“ହର ହର ଶମ୍ଭୁ” ଗୀତ ଗାଇ ଚର୍ଚ୍ଚାରେ ଥିବା ଅଭିଲିପ୍ସା ପଣ୍ଡା କିଏ ? ଜାଣନ୍ତୁ ତାଙ୍କ ବିଷୟରେ

ବର୍ତ୍ତମାନ ସମୟରେ ସିଙ୍ଗର ଫର୍ମାନୀ ନାଜ ମହାଦେବଙ୍କ ଭଜନ “ହର ହର ଶମ୍ଭୁ” ଗୀତ ଗାଈ ଏକ ପ୍ରକାର ବିବାଦ ଘେରକୁ ଚାଲିଆସିଛନ୍ତି  । ଫର୍ମାନୀ ମୁସଲିମ ହୋଇଥିବା ସତ୍ତ୍ୱେ ଏହି ଭଜନ ଗାଇ ଥିବାରୁ ତାଙ୍କ ସମ୍ପ୍ରଦାୟର ଲୋକେ ତାଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି  । ସେମାନେ ପ୍ରତିବାଦ କରି କହିଛନ୍ତିକି ଏହା ଇସ୍ଲାମ ବିରୋଧୀ । କିନ୍ତୁ ପ୍ରକୃତରେ ଏହି ଗୀତକୁ ଫର୍ମାନୀ ନୁହେଁ ଓଡ଼ିଶାରେ ବାସ କରୁଥିବା ସିଙ୍ଗର ଅଭିଲିପ୍ସା ଦୁଇ ମାସ ପୂର୍ବରୁ ଗାଈଥିଲେ  । ଏହି ଗୀତ ବିଭିନ୍ନ ସୋସିଆଲ ମିଡିଆରେ ବି ସେସମୟରେ ଖୁବ ଭାଇରଲ ହୋଇଥିଲା  । ୟୁବିଟ୍ୟୁବରେ ବି ଏହି ଗୀତକୁ ଭଲ ଭିୟୁଜ ମିଳିଥିଲା ତେବେ ଆସନ୍ତୁ ଏହି ଗୀତର ପ୍ରକୃତ ଗାୟିକା ଅଭିଲିପସା ବାବଦରେ ଆଜି ଜାଣିରଖିବା  ।

ଏକ ସାକ୍ଷାତକାର ସମୟରେ ନିଜେ ଅଭିଲିପ୍ସା କହିଛନ୍ତିକି ତାଙ୍କୁ ସଂଗୀତ ଆଶୀର୍ବାଦ ସ୍ୱରୂପ ମିଳିଛି  । ତାଙ୍କୁ ଯେବେ ମାତ୍ର ୪ ବର୍ଷ ବୟସ ହୋଇଥିଲା ସେବେଠାରୁ ହିଁ ସେ ଗୀତ ଗାଇବା ଆରମ୍ଭ କଲେଣି  । ସେ ୨୦୧୫ରେ ଏକ ଇନ୍ଷ୍ଟିଚ୍ୟୁଟରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ଡିଗ୍ରୀ ହାସଲ କରିଥିଲେ  । ଏହା ପରେ କିଛି ବର୍ଷ ପର୍ଯ୍ୟନ୍ତ ଓଡିଶୀ ସଂଗୀତ ଶିକ୍ଷା କରିଥିଲେ । ତାଙ୍କ ମାତା ପିତା, ଜେଜେ, ଜେଜେ ମା” ସମସ୍ତେ କଳା ସହିତ ଯୋଡି ଅଛନ୍ତି  । ତାଙ୍କର ଆଉ ଏକ ଖାସ ଗୁଣ ହେଉଛିକି ସେ ପ୍ରାୟ 8ଟି ଭାଷାରେ ଗୀତ ଗାଈ ପାରନ୍ତି  ।

abhilipsa

ଅଭିଲିପ୍ସା ଯେ କେବଳ ସଂଗୀତରେ ପାରଙ୍ଗମ ତାହା ନୁହେଁ  । ସଂଗୀତ ବାଦ କରାଟେ ଶିକ୍ଷାରେ ବି ନିପୁଣତା ହାସଲ କରିଛନ୍ତି  । ଜାତୀୟ ସ୍ତରୀୟ କରାଟେ ଚାମ୍ପିୟାନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଅଭିଲିପ୍ସା  । ଏହା ବ୍ୟତୀତ ତାଙ୍କ ପାଖରେ ବ୍ଲାକ ବେଲ୍ଟ ବି ରହିଛି । ଏକ ଇନ୍ତରଭିୟୁରେ ସେ ଏହା ମଧ୍ୟ କହିଛନ୍ତିକି ନୃତ୍ୟ ଶିକ୍ଷାରେ ବି ତାଙ୍କର ବିଶେଷ ରୁଚି ରହିଛି  । ସୁନିଧି ଚୌହାନ ହେଉଛନ୍ତି ତାଙ୍କ ପ୍ରେରଣା ବୋଲି କହିଛନ୍ତି ଓଡ଼ିଶାର ଏହି ସୁନା ଝିଅ  । କହିରଖିବା ଉଚିତ ହେବକି “ହର ହର ଶମ୍ଭୁ” ର ଅରିଜିନାଲ ଗୀତ ୨ ମାସ ପୂର୍ବରୁ ରିଲିଜ କରାଯାଇଥିଲା  । ଅଭିଲିପିସାଙ୍କ ସହିତ ଏହାକୁ ଜିତୁ ଶର୍ମା ଗାଇଥିଲେ  । ଏଥିରେ ମନ୍ତ୍ର ଉଚାରଣ ଥିବାବେଳେ ୟୁବ ଟ୍ୟୁବରେ ସେ ସମୟରେ ଖୁବ ଛାୟୀ ଯାଇଥିଲା  । ଯାହାକୁ ଏଯାଏଁ ୭
କୋଟି ୩୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.