ହସ୍ତରେଖା ଶାସ୍ତ୍ର : ଜୀବନରେ ପଦ -ପ୍ରତିଷ୍ଠା ଏବଂ ଧନ ସବୁ ମିଳିବାର ସଂକେତ ଦେଇଥାଏ ପାପୁଲିର ଏ ଚିହ୍ନ

ହସ୍ତରେଖା ଶାସ୍ତ୍ର ଅନୁସାରେ ବ୍ୟକ୍ତିର ହାତର ରେଖାଗୁଡିକ ବ୍ୟତୀତ ପର୍ବତ ଏବଂ ଚିହ୍ନ ଗୁଡିକର ମଧ୍ୟ ବଡ଼ ମହତ୍ୱ ହୋଇଥାଏ । ଏହାକୁ ଆଧାର କରି ମଣିଷ ଜୀବନ ବିଷୟରେ କିଛି ମହତ୍ୱ ପୁର୍ଣ କଥା ଜଣା ପଡିପାରେ । ଆଜି ଆମେ ଆପଣଙ୍କୁ ସୂର୍ଯ୍ୟ ପର୍ବତର ପ୍ରମୁଖ ଚିହ୍ନ ବିଷୟରେ କହିବାକୁ ଯାଉଛୁ ।

ହସ୍ତରେଖା ଶାସ୍ତ୍ର ଅନୁସାରେ ବ୍ୟକ୍ତିର ହାତରେ ସୂର୍ଯ୍ୟ ପର୍ବତ ଅନାମିକା ଆଙ୍ଗୁଳି ତଳଭାଗ ହୋଇଥାଏ । କୁହାଯାଏ କି ଯଦି ହାତରେ ସୂର୍ଯ୍ୟ ପର୍ବତ ବିକଶିତ ଅଛି ତାହେଲେ ଏମିତି ଲୋକ ସବୁ କ୍ଷେତ୍ରରେ ସଫଳତା ହାସିଲ କରି ପାରିବେ ।

ହାତ ପାପୁଲିରେ ବୁଧ ପର୍ବତ କନିଷ୍ଠା ମାନେ ସବୁଠାରୁ ଛୋଟ ଅଙ୍ଗୁଳିର ତଳଭାଗ ହୋଇଥାଏ । ଯଦି ସୂର୍ଯ୍ୟ ପର୍ବତରୁ କେହି ଶାଖା ବାହାରି ବୁଧ ପର୍ବତ ପର୍ଯ୍ୟନ୍ତ ଯାଇଥାଏ ଏବଂ ଅଂଗ୍ରେଜୀ ଅକ୍ଷର (y ) ଚିହ୍ନ ଦର୍ଶାଉଥାଏ ତାହେଲେ ଏମିତି ଲୋକଙ୍କର ବେପାରରେ ବହୁତ ଉନ୍ନତି ହୋଇଥାଏ ।

ମସ୍ତିସ୍କ ରେଖା ପାପୁଲିର ମଝିରେ ଏକ ସିଧା ରେଖା ହୋଇଥାଏ । ଏହି ରେଖା ବ୍ୟକ୍ତିର ବୁଦ୍ଧି ବିବେକ ଏବଂ ମନୋଭାବକୁ ଦର୍ଶାଇଥାଏ । ଏମିତି ବି ଯେଉଁ ଲୋକଙ୍କର ପାପୁଲିରେ ସୂର୍ଯ୍ୟ ରେଖାରୁ ଏକ ଶାଖା ରେଖା ବାହାରି ମସ୍ତିସ୍କ ରେଖା ରେ ମିଶିଯାଏ ତାହେଲେ ଏମିତି ଲୋକ ଜୀବନରେ ନିଜର ଦକ୍ଷତା ଦ୍ୱାରା ସଫଳତା ହାସିଲ କରିଥାନ୍ତି ।

ଯଦି କେହି ବ୍ୟକ୍ତି ର ହାତ ପାପୁଲିରେ ସୂର୍ଯ୍ୟ ରେଖା ତିନି ଭାଗରେ ବିଭାଜିତ ହୋଇ ତ୍ରିଶୂଳ ଭଳି ଚିହ୍ନ ହୋଇଥାଏ, ତାହେଲେ ଏମିତି ଲୋକମାନଙ୍କର ଜୀବଜରେ ବଡ଼ ପଦ ପ୍ରାପ୍ତ ହୋଇଥାଏ । ଏହି ଲୋକ ମାନଙ୍କର ସମାଜରେ ମାନ-ସମ୍ମାନ ହୋଇଥାଏ ଏବଂ ଧନ ଉପାର୍ଜନ ମାମଲାରେ ମଧ୍ୟ ଭାଗ୍ୟ ତାଙ୍କର ସାଥ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.