୨୫ ଅକ୍ଟୋବରରେ ହେବ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଏହି ୬ରାଶିର ବ୍ୟକ୍ତିତ୍ୱଙ୍କୁ ମିଳିପାରେ ଅଧିକ କଷ୍ଟ

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ୨୫ ଅକ୍ଟୋବର ଅର୍ଥାତ୍‌ ମଙ୍ଗଳବାର ଦିନ ପଡିବ। ଏହା ଭାରତରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ। ଦୀପାବଳି ପରଦିନ ଏହା ଦେଖିବାକୁ ମିଳିବ। ତେଣୁ ଏହି ପରାଗ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦ୍ୱିତୀୟ ସୂର୍ଯ୍ୟପରାଗ ପରେ ସୂର୍ଯ୍ୟଦେବ ତୁଳା ରାଶିରେ ବିରାଜମାନ ରହିବେ। ଏମିତିରେ ଏହାର ପ୍ରଭାବ କେତେକ ରାଶି ଉପରେ ଅଧିକ ରହିବ। ସୂର୍ଯ୍ୟ ତୁଳା ରାଶିରେ ବିରାଜମାନ ରହିବା ସତ୍ତ୍ୱେ ୫ଟି ଗ୍ରହ ଚନ୍ଦ୍ର, କେତୁ, ସୂର୍ଯ୍ୟ, ବୁଧ ଏବଂ ଶୁକ୍ର ମଧ୍ୟ ତୁଳା ରାଶିରେ ରହିବେ।

ଏହି କାରଣରୁ ଚଳିତ ବର୍ଷ ଦୀପାବଳିରେ ସୂର୍ଯ୍ୟପରାଗର ପ୍ରଭାବ ରହିବ। ଏଥି ସହିତ ମହାନିଶିଥ କାଳର ବି ଯୋଗ ସୃଷ୍ଟି ହେବ। ସୂର୍ଯ୍ୟପରାଗ ଅକ୍ଟୋବର ୨୫ରେ ଲାଗିବ। ତେଣୁ ଦୀପାବଳି ରାତିରୁ ହିଁ ହାଣ୍ଡିଛାଡ ଆରମ୍ଭ ହୋଇଯିବ। ଏହା ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ।

ବୃଷ ରାଶି : ଯେଉଁମାନଙ୍କର ରାଶି ବୃଷ ସେମାନଙ୍କର ଜୀବନ ଉପରେ ସୂର୍ଯ୍ୟପରାଗର ଅଧିକ ପ୍ରଭାବ ପଡିବ। ଏହି ରାଶିର ଲୋକ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ଜରୁରୀ। ତେଣୁ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଯଦି ଆପଣ କୌଣସି କଥାକୁ ନେଇ ଚିନ୍ତାରେ ରହିଛନ୍ତି, ଏହାକୁ ଜଲଦି ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

ମିଥୁନ ରାଶି : ସୂର୍ଯ୍ୟପରାଗର ପ୍ରଭାବ ମିଥୁନ ରାଶି ଜାତକ ଜୀବନ ଉପରେ ଅଧିକ ରହିବ। କୌଣସି କାମ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ। କଠିନ ପରିଶ୍ରମ କଲେ ସଫଳତା ମିଳିବ। ଆୟ ଠାରୁ ବ୍ୟୟ ଅଧିକ ହେବ। ତେଣୁ ଏଥିପ୍ରତି ଅଧିକ ସଚେତନ ରହିବା ଜରୁରୀ।

କନ୍ୟା ରାଶି : କନ୍ୟା ରାଶିର ଜାତକଧାରୀଙ୍କ ପାଇଁ ସୂର୍ଯ୍ୟପରାଗ ବେଶ୍‌ ପ୍ରଭାବ ପକାଇବ। ଏହି ରାଶିରେ ଲୋକ ପଇସାପତ୍ର ଖର୍ଚ୍ଚକୁ ନେଇ ଅଧିକ ଧ୍ୟାନ ରଖିବା ଜରୁରୀ। ଆପଣଙ୍କର ଆବଶ୍ୟକତା ଠାରୁ ଖର୍ଚ୍ଚ ବଢିବ। ଏହାସହିତ ଆପଣ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଭାବିଚିନ୍ତି ଏବଂ ପରାମର୍ଶ ନେଇ କରନ୍ତୁ। ସାମାନ୍ୟତମ ଭୁଲ୍‌ ନିଷ୍ପତ୍ତି ଆପଣଙ୍କ ପାଇଁ ହାନିକାରକ ହୋଇପାରେ।

zodiac signs

ବିଛା ରାଶି : ବୃଷ ରାଶିର ଲୋକଙ୍କର ଆର୍ଥିକ ସ୍ଥିତି ପ୍ରଭାବିତ ହେବ। ଆପଣଙ୍କୁ ପଇସାର ଅଭାବ ପଡିବ। ତେଣୁ ଆବଶ୍ୟକତା ଠାରୁ ଅଧିକ ପଇସା ଖର୍ଚ୍ଚ ନ କରିବା ଭଲ। ଏହାସହିତ ନିବେଶ କରିବା ପୂର୍ବରୁ ଭଲଭାବେ ଚିନ୍ତା କରିବା ଜରୁରୀ।

ତୁଳା ରାଶି : ସୂର୍ଯ୍ୟପରାଗ ସମୟରେ ତୁଳା ରାଶିରେ ସୂର୍ଯ୍ୟ ଏହି ରାଶିରେ ରହିବେ। ଏହି ରାଶିର ଲୋକଙ୍କୁ ଅଧିକ କ୍ଷତି ସହିବାକୁ ପଡିପାରେ। ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଏହା ସହିତ ଗାଡି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମକର ରାଶି : ମକର ରାଶିର ଲୋଙ୍କ ପାଇଁ ସୂର୍ଯ୍ୟପରାଗ ଚିନ୍ତାର କାରଣ ପାଲଟିଥାଏ। ଏହି ରାଶିର ଲୋକ ନିଜ ସ୍ୱାସ୍ଥ୍ୟ କଥା ଧ୍ୟାନରେ ରଖନ୍ତୁ। ଏହାସହିତ କଥାବାର୍ତ୍ତା କରିବା ସମୟରେ ସାବଧାନ ରୁହନ୍ତୁ। କୌଣସି କାମ କରିବା ସମୟରେ ଚଞ୍ଚଳତା କରନ୍ତୁ ନାହିଁ। ନଚେତ କାମ ବିଗିଡିପାରେ।

Also Read : ଘରେ ବୃଦ୍ଧି ପାଇବ ସୁଖ ସମୃଦ୍ଧି, ଦୂର ହେବ ଆର୍ଥିକ ସ୍ଥିତି: ଗୋଲାପ ଫୁଲରେ କରନ୍ତୁ ଏମିତି ଉପାୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.