ନାଗ ହତ୍ୟାର ପ୍ରତିଶୋଧ ନେଲା କି ନାଗୁଣୀ ?

ଦର୍ଶକବନ୍ଧୁ ଆପଣ ସାପ ଆଉ ସାପ କାହାଣୀକୁ ନେଇ ଅନେକ କଥା ଶୁଣିଥିବେ । ଏମିତିକି ଟେଲିଭିଜନରେ ବି ଅନେକ ସିରିଏଲ ଫିଲ୍ମ ଦେଖୁଥିବେ । ଏହି କଥା ଓ ଚିତ୍ରକୁ ଆପଣ ମାନେ ବହୁତ ହିଁ ଉପଭୋଗ କରନ୍ତି ଆଉ ତାକୁ ନେଇ ପ୍ରଶ୍ନ ବି ମନରେ ଆସେ ସତରେ କଣ ଏମିତି ହୋଇପାରେ । ତାର ବାସ୍ତବ ଚିତ୍ର ଏବେ ସାମନାକୁ ଆସିଛି । କଥାରେ ଅଛି ନାଗ ନାଗୁଣିଙ୍କ ଭିତରେ ଯିଏ ଆସେ ସେ କେତେ ଜୀବନ ନେଇ ଫେରେନି । ଆଉ ଏକଥାର ପ୍ରମାଣ ଉତ୍ତରପ୍ରଦେଶର ଏକ ଛୋଟିଆ ଗାଁରୁ ମିଳିଛି ।

ଉତ୍ତର ପ୍ରଦେଶରେ ଏବେ ସାପ ଟେନସନ । ଗତ କିଛି ଦିନରୁ ସାପ ବାହାରିବା ଚିନ୍ତା ସମସ୍ତଙ୍କୁ ଘାରିଛି । କିନ୍ତୁ ଯୁପିର ମହୋବା ଜିଲ୍ଲାରେ ଏକ ଅଲଗା ପ୍ରକାର କାହାଣୀ ସାମନାକୁ ଆସୁଛି । ଘଟଣା ହେଉଛି ଶ୍ରାବଣ ମାସରେ ଜଣେ ଯୁବକ ଏକ ନାଗକୁ ହତ୍ୟା କରିଥିଲା । ଆଉ ଏହା ପରେ ନାଗୁଣି ପ୍ରତିଶୋଧ ନେଇଥିଲା । ସେହି ଯୁବକକୁ ନାଗୁଣୀ ମାରିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ହୁଏତ ଅନେକଙ୍କୁ ଏକଥା ଉପରେ ବିଶ୍ୱାସ ହେଉନଥିବ କିନ୍ତୁ, ଗାଁ ଲୋକଙ୍କ ଅନୁସାରେ ଏହା ହିଁ ହୋଇଛି ବୋଲି କୁହାଯାଉଛି । ନାଗୁଣି ନାଗର ପ୍ରତିଶୋଧ ନେବା ପାଇଁ ଯୁବକକୁ ମାରିବାକୁ ଚାହିଁ ରହିଥିଲା ବୋଲି କୁହାଯାଉଛି ।

ଘଟଣା ଅନୁସାରେ ଏହି ମାମଲା ସହରର ସଲାରପୁର ଗାଁର ବୋଲି ଜଣାପଡିଛି । ଏଠାକାର ବାସିନ୍ଦା ରମେଶ ରାଜପୁତଙ୍କ ଘରେ ଶ୍ରାବଣ ମାସ ଭଳି ପବିତ୍ର ମାସରେ ନାଗ ନାଗୁଣିଙ୍କ ଯୋଡା ଆସିଥିଲା । କନ୍ତୁ ଦୁହିଁଙ୍କୁ ଦେଖିବା ପରେ ରମେଶଙ୍କ ପତ୍ନୀ ପଡୋଶୀଙ୍କ ଘରେ ଆସି ସାହାଯ୍ୟର ଗୁହାରି କରିଥିଲେ । ଯାହାପରେ ପ୍ରଦୀପ କୁମାର ନାମକ ବ୍ୟକ୍ତି ରମେଶଙ୍କ ଘରକୁ ଯାଇ ଏକ ଠେଙ୍ଗା ସାହାଯ୍ୟରେ ନାଗକୁ ପିଟି ପିଟି ମାରିଦେଇଥିଲେ । ଏହା ପରେ ଆକ୍ରୋଶର ଶୀକାର ହୋଇଥିବା ନାଗୁଣୀ ସିଧା ପ୍ରଦୀପଙ୍କ ଘରେ ଯାଇ ଚୋଟ ମାରିବାକୁ ଚେଷ୍ଠା କଲା ଆଉ ସଫଳ ବି ହେଲା ।

ପୁଅର ମୃତ୍ୟୁକୁ ନେଇ ଘରେ ବାପା ମାଆଙ୍କ ହାଲ ବେହାଲ ହୋଇଛି । ନାଗର ପ୍ରତିଶୋଧ ନେବା ପରେ ନାଗୁଣି ଆଉ ଗାଁରେ ଦେଖିବାକୁ ମିଳୁନାହିଁ । ଜଙ୍ଗଲକୁ ଚାଲିଯାଇଥିବା କୁହାଯାଉଛି । କିନ୍ତୁ ଏହି ଘଟଣା ପରେ ନାଗୁଣିକୁ ନେଇ ପୁରା ଗାଁରେ ଭୟର ବତାବରଣ ଖେଳିଯାଇଛି ।

ଘଟଣା ପରଠୁ ମୃତକଙ୍କ ପରିଜନଙ୍କ କହିବା କଥା କି ଯେବେ ପ୍ରଦୀପ ନାଗକୁ ମାରି ଆସିଲା ସେବେଠୁ ହିଁ ତାକୁ ଏହି କଥାର ଅନୁଭବ ହେଲା କି ସେ କିଛି ଭୁଲ କରିଛି । ଘରଲୋକଙ୍କୁ ପ୍ରଦୀପ ଏହା ମଧ୍ୟ କହିଥିଲେ କି ମୋ ଦ୍ୱାରା ଏକ ଭୁଲ ହୋଇଛି ଆଉ ଏହାର ପରିଣାମ ବି ହୁଏତ ମତେ ଭୋଗିବାକୁ ପଡିପାରେ । ଆଉ ଠିକ ସେଇଆ ହିଁ ହୋଇଥିଲା । ଯୁବକ ଯେତେବେଳେ ଶୋଇଥିଲେ ନାଗୁଣି ଠିକ ସେହି ସମୟରେ ଆସି ତାଙ୍କୁ କାମୁଡି ଥିଲା । ଆଉ ସେହି ସ୍ଥାନରେ ହିଁ ପ୍ରଦୀପଙ୍କର ମୃତ୍ୟୁ ହେଲା ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.