ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜାରେ ପଡ଼ୁଛି ଏ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ

ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ କାର୍ତ୍ତିକ ମାସ ଅମାବାସ୍ୟାରେ ଲାଗିବାକୁ ଯାଉଛି। ହିନ୍ଦୁ ଧର୍ମରେ କାର୍ତ୍ତିକ ଅମାବାସ୍ୟାର ଖାସ୍‌ ମହତ୍ତ୍ୱ ରହିଛି। ଏହି ଦିନ ଦୀପାବଳି ଉତ୍ସବ ପାଳନ ହୋଇଥାଏ। ହିନ୍ଦୁ କ୍ୟାଲେଣ୍ଡର ମୁତାବକ, ଏଥର ଅକ୍ଟୋବର ୨୪ରେ ଦୀପାବଳି ପଡ଼ୁଛି। ଦୀପାବଳି ପରଦିନ ଅର୍ଥାତ୍‌ ଗୋବର୍ଦ୍ଧନ ପୂଜାରେ ସୂର୍ଯ୍ୟପରାଗ ଲାଗୁଛି।

ଏହି କାରଣରୁ ଚଳିତ ବର୍ଷ ଦୀପାବଳିରେ ସୂର୍ଯ୍ୟପରାଗର ପ୍ରଭାବ ରହିବ। ଏଥି ସହିତ ମହାନିଶିଥ କାଳର ବି ଯୋଗ ସୃଷ୍ଟି ହେବ। ସୂର୍ଯ୍ୟପରାଗ ଅକ୍ଟୋବର ୨୫ରେ ଲାଗିବ। ତେଣୁ ଦୀପାବଳି ରାତିରୁ ହିଁ ହାଣ୍ଡିଛାଡ ଆରମ୍ଭ ହୋଇଯିବ। ଏହା ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ। ଆସନ୍ତୁ ଜାଣିବା, ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ସହ ଜଡ଼ିତ ଖାସ୍‌ କଥା।

ସୂର୍ଯ୍ୟପରାଗର ତାରିଖ ଏବଂ ସମୟ

ଚଳିତ ବର୍ଷ ସୂର୍ଯ୍ୟପରାଗ ଅକ୍ଟୋବର ୨୫ ଅପରାହ୍ନ ୪ଟା ୨୯ ମିନିଟ୍‌ରୁ ୫ଟା ୨୪ ମିନିଟ୍‌ ପର୍ଯ୍ୟନ୍ତ ଲାଗିବ। କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବନାହିଁ, ତେଣୁ ଲୋକେ ଏହାକୁ ପାଳିବେ ନାହିଁ। ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଆଫ୍ରିକା ମହାଦ୍ୱୀପର ଉତ୍ତର-ପୂର୍ବ ଭାଗ, ଏସିଆର ଦକ୍ଷିଣ-ପଶ୍ଚିମ ଭାଗ, ୟୁରୋପ ଏବଂ ଆଟ୍‌ଲାଣ୍ଟିକ୍‌ରେ ଦୃଶ୍ୟମାନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.