ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ! ୨୪ ବର୍ଷ ପରେ ପଡ଼ୁଛି ଅମୃତ ଯୋଗ…ଜାଣନ୍ତୁ ଖାସ୍‌ କଥା

ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ଚଳିତ ବର୍ଷ ପୂର୍ଣ୍ଣିମା ତିଥି ଅଗଷ୍ଟ ୧୧ ସକାଳ ୧୦ଟା ୩୮ ମିନିଟ୍‌ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ସକାଳ ୭ଟା ୦୫ ମିନିଟ୍‌ରେ ସମାପ୍ତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏଥର ରକ୍ଷା ବନ୍ଧନ ଦିନ ଏକ ବଡ଼ ଶୁଭ ସଂଯୋଗର ନିର୍ମାଣ ହେଉଛି। ଏହି ଦୁର୍ଲ୍ଲଭ ସଂଯୋଗ କାରଣରୁ ରକ୍ଷା ବନ୍ଧନ ଉତ୍ସବ ଆହୁରି ଖାସ୍‌ ହେବ ବୋଲି କୁହାଯାଉଛି।

ଜ୍ୟୋତିଷ ଶାସ୍ତ୍ର ମୁତାବକ, ଚଳିତ ବର୍ଷ ରକ୍ଷା ବନ୍ଧନ ଉତ୍ସବ ଅମୃତ ଯୋଗରେ ପାଳନ ହେବ। ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞଙ୍କ କହିବା ହେଲା, ଏଥର ରକ୍ଷା ବନ୍ଧନରେ ୨୪ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ ନିର୍ମାଣ ହେଉଛି। ଅମୃତ ଯୋଗରେ କରାଯାଇଥିବା ସମସ୍ତ ଶୁଭ କାର୍ଯ୍ୟ ସଫଳତାପୂର୍ବକ ସମ୍ପନ୍ନ ହୋଇଥାଏ।

ରାକ୍ଷୀ ଥାଳିର ଖାସ୍‌ ମହତ୍ତ୍ୱ

ରକ୍ଷା ବନ୍ଧନରେ ରାକ୍ଷୀ ଥାଳିର ଖାସ୍‌ ମହତ୍ତ୍ୱ ରହିଛି। ଏହି ଦିନ ରାକ୍ଷୀ ଥାଳିକୁ ସୁନ୍ଦର ଭାବେ ସଜାଇ ରଖନ୍ତୁ। ଏଥିରେ ରୋଲି, ଚନ୍ଦନ, ଅକ୍ଷତ, ଦହି, ରାକ୍ଷୀ ଓ ମିଠା ରଖନ୍ତୁ। ଏକ ଘିଅ ଦୀପ ଜଳାନ୍ତୁ। ଏହି ଦୀପ ଭାଇର ଆଳତି ନେବା ପାଇଁ ଉଦ୍ଦିଷ୍ଟ ଥାଏ। ପୂଜା ଥାଳିକୁ ସର୍ବପ୍ରଥମେ ଭଗବାନଙ୍କୁ ସମର୍ପଣ କରନ୍ତୁ। ଏହାପରେ ଭାଇକୁ ପୂର୍ବ କିମ୍ବା ଉତ୍ତର ଦିଗ ଆଡ଼କୁ ମୁହଁ କରାଇ ଶ୍ରାଦ୍ଧାପୂର୍ବକ ବସିବା ପାଇଁ ଆମନ୍ତ୍ରଣ କରନ୍ତୁ।

tea
photo: Naidunia

ଭାଇର ମଥାରେ ପ୍ରଥମେ ତିଳକ ଲଗାନ୍ତୁ। ଏହାପରେ ରାକ୍ଷୀ ବାନ୍ଧନ୍ତୁ ଏବଂ ତାଙ୍କର ଆଳତି ନିଅନ୍ତୁ। ଏବେ ଭାଇକୁ ମିଠା ଖୁଆନ୍ତୁ। ଏଥି ସହିତ ଭୋଜନର ବ୍ୟବସ୍ଥା କରନ୍ତୁ। ରାକ୍ଷୀ ବାନ୍ଧିବା ସମୟରେ ଗୋଟିଏ କଥା ଉପରେ ଧ୍ୟାନ ରଖନ୍ତୁ, ଯେପରି ଭାଇର ମୁଣ୍ଡ ଖୋଲା ରହିବ ନାହିଁ। ରାକ୍ଷୀ ବାନ୍ଧିବାର ପ୍ରକ୍ରିୟା ପୂରା ହେବା ପରେ ଭଉଣୀକୁ ଯଥାସମ୍ଭବ ଉପହାର ଦିଅନ୍ତୁ। ଉପହାରରେ କଳା ବନ୍ତ୍ର, ନକଲି କିମ୍ବା ଧାରୁଆ ଜିନିଷ ଏବଂ ଲୁଣି ଜିନିଷ ଦିଅନ୍ତୁ ନାହିଁ।

ଅଗଷ୍ଟ ୧୧ରେ ରହିବ ଭଦ୍ରାକାଳ

ଅଗଷ୍ଟ ୧୧ରେ ସାରା ଦିନ ଭଦ୍ରାକାଳ ରହିବ। ମାନ୍ୟତା ରହିଛି ଯେ ଭଦ୍ରାକାଳ ଓ ରାହୁକାଳରେ ମାଙ୍ଗଳିକ କାର୍ଯ୍ୟ କରିବା ଅଶୁଭ ହୋଇଥାଏ। ଶାସ୍ତ୍ର ବିତ୍‌ଙ୍କ ମତରେ, ଅଗଷ୍ଟ ୧୧ର ଭଦ୍ରାକାଳ ପୃଥିବୀ ନୁହେଁ, ପାତାଳ ଲୋକରେ ରହିବ। ଭଦ୍ରା ଯେଉଁ ଲୋକରେ ବାସ କରେ, ସେଠାରେ ମାଙ୍ଗଳିକ କାର୍ଯ୍ୟ କରିବା ମନା। ଅନ୍ୟ ଲୋକରେ ଏହି ସମୟରେ ମାଙ୍ଗଳିକ କାର୍ଯ୍ୟ କରି ହେବ। ତେଣୁ ଅଗଷ୍ଟ ୧୧ ଅର୍ଥାତ୍ ଗୁରୁବାର ହିଁ ସମସ୍ତେ ରାକ୍ଷୀ ପୂର୍ଣ୍ଣିମା ପାଳନ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.