ଏହି ଘରେ ଭୟଭୀତ ନ ହୋଇ ରହିଯାଆନ୍ତୁ ୧୦ ଘଣ୍ଟା, ହୋଇଯିବେ ଲକ୍ଷପତି

ହଣ୍ଟେଡ ହାଉସ୍‌ ବିଷୟରେ ଆପଣମାନେ ନିଶ୍ଚିତ ଶୁଣିଥିବେ। ଅନେକ ସ୍ଥାନରେ ଆପଣ ‘ହଣ୍ଟେଡ ହାଉସ୍‌’ ଦେଖିଥିବେ। କିନ୍ତୁ ଏପରି ଏକ ଘର ରହିଛି, ଯାହାକୁ ହଣ୍ଟେଡ ହାଉସ୍‌ ଭଳି ନିର୍ମାଣ କରାଯାଇଛି। ଏହାକୁ ଏଭଳି ପ୍ରସ୍ତୁତ କରାଯାଇଛି, ଯାହା ଭିତରକୁ ଯାଇ ଆପଣ ଡରର ମଜା ଉଠାଇପାରିବେ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। ଏପରି ଏକ ଘର ଟେନିସୀ ସମରଟାଉନ୍‌ରେ ରହିଛି, ଯେଉଁଠାରେ ଆପଣ ନ ଡରି ଯଦି ୧୦ ଘଣ୍ଟା ରହିଯାନ୍ତି ତେବେ ଆପଣଙ୍କୁ ୧୪ ଲକ୍ଷ ଟଙ୍କା ପୁରସ୍କାର ମିଳିବ।

h2

ଏହାର ନାମ ରହିଛି ‘ମେକମି ମେନର’। ଏଠାରେ ଆପଣ ନ ଡରି ୧୦ ଘଣ୍ଟା ରହିପାରିବେ ନାହିଁ ବୋଲି ଘରର ମାଲିକ ଦାବି କରିଛନ୍ତି। ଯଦି କେହି ବ୍ୟକ୍ତି ରହିଗଲେ, ତେବେ ତାଙ୍କୁ ୧୪ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ। ଏହା ଭିତରକୁ ଯିବାକୁ ହେଲେ ପ୍ରଥମେ ୪୦ ପୃଷ୍ଠାର ଏକ ଏଗ୍ରିମେଣ୍ଟ କରିବାକୁ ପଡିବ। ଏହି ଘରକୁ ଯିବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବୟସ ୨୧ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ଏହାଛଡା ମଧ୍ୟ ମେଡିକାଲ ପ୍ରମାଣପତ୍ର ମଧ୍ୟ ଜମା କରିବାକୁ ପଡିବ।

h4

ଆପଣ ଭାବୁଥିବେ ଏହା ଭିତରେ ଅତି ସହଜରେ ୧୦ ଘଣ୍ଟା ରହିଯିବେ। କିନ୍ତୁ ଏପରି କରିବା ସହଜ ନୁହେଁ। ଏହି ଘରକୁ ଯିବା ପରେ ଏକ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପରେ ବ୍ୟକ୍ତିଙ୍କୁ ମାନସିକ ଏବଂ ଶାରିରୀକ ଭାବେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। ଏହି ସମୟରେ ଆପଣ ରାଗିପାରନ୍ତି କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖିବେ। ଏହି ଘରେ ଆପଣଙ୍କୁ ଭୟଭୀତ କରିବା ପାଇଁ ଅନ୍ୟ ବ୍ୟକ୍ତି ଭୟାନକ ମେକ୍‌ଅପ୍‌ ହୋଇ ବୁଲୁଥାନ୍ତି। ଏମାନେ ହଠାତ୍‌ ଭୂତ ଭଳି ସାମ୍ନାକୁ ଆସିଯାନ୍ତି। ଯାହାଫଳରେ ଏହି ଘର ଭିତରକୁ ଯାଇଥିବା ବ୍ୟକ୍ତି ଡରିଯାନ୍ତି।

h5

କିନ୍ତୁ ଏହା ଭିତରକୁ ଯିବା ପୂର୍ବରୁ ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଥାଏ। ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଏହି ଘରେ ୧୦ ଘଣ୍ଟା ସମୟ ବିତାଇପାରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.