ନାମ୍ୱିଆରୁ ଭାରତକୁ ଆସିବ ୮ ଟି ଚିତା, ତିଆରି ହୋଇଛି ସ୍ୱତନ୍ତ୍ର କଷ୍ଟୋମାଇଜ୍ ଟାଇଗର ମୁହାଁ B747 ଜମ୍ବୁ ଜେଟ୍

ମଣିଷର ପ୍ରକୃତି ଆଉ ପ୍ରକୃତିର ଦାଉରେ ଅନେକ ବଦଳି ଗଲାଣି ବିଶ୍ୱର ପାଣିପାଗ। ତେଣୁ ଦୁନିଆରୁ ଲୁପ୍ତ ହେବାରେ ଲାଗିଛନ୍ତି କେତେ କେତେ ପ୍ରାଣୀ। ତେଣୁ ଏଭଳି ପ୍ରାଣୀଙ୍କୁ ବିରଳ ମାନ୍ୟତା ଦେଇ ସୁରାକ୍ଷା ପାଇଁ ଲାଗିଛନ୍ତି ବିଭିନ୍ନ ଦେଶ। ଆମ ଭାରତରେ ମଧ୍ୟ ବ୍ୟାଘ୍ର ସୁରକ୍ଷାଠୁ ଆରମ୍ଭ କରି ଜଙ୍ଗଲୀ ପ୍ରାଣୀଙ୍କ ରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଆଉ ବିଭିନ୍ନ ଅଭୟାରଣ୍ୟରେ ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ଏବେ ପରିବେଶ ସୁରକ୍ଷା ଓ ଶିଶୁଙ୍କ ଶିକ୍ଷା ଏବଂ ଭାରତର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଭାରତ ଆସିବ ଚିତା ବାଘ। ୮ଟି ଚିତା ଆସିବେ ନାମ୍ବିଆରୁ। ଏହାକୁ ନେଇ ଦେଶରେ ଉତ୍ସୁକତା ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଆଉ ଏକ ବଡ଼ କାମ କରିଛନ୍ତି, ଯାହା ଏବେ ଚର୍ଚ୍ଚାରେ।

ପ୍ରଥମେ ଚିତାବାଘମାନଙ୍କୁ ଏକ ସ୍ୱତନ୍ତ୍ର ଜୁମ୍ବୋ ଜେଟ୍‌ରେ ଭାରତ ଅଣାଯିବ। ଏହାପରେ ଏକ କଷ୍ଟୋମାଇଜ୍ ଜେଟ୍‌ରେ ରାଜସ୍ଥାନ ଜୟପୁରକୁ ନିଆଯିବ। ଏହିା B747 ଜୁମ୍ବୋ ଜେଟ୍‌୍‌କୁ ଖୁବ୍‌ ବଢ଼ିଆ ଭାବେ ଚିତ୍ରିତ କରାଯାଇଛି। ଯାହାକୁ ଚିତା ଜେଟ୍ ମଧ୍ୟ କୁହାଯାଉଛି। କାରଣ ଏହାର ମୁହଁକୁ ସଂପୂର୍ଣ୍ଣ ଚିତା ଭଳି ସଜା ଯାଇଛି। ତେବେ ରାଜସ୍ଥାନ ଆସିବା ପରେ ଚିତାବାଘମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ପଠାଯିବ।

ସ୍ୱତନ୍ତ୍ର ଜୁମ୍ବୋ ଜେଟ୍ ନାମ୍ବିଆ ରାଜଧାନୀ ୱିଣ୍ଡହୋକ୍ରେ ପହଞ୍ଚି ସାରିଛି। ଚିତାଗୁଡ଼ିକ ଜୟପୁରରେ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ହେଲିକପ୍ଟରରେ ଅଣାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜନ୍ମ ଦିବସରେ ଅର୍ଥାତ୍ ସେପ୍ଟେମ୍ୱର ୧୭ ତାରିଖରେ ଏହି ଚିତାଗୁଡ଼ିକୁ କୁନୋ ଜାତୀୟ ଉଦ୍ୟାନରେ ଛାଡିବେ।
ତେବେ ରିପୋର୍ଟ ଅନୁଯାୟୀ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି ଏବଂ ଜୁମ୍ବୋମ୍ବୁ ଜେଟ୍ ନାମ୍ବିଆ ରାଜଧାନୀ ୱିଣ୍ଡହୋକ୍ରେ ପହଞ୍ଚି ସାରିଛି । ସେଠାରୁ ୮ଟି ଚିତା ଆସିବେ। ଏହି ୮ଟି ଚିତା ବାଘ ମଧ୍ୟରୁ ପାଞ୍ଚଟି ମାଈ ଏବଂ ତିନିଟି ଅଣ୍ଡିରା ବାଘ । ଏହା ପରେ ସେମାନଙ୍କୁ ଜୟପୁରରୁ ମଧ୍ୟପ୍ରଦେଶର ଶୋପୁର ଜିଲ୍ଲାର କୁନୋ ଜାତୀୟ ଉଦ୍ୟାନକୁ ହେଲିକପ୍ଟରରେ ନିଆଯିବ। ତେବେ ଏହି ଚିତା ଫ୍ଲାଇଟ୍ ରେଞ୍ଜ୍ ଜେଟ୍ ପ୍ରାୟ ୧୬ ଘଣ୍ଟା ପର୍ଯ୍ୟନ୍ତ ଉଡ଼ିବାରେ କ୍ଷମତା ରଖିଛି। ନାମ୍ବିଆରୁ ଭାରତକୁ ସିଧାସଳଖ ଆସିବାକୁ ଥିବା ଏହି ଫ୍ଲାଇଟ କୌଣସି ସ୍ଥାନରେ ରହିବ ନାହିଁ।

ତେବେ ଚିତାଙ୍କୁ ସେମାନଙ୍କର ଏୟାର ଟ୍ରାନ୍ସପୋର୍ଟ ସମୟରେ ଖାଲି ପେଟରେ ରହିବାକୁ ପଡିବ । ଏହା କହିଛନ୍ତି ଭାରତୀୟ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ଏହିପରେ ବହୁତ ସତର୍କତାର ଆବଶ୍ୟକ ରହିଛି । କାରଣ ଏଭଳି ଦୀର୍ଘ ଯାତ୍ରା ପଶୁମାନଙ୍କ ଶରୀର ପ୍ରତି କ୍ଷତିକାରକ। ଏମିତିକି ସେମାନେ ବାନ୍ତି ବି କରି ପାରନ୍ତି। ତେଣୁ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।
କହିବାକୁ ଗଲେ ପ୍ରାୟ ୭୦ ବର୍ଷ ପରେ ଭାରତରେ ପୁଣି ଚିତା ବାଘର ଗର୍ଜନ ଶୁଭିବ। ଭାରତର ଜଙ୍ଗଲରେ ଦୌଡ଼ିବ ଚିତା ବାଘ। ସେପ୍ଟେମ୍ୱର ୧୭ ତାରିଖରେ ଚିତା ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖାସ ସେଇଥି ପାଇଁ ଚିତାକୁ ଆଣିବା ଲାଗି ସ୍ବତନ୍ତ୍ର ଭାବେ ଚିତା ଫ୍ଲାଇଟ ତିଆରି କରାଯାଇଛି । ଫ୍ଲାଇଟର ସାମନା ପଟକୁ ଠିକ୍‌ ଚିତା ବାଘର ମୁହଁ ଭଳି ଚିତ୍ରିତ କରାଯାଇଛି । ସେପଟେମ୍ବର ତାରିଖରେ ମଧ୍ୟପ୍ରଦେଶ କୁନୁ ନ୍ୟାସନାଲ ପାର୍କରେ ଚିତା ପ୍ରକଳ୍ପର ଶୁଭାରମ୍ଭ କରାଯିବ।

ଚିତା ପ୍ରକଳ୍ପ ଜରିଆରେ ଭାରତରୁ ବିଲୁପ୍ତ ହୋଇ ଯାଉଥିବା ଚିତାକୁ ପୁଣିଥରେ ଅଣାଯିବ। ଦକ୍ଷିଣ ଆଫ୍ରିକାରୁ ପ୍ରଥମ ପର୍ଯ୍ୟାୟରେ ଭାରତକୁ ୧୨ଟି ଚିତା ବାଘ ଆସିବାର ରହିଛି। ଏହି ବାଘମାନଙ୍କୁ ଦେଶର ବିଭିନ୍ନ ଚିଡ଼ିଆଖାନାକୁ ପଠା ଯିବ। ତେବେ ଏହା ଉପରେ ଅନେକ ପ୍ରସଙ୍ଗକୁ ନେଇ ପ୍ରାୟ ୧୦ ବର୍ଷର ଯୋଜନା ପ୍ରସ୍ତୁତ କରାଯିବ। ରିପୋର୍ଟ ଅନୁଯାୟୀ ୧୯୪୮ ମସିହାରେ ଦେଶରେ ଶେଷ ଚିତା ବାଘର ମୃତ୍ୟୁ ହୋଇଥିଲା। ଏହି ଚିତା ଛତିଶଗଡରେ ଥିବା କୋରିଆ ଜିଲ୍ଲାର ସାଲ ଜଙ୍ଗଲରେ ମୃତ୍ୟୁ ବାରଣ କରିଥିଲା। ଏହାପରେ ୧୯୫୨ରେ ସରକାରୀ ଭାବରେ ଦେଶରେ ଚିତା ବାଘ ବିଲୁପ୍ତ ହେବା ନେଇ ଘୋଷଣା ହୋଇଥିଲା। ବିଶେଷଜ୍ଞଙ୍କ ମତ ନେଇ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଚିତା ଆସିବା ପରେ କୁନୋ ନ୍ୟାସନାଲ ପାର୍କରେ ରହିବେ। ଏହି ପାର୍କର ଆକାର ହେଉଛି ୭୫୯ ବର୍ଗ କିଲୋମିଟର।

ଚିତା ରହିବା ନେଇ ଭାରତର ୱାଇଲ୍ଟ ଲାଇଫ୍ ସ୍ପେସାଲିଷ୍ଟ ଓ ଆଫ୍ରିକାର ଚିତା ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏହି ପାର୍କକୁ ବଛା ଯାଇଥିଲା। କୁନୋ ନାସନାଲ ପାର୍କରେ ଆଫ୍ରିକାର ଜଙ୍ଗଲ ପରି ବାତାବରଣ ରହିଛି। ଚିତା ବାଘ ରହିବା ପାଇଁ ଏହି ସ୍ଥାନ ଉପଯୁକ୍ତ ବୋଲି କୁହାଯାଉଛି । ଦକ୍ଷିଣ ଆଫ୍ରିକା ଜଙ୍ଗଲରେ ଥିବା ତାପମାତ୍ରା ସହିତ କୁନୋ ପାର୍କର ତାପମାତ୍ରା ମଧ୍ୟରେ କିଛିଟା ସମାନତା ରହିଛି। ତେବେ ଚିତାମାନଙ୍କୁ ପ୍ରଥମେ କ୍ୱାରେଣ୍ଟାଇନରେ ରଖାଯିବ। ସେମାନେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବେ ଦକ୍ଷ ପଶୁ ଡାକ୍ତରମାନେ ।

ଚିତା ବାଘ ଆସିବା ପରେ ପରିବେଶ ସୁରକ୍ଷାକୁ ନେଇ ମଧ୍ୟ ଅନେକ ଯୋଜନା କରାଯିବ। ଦେଶରେ ଏମାନଙ୍କ ସଂଖ୍ୟା ବଢାଯିବା ପାଇଁ ପଦକ୍ଷେପ ନିଆଯିବ । ଯାହା ଦ୍ଵାରା ବିଦେଶୀ ପର୍ଯ୍ୟଟକ ବଢ଼ିବେ ଓ ଦେଶର ଆର୍ଥିକ ଉନ୍ନତି ହେବ। ତେବେ ସବୁଠାରୁ ବଡ଼ କଥା ହେଉଛି ଦେଶରୁ ବିଲୁପ୍ତ ଚିତାଙ୍କ ପାଇଁ ଚିନ୍ତିତ ପରିବେଶବିତ ଓ ପ୍ରାଣୀପ୍ରେମୀ ଅନ୍ତତଃ ଆଶ୍ୱସ୍ତ ହେବେ ।

Leave A Reply

Your email address will not be published.