏଥିରେ ୪୦୪ କ୍ୟାରେଟ୍‌ ଏକ ହୀରା ରହିଛି।

ଅଙ୍ଗୋଲାର ପୂର୍ବ-ଉତ୍ତରରେ ଥିବା ଲୁଲୋ ଖଣିରୁ ଏହାର ସନ୍ଧାନ ମିଳିଛି । ଲୁଲୋ ଖଣିର ଭାଗିଦାରୀ ତଥା ଅଙ୍ଗୋଲା ସରକାର ଏହି ଐତିହାସିକ ସନ୍ଧାନକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି କି ଏହା ଏକ ବେଶ୍ ଦାମୀ ହୀରା । ଏହା ଏକ ଟାଇପ୍ IIa ହୀରା ଏବଂ ଏଗୁଡିକ ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଥାଏ । ଏହା ପ୍ରାୟତଃ ରଙ୍ଗହୀନ ହୋଇଥାଏ ଏବଂ ବହୁତ ବିରଳ ମଧ୍ୟ । ଅଙ୍ଗୋଲାର ଖଣିରୁ ମିଳୁଥିବା ହୀରା ଦୁନିଆର ୧୦ଟି ହୀରା ଉତ୍ପାଦନ ମଧ୍ୟରୁ ଅନ୍ୟତମ। ଏହି ଗୋଲାପୀ ହୀରାକୁ ଅଙ୍ଗୋଲାର ସକାରୀ ବିପଣନ କମ୍ପାନୀ ‘ସୋଡିୟମ’ ବିକ୍ରି କରିବ।

ଏକ ରିପୋର୍ଟ ଅନୁସାରେ ଅଙ୍ଗୋଲନ ରାଜ୍ୟର ମାଲିକାନା ଥିବା ହୀରା ବ୍ୟାପାର ଫର୍ମ ସୋଡିୟମ୍ ଦ୍ୱାରା ଆୟୋଜିତ ଏକ ଅନ୍ତର୍ଜାତୀୟ ନିବିଦା ମାଧ୍ୟମରେ ହୀରା ବିକାଯାଏ । ଲୁଲୋ ରୋଜର ପ୍ରକୃତ ଦାମ୍ ଜାଣିବା ପାଇଁ ହୀରାକୁ କାଟିବା ସହିତ ପଲିସ କରିବାକୁ ହେବ । ତେବେ ଯଦି ହୀରାକୁ କାଟିବା ସହିତ ପଲିସ କରାଯାଏ ତେବେ ଏହାର ଓଜନ ପ୍ରାୟ ଅଧା ହୋଇଯିବ । ୨୦୧୭ରେ ହଂକଂର ନିଲାମୀରେ ୫୯.୬ କ୍ୟାରେଟ୍ ପିଙ୍କ ଷ୍ଟାରକୁ ୭୧.୨ ମିଲିୟନ୍ ଡଲାରରେ ବିକ୍ରି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.