ଖତରନାକ ଛୁରୀରେ ଦିଆଯାଇଥାଏ ମସାଜ, ତଥାପି କାହିଁକି ଜମିଥାଏ ଗ୍ରାହକଙ୍କ ଭିଡ଼

ସାଧାରଣତଃ ବ୍ୟସ୍ତତା ମଧ୍ୟରେ ଥକାପଣକୁ ଦୂର କରିବା ପାଇଁ ସମସ୍ତ ବ୍ୟକ୍ତି ମସାଜ ନେବାକୁ ପସନ୍ଦ କରନ୍ତି। ଏପରିକି ବର୍ତ୍ତମାନ ଶରୀରର ଥକାପଣ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ମସାଜ ପାର୍ଲର ଏବଂ ଉପାୟ ଆରମ୍ଭ ହୋଇଗଲାଣି। କିନ୍ତୁ କେବେ ଆପଣ ତୀକ୍ଷ୍ନ ଛୁରୀ ମସାଜ ବିଷୟରେ ଶୁଣିଛନ୍ତି କି। ଆଜ୍ଞା ହଁ, ତାଇବାନରେ ଏକ ଭିନ୍ନ ପ୍ରକାରର ମସାଜ କେନ୍ଦ୍ର ରହିଛି। ଯେଉଁଠାରେ ଲୋକଙ୍କ ଥକାପଣ ଦୂର କରିବା ପାଇଁ ଛୁରୀରେ ମସଜା କରାଯାଉଛି। ଏହା ହସିୟା ଫାଙ୍ଗ ନାମକ ଜଣେ ମହିଳା ଦୀର୍ଘ ୩୦ ବର୍ଷ ହେଲା ଛୁରୀ ଜରିଆରେ ଲୋକଙ୍କ ମସାଜ କରୁଛନ୍ତି।

knife-massage-taiwan-1

ହସିୟାଙ୍କ ଅନୁଯାୟୀ ଏହି ମସାଜ କରିବାର ପ୍ରକ୍ରିୟା ପାଖାପାଖି ୨୫୦୦ବର୍ଷ ପୁରୁଣା। ଏହାକୁ ପ୍ରଥମର ପାଇଁ ଚାଇନାରେ ଆରମ୍ଭ କରାଯାଇଥିଲା। ଏହି ମସାଜ ପ୍ରକ୍ରିୟାରେ ୨ଟି ଛୁରୀର ପ୍ରୟୋଗ କରାଯାଇଥାଏ। ଏହା ଦ୍ବାରା ଶରୀରର ଥକାପଣ ଦୂର ହେବା ସହ ଶରୀରରେ ନୂତନ ଉର୍ଜା ଜାତ ହୋଇଥାଏ।

taiwan knife massage

ଦେଖିବାକୁ ଏହି ମସାଜ ଖୁବ୍ ଭୟଙ୍କର ଦେଖାଯାଇଥାଏ। କାରଣ ମସାଜ ସମୟରେ ତୀକ୍ଷ୍ନ ଛୁରୀ ବ୍ୟବହାର ଶରୀରର ବିଭିନ୍ନ ଅଂଶରେ ହୋଇଥାଏ। କିନ୍ତୁ ଭୟଙ୍କର ଦେଖାଯାଉଥିବା ଏହି ମସାଜ ନେବା ପାଇଁ ହସିୟାଙ୍କ ପାଖରେ ଖୁବ୍ ଭିଡ଼ ଜମିଥାଏ। ଏପରିକି ବହୁତ ଲୋକ ଏହି ମସାଜ ପାଇବା ପାଇଁ ଖୁବ ଦିନ ପୂର୍ବରୁ ଆପୋଏଣ୍ଟମେଣ୍ଟ ମଧ୍ୟ ନେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.