ଆଜିଠୁ ନିଜ ରାଶିରେ ଗୋଚର ହେଲେ ସୂର୍ଯ୍ୟ: ଚମକିବ ଭାଗ୍ୟ, ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତି ଗ୍ରହ ନିଶ୍ଚିତ ସମୟରେ ରାଶି ପରିବର୍ତ୍ତନ କରିଥାଏ। ସୂର୍ଯ୍ୟ ୩୦ ଦିନ ପରେ ଗୋଟେ ରାଶିରୁ ଅନ୍ୟ ରାଶିକୁ ପରିବର୍ତ୍ତନ ହୋଇଥାଏ। ଆଜିଠାରୁ ସୂର୍ଯ୍ୟ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରୁଛନ୍ତି। ସୂର୍ଯ୍ୟଙ୍କୁ ଗ୍ରହ ରାଜା ବୋଲି କୁହାଯାଏ। ପ୍ରତି ମାସରେ ରାଶି ପରିବର୍ତ୍ତନ କରେ ଏବଂ ଏହାର ପ୍ରଭାବ ୧୨ଟି ରାଶି ଉପରେ ପଡିବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଆଜିଠାରୁ ସକାଳ ୭ଟା ୩୭ ମିନିଟରୁ କର୍କଟ ରାଶିରୁ ନିଜ ରାଶି ସିଂହ ରାଶିରେ ପ୍ରବେଶ କରିଛନ୍ତି। ସୂର୍ଯ୍ୟ ସିଂହ ରାଶିରେ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବେ। ତା’ ପରେ ସୂର୍ଯ୍ୟ ସିଂହ ରାଶିରୁ କନ୍ୟା ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟ ସିଂହ ରାଶିରେ ଗୋଚର ହେବା ଦ୍ୱାରା କିଛି ରାଶି ଉପରେ ଅଶୁଭ ପ୍ରଭାବ ଦେଖିବାକୁ ମିଳିବ। ସେହିଭଳି କିଛି ରାଶିରେ ଜବରଦସ୍ତ ଲାଭ ମିଳିବ। ମା’ ଲକ୍ଷ୍ମୀଙ୍କ କୃପା ମିଳିବ। ସୁଖ- ସମୃଦ୍ଧି ଏବଂ ଧନ ସହପତ୍ତି ବୃଦ୍ଧି ହେବ। ସୂର୍ଯ୍ୟଙ୍କ ଭଳି ଏହି ରାଶିର ଭାଗ୍ୟ ଚମକିବ।

କେଉଁ ରାଶିକୁ ମିଳିବ ଲାଭ :

ବୃଷ : ସିଂହ ରାଶି ସୂର୍ଯ୍ୟରେ ଗୋଚର ହେବା ଯୋଗୁଁ ବୃଷ ରାଶିର ଜାତକଙ୍କ ପାଇଁ ଶୁଭ ଫଳଦାୟୀ ହେବ। ଏହି ସମୟରେ ଆପଣ ନୂଆ ବାହାନ କିମ୍ବା ସଂପତ୍ତି କିଣିବାର ଯୋଗ ରହିଛି। ଅଫିସରେ ଉନ୍ନତି ହେବ। ସମାଜରେ ମାନ ସମ୍ମାନ ମଧ୍ୟ ବଢିବ। ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ, ଜୀବନରେ ପ୍ରତି କାର୍ଯ୍ୟରେ ସଫଳତା ମିଳିବ।

ସିଂହ ରାଶି : ସୂର୍ଯ୍ୟ ସ୍ୱରାଶିରେ ପ୍ରବେଶ କରିବା ଯୋଗୁଁ ଏହି ରାଶିର ବ୍ୟକ୍ତିତ୍ୱଙ୍କୁ ବେଶ୍‌ ଲାଭ ମିଳିବ। ସିଂହ ରାଶିର ଜାତକଙ୍କ ବୃଦ୍ଧି ହେବ। ଚାକିରିରେ ଉନ୍ନତି ହୋଇପାରେ। ବେପାରରେ ଭଲ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

କନ୍ୟା ରାଶି :ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶିର ଜାତକଙ୍କ ପାଇଁ ବେଶ୍‌ ଲାଭଦାୟୀ। ସୂର୍ଯ୍ୟ ଗୋଚର ହେବା ଦ୍ୱାରା ବିଦେଶ ଯାତ୍ରା କରିପାରନ୍ତି। ଏହି ସମୟରେ ଚାକିରି ଏବଂ ବେପାରରେ ଧନଲାଭ ଯୋଗ ରହିଛି।

ଧନୁ ରାଶି: ସୂର୍ଯ୍ୟ ଗୋଚର ହେବା ଦ୍ୱାରା ଧନୁ ରାଶି ପାଇଁ ଶୁଭ ଫଳପ୍ରଦାନ କରିବ। ଚାକିରିରେ ଜଡିତ ଲୋକଙ୍କୁ ଠାରୁ ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ। ସୂର୍ଯ୍ୟ ଦେବଙ୍କ କୃପାରୁ ସବୁ କାର୍ଯ୍ୟ ସଫଳତାର ସହିତ ହେବ।

କୁମ୍ଭ ରାଶି : କୁମ୍ଭ ରାଶି ପାଇଁ ଏହି ସମୟ ବେଶ୍‌ ଉତ୍ତମ ରହିବ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ଲାଭ କୁମ୍ଭ ରାଶିର ଲୋକଙ୍କୁ ମିଳିବ। ଏହି ସମୟରେ ଶତ୍ରୁ ଉପରେ ବିଜୟ ପ୍ରାପ୍ତି ହେବ। ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ। ଶରୀର ସୁସ୍ଥ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.