ଚନ୍ଦ୍ରଗ୍ରହଣ ପରେ ଆସିଲା ଶ୍ରାବଣ ମାସ, ଏହି ୫ଟି ରାଶିର ରହିଛି ଧନ ଯୋଗ

ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ ଶେଷ ହେବା ପର ଦିନ ଠାରୁ ଶ୍ରାବଣ ମାସ ଆରମ୍ଭ ହୋଇଛି। ମହାଦେବଙ୍କ ପ୍ରିୟ ପବିତ୍ର ଶ୍ରାବଣ ମାସ ସୋମବାର ଜୁଲାଇ ୬ ଅର୍ଥାତ୍‌ ଆଜିଠୁ ଆରମ୍ଭ ହୋଇଛି। ଜ୍ୟୋତିଷବିତ୍‌ଙ୍କ ମତରେ ଚଳିତ ଥର ଶ୍ରାବଣ ମାସ ୫ଟି ରାଶି ପାଇଁ ବେଶ୍‌ ଲାଭକାରୀ ସାବ୍ୟସ୍ତ ହେବାକୁ ଯାଉଛି। ଶ୍ରାବଣରେ ଚଳିତଥର ବୃଷ, ସିଂହ, କନ୍ୟା, ବିଛା ଓ ମୀନ ରାଶିର ଧନ ଲାଭ ଯୋଗ ରହିଛି।

brushaଶ୍ରାବଣ ମାସରେ ବୃଷ ରାଶିର ବ୍ୟକ୍ତି ମହାଦେବଙ୍କ ଆରାଧନା କରିବା ଦ୍ୱାରା ସେମାନଙ୍କ ଜୀବନରେ ସଫଳତା ଆସିବ। ଏହି ରାଶିର ବ୍ୟକ୍ତି ବିଶେଷ ଧର୍ମ ସଂସ୍କାର ଓ ଅନୁଶାସନ ଉପରେ ଅଧିକ ଗୁରୁତ୍ୱ ଦେବେ। ବାଣୀବ୍ୟବହାର ପ୍ରଭାବଶାଳୀ ରହିବ। ଧନ ସମ୍ପଦ ବୃଦ୍ଧି ହେବ।

singha

 

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ମାସ ଲାଭ ନେଇ ଆସିବ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ସୁଦୃଢ଼ ହେବ। ଧନ ଲାଭ ହେବ। ପରିବାର ଲୋକଙ୍କୁ ସମୟ ଦେବେ।

kanya

ଶ୍ରାବଣ ମାସ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍‌ ଶୁଭଙ୍କର ସାବ୍ୟସ୍ତ ହେବ। ପଦୋନ୍ନତି ଏବଂ ସକରାତ୍ମକ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଜମିଜମା ମାମଲାରେ ବିଜୟୀ ହେବେ। ପ୍ରତ୍ୟେକ କାର୍ଯ୍ୟକୁ ପୂର୍ଣ୍ଣ ଦକ୍ଷତାର ସହ ଶେଷ କରିବେ। ମାନ ସମ୍ମାନ ବୃଦ୍ଧି ହେବ।

bichhaminaବିଛା ଓ ମୀନ ରାଶିର ବ୍ୟକ୍ତି ଶ୍ରାବଣ ମାସରେ ଶିବଙ୍କ ଆରାଧନା କଲେ ସମସ୍ତ ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏଥିସହ ଆର୍ଥିକ ସଙ୍କଟ ଦୂର ହେବ। ପରିବାରର ଉତ୍ତରୋତ୍ତର ଉନ୍ନତି ହେବ। ଧନଧାନ୍ୟରେ ଘର ପୂରି ଉଠିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.