ତାଜମହଲ ନିର୍ମାଣକୁ ନେଇ ଆପଣମାନେ ଅନେକ କାହାଣୀ ଶୁଣିଥିବେ। କିନ୍ତୁ କିପରି ଶାହଜାହାନଙ୍କ ମନରେ ରାଣୀ ମୁମତାଜଙ୍କ ପାଇଁ ମହଲ ନିର୍ମାଣ ପାଇଁ ଏପରି ଭାବନା ଆସିଥିଲା ସେ ବିଷୟରେ କେବେ ଶୁଣିଛନ୍ତି କି? ନାହିଁ ନା! ତେବେ ଆଜି ଆମେ ଆପଣଙ୍କୁ ଏସମ୍ପର୍କରେ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇବୁ।
ମୁମତାଜ ମହଲକୁ ନେଇ ଅନେକ କଥା କାହାଣୀ ରହିଛି। ଶାହଜାହାନ ଏବଂ ମୁମତାଜଙ୍କ ସହ ୧୯ ବର୍ଷ ରହିଥିଲେ ଏବଂ ଶେଷ ନିଶ୍ୱାସ ନେଉଥିବା ସମୟରେ ମୁମତାଜଙ୍କୁ ଦେଖିବା ପାଇଁ ଶାହଜାହାନ ଦୌଡି-ଦୌଡି ଆସିଥିଲେ। ନିର୍ବନ୍ଧ ପ୍ରଥମେ ମୁମତାଜଙ୍କ ସହ ହୋଇଥିଲା କିନ୍ତୁ ବିବାହ ପ୍ରଥମେ ଅନ୍ୟ ରାଣୀଙ୍କ ସହ କରିଥିଲେ। ପରେ ମୁମତାଜ ଶାହଜାହାନଙ୍କର ଦ୍ୱିତୀୟ ବେଗମ୍ (ରାଣୀ) ହୋଇଥିଲେ। ଶାହାଜହାଂଙ୍କ ୩ଟି ରାଣୀ ମଧ୍ୟରୁ ମୁମତାଜ୍ ସବୁଠାରୁ ପ୍ରିୟ ଥିଲେ।
ସୂଚନା ମୁତାବକ ମୁମତାଜଙ୍କ ଦେହାନ୍ତ ମୁମତାଜଙ୍କ ଦେହାନ୍ତ ବୁରହାନପୁରରେ ହୋଇଥିଲା କିନ୍ତୁ ତାଙ୍କ ଶବକୁ ଆଗ୍ରାରେ କବର ଦିଆଯାଇଥିଲା। ପ୍ରଥମେ ସେଠାରେ ଶିବ ମନ୍ଦିର ଥିବାର କୌଣସି ପ୍ରମାଣ ମିଳିନାହିଁ। ଆମେର ରାଜାଙ୍କ ଠାରୁ ଯମୁନା ତଟରେ ୧୬୩୨ ମସିହାରେ କବର ପାଇଁ ଜମି କିଣାଯାଇଥିଲା। ଏହା ବଦଳରେ ଆମେର ରାଜା ଜମିର ଚାରି ଭାଗ ଦେଇଥିଲେ।
ଏହା ବ୍ୟତୀତ ମୀର ଅବ୍ଦୁଲ କରୀମ ଏବଂମୁକମ୍ମତ ଖାଁ ଙ୍କୁ ନିର୍ମାଣ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଆର୍କିଟେକ୍ଟ ସ୍ତରରେ ଅବୁ ଇର୍ସା, ଇର୍ସା ମୋହମ୍ମଦ ଏଫ୍ଫେଦୀ, ଜେରୋନିମୋ େଓ୍ଵରୋନିୟୋଙ୍କ ନାଁ ମଧ୍ୟ ଆସିଥାଏ। କିନ୍ତୁ ତାଜମହଲ ନିଜେ ଶାହଜାହାନ ଡିଜାଇନ୍ କରିଥିବା ଉଲ୍ଲେଖ କରାଯାଇଛି।
ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ମୁମତାଜାବାଦ ସ୍ଥିର କରାଯାଇଥିଲା। ଏହି କାମରେ ୫ ହଜାରରୁ ୨୦ ହଜାର ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା। ତାଜମହଲ ନିର୍ମାଣ ପାଇଁ ଅଣାଯାଇଥିବା ପଥରଗୁଡ଼ିକ ପାଇଁ ୨୦ ରୁ ୩୦ ବଳଦ ଦ୍ୱାରା ଟଣା ଯାଉଥିବା ଗାଡିର ବ୍ୟବହାର କରାଯାଉଥିଲା। ଏଥିପାଇଁ ୧୦ ମାଇଲ ଲମ୍ବା ଉଚ୍ଚା ରାସ୍ତା ତିଆରି କରାଯାଇଥିଲା। ପାର୍ସୀ ଖୋଦନ ଅମାନତ ଖାନ ତାଜମହଲ ପାଇଁ ଖୋଦନ ଆରମ୍ଭ କରିଥିଲେ। ସେ ଦୁଇଟି ସ୍ଥାନରେ ତାଙ୍କ ନାମ ଏବଂ ତାରିଖ ମଧ୍ୟ ଲେଖିଛନ୍ତି, ଯେଉଁଥିରେ ୧୬୩୫ ଏବଂ ୧୬୩୮ ଲେଖାଥିବା ଦେଖିବାକୁ ମିଳିଛି।
ତାଜମହଲକୁ ଚୀନ୍, ଋଷ, ମିଶର, ଶ୍ରୀଲଙ୍କା ଏବଂ ତିବ୍ଦତରୁ ଅଣାଯାଇଥିବା ରତ୍ନ ଦ୍ୱାରା ସଜ୍ଜିତ କରାଯାଇଥିଲା। ଏସବୁ ବ୍ୟତୀତ ୧୬୩୪ରେ ନିଜ ବେଗମଙ୍କ ପାଇଁ ଦୁଃଖ ପ୍ରକାଶ କରି ତାଜମହଲ ଯାଇଥିବା ଶାହଜାହାନ ମୋତିର ଚାଦର ଅର୍ପଣ କରିଥିଲେ।