ଟାଇଟାନିକ ଜାହାଜ ବିଷୟରେ ଆପଣ ନିଶ୍ଚିତ ଭାବେ ଶୁଣିଥିବେ କିମ୍ବା ଫିଲ୍ମରେ ଦେଖିଥିବେ। ଏହା ଦୁନିଆର ସବୁଠାରୁ ବଡ ସମୁଦ୍ର ଜାହାଜ ବୋଲି କୁହାଯାଉଥିଲା। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଟାଇଟାନିକ ନୁହେଁ ବରଂ ବର୍ତ୍ତମାନ ଯେଉଁ ସାମୁଦ୍ରିକ ବଡ ଜାହାଜ ରହିଛି ତାହାର ନାମ ‘ସିମ୍ଫୋନୀ ଅଫ ଦ ସିଜ୍’। ଏହା ବିଶ୍ୱର ସବୁଠାରୁ ବଡ ସାମୁଦ୍ରିକ ଜାହାଜ। ଏହି ଜାହାଜର ମୂଲ୍ୟ ପାଖାପାଖି ୮୭୧୧ କୋଟି ଟଙ୍କା। ଏଠାରେ ଦୁନିଆର ସବୁ ପ୍ରକାର ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି।
ଦୁନିଆର ସବୁଠୁ ବଡ ଜାହାଜର ଲମ୍ବା କୌଣସି ଫୁଟବଲ ପଡିଆ ଠାରୁ ମଧ୍ୟ ଅଧିକ। ଦୁଇ ଲକ୍ଷ ୩୦ ହଜାର ଟନ ଓଜନର ଏହି ଜାହାଜର ଚଉଡା ୨୧୫.୫ ଫୁଟ ରହିଥିବା ବେଳେ ଏହାର ଲମ୍ବା ୧୧୮୮ ଫୁଟ ରହିଛି। ଏହା ପ୍ରତିଘଣ୍ଟା ୪୦.୭୪ କିଲୋମିଟର ରାସ୍ତା ଅତିକ୍ରମ କରିଥାଏ। ଏହି ଜାହାଜରେ ପିଲାମାନଙ୍କ ଓ୍ଵାର୍ଟର ପାର୍କ, ୧୦ ମହଲା ବିଲିଡିଂ, ସେଣ୍ଟ୍ରାଲ ପାର୍କ ପ୍ରଭୃତି ରହିଛି।
୧୮ ମହଲା ବିଶିଷ୍ଟ ଏହି ସମୁଦ୍ର ଜାହାଜରେ ୬,୭୮୦ ଯାତ୍ରୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି, ଏଥିରେ ୨,୧୭୫ କର୍ମଚାରୀ କାମ କରନ୍ତି। ଏହାଛଡା ଏଥିରେ ସ୍ପା, ଫିଟନେସ ସେଣ୍ଟର, ଜିମ୍ ଏବଂ ମନୋରଂଜନ ପାଇଁ ଥିଏଟର ରହିଛି। ଏହାସହିତ ଏହି ଜାହାଜରେ ୨,୭୫୯ ବିଳାସପୂର୍ଣ୍ଣ ରୁମ୍ ରହିଛି। ଏହାର ଶେଷ ଦୁଇ ବିଲିଡିଂରେ କେବଳ ଧନୀ ଶ୍ରେଣୀୟ ଲୋକଙ୍କ ପାଇଁ ରୁମ୍ ତିଆରି କରାଯାଇଛି। ଏହି ସବୁ ବିଲିଡିଂକୁ ଯିବା ପାଇଁ ଜାହାଜରେ ଲିଫ୍ଟର ବ୍ୟବସ୍ଥା ମଧ୍ୟ ରହିଛି।