ନାଗସାପକୁ ଦେଖି ବିଚଳିତ ହୋଇ ଡିଆଁ ମାରିଲେ ସିମ୍ପାଞ୍ଜି ଦଳ, ଭିଡିଓ ଦେଖି ହସି ହସି ଗଡିଯିବେ ଆପଣ

ମଣିଷ ହେଉ ଅବା ଜୀବଜନ୍ତୁ ସମସ୍ତଙ୍କ ଭିତରେ ଡର ବା ଭୟ ନିଶ୍ଚିତ ଭାବେ ରହିଥାଏ। ଯେଉଁ ଜିନିଷକୁ ମଣିଷ ପିଲା ଡରିଯାଏ, ସେହି ଜିନିଷକୁ ଦେଖି ଜୀବଜନ୍ତୁଙ୍କ ଛୁଆ ମଧ୍ୟ ଡରିଯାଆନ୍ତି। ଛୋଟ ପିଲା ଯେମିତି ସାପ ଦେଖିଲେ ଡରି ଦୌଡି ପଳାଏ, ସେହିପରି ସିମ୍ପାଞ୍ଜି ଛୁଆ ମଧ୍ୟ ଡରି ଡେଇଁ ପଳାଏ। ଏମିତି ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ହସି ହସି ଗଡୁଛନ୍ତି।

ଟ୍ଵିଟରରେ ଏହି ଭିଡିଓକୁ@santoshsaagr ସେୟାର କରିଛନ୍ତି। ଏହି ଭିଡିଓରେ ସିମ୍ପାଞ୍ଜିି ଖେଳୁଥିବା ଡେଉଁଥିବା ଦେଖିବାକୁ ମିଳିଛି। କିନ୍ତୁ ସିମ୍ପାଞ୍ଜି ଏହା କୌଣସି ହସ ଖେଳ ଯୋଗୁଁ ନୁହେଁ ବରଂ ସାପ ଦେଖି ଏମିତି ବ୍ୟବହାର କରୁଛି। ନାଗ ସାପ ଦେଖି ସିମ୍ପାଞ୍ଜି ଭୟରେ ଡିଆଁ ମାରୁଛି। ଯାହାର ଭିଡିଓ ଦେଖିବା ପରେ ସମସ୍ତେ ହସି ହସି ଗଡୁଛନ୍ତି।

ଭାଇରଲ ଭିଡିଓରେ ଏକ ଛୁଆ ସିମ୍ପାଞ୍ଜି ଦୁଇ ବୟସ୍କ ସିମ୍ପାଞ୍ଜି ସହିତ ନିଜ ଖୁଆଡରେ ରହିଛି। ଏହି ସମୟରେ ଘାସ ଭିତରେ ହଠାତ୍‌ ଏକ ନାଗସାପ ବାହାରି ଆସୁଛି। ଯାହାକୁ ଦେଇ ସିମ୍ପାଞ୍ଜି ଛୁଆ ଡେଇଁ ଚିତ୍କାର କରି ଡରି ପଳାଉଛି। ଏହି ଭିଡିଓ ଦେଖିବା ପରେ ଲୋକେ ହସି ହସି ଗଡୁଛନ୍ତି।

ଦେଖନ୍ତୁ ଭିଡିଓ :

ସିମ୍ପାଞ୍ଜି ଏମିତି ଡିଆଁ ମାରୁଥିବା ଦେଖି ଲୋକେ ମଜା କରୁଛନ୍ତି। ଭିଡିଓରେ ସମସ୍ତ ସିମ୍ପାଞ୍ଜି ଏକାଠି ସାଙ୍ଗ ହୋଇ ଡିଆଁ ମାରି ଦୌଡୁଥିବା ବେଳେ ସାପ ଉପରେ ରାଗୁଛନ୍ତି ମଧ୍ୟ। ଛୁଆ ସିମ୍ପାଞ୍ଜି ଜଣକ ନାଗ ସାପକୁ ଧରି ମାରିବାକୁ ଚେଷ୍ଟା କରୁଛି। ଭୟରେ ସାପ ଏଣେତେଣେ ଯିବାକୁ ଲାଗୁଛି। ପରେ ସାପ ନାଳରେ ଥିବା ଗାତରେ ପସିଯାଉଛି। ଲୋକଙ୍କୁ ସିମ୍ପାଞ୍ଜିର ଏହି ଭିଡିଓ ବହୁତ ପସନ୍ଦ ଆସୁଛି। ଲୋକେ ଭିଡିଓ ଦେଖି ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

 

Also Read : ନଡିଆ ଗଛକୁ ନାଗଫାଶ କରି ଚଢିଲା ବିଶାଳକାୟ ସାପ, ଭିଡିଓ ଦେଖି ଶିହରି ଯିବ ଦେହ

Leave A Reply

Your email address will not be published.