ଭାରତ ମାନଚିତ୍ରରେ ସବୁବେଳେ ଯୋଡ଼ି ହୋଇଥାଏ ଶ୍ରୀଲଙ୍କା… ହେଲେ କାହିଁକି? ଜାଣନ୍ତୁ ରୋଚକ କଥା

ଆପଣ ସବୁବେଳେ ଦେଖୁଥିବେ ଯେ ଭାରତ ମାନଚିତ୍ରରେ ଶ୍ରୀଲଙ୍କାର ନକ୍ସା ମଧ୍ୟ ନଜର ଆସିଥାଏ। ଯେତେବେଳେ କି, ପାକିସ୍ତାନ, ଚୀନ, ବାଂଲାଦେଶ, ମିଆଁମାର କିମ୍ବା ଅନ୍ୟ କୌଣସି ପଡୋଶୀ ଦେଶର ମାନଚିତ୍ର ଭାରତ ମାନଚିତ୍ରରେ ନ ଥାଏ। ଆଉ ସେଠି ଶ୍ରୀଲଙ୍କା କେବେ ବି ଭାରତର ଅଂଶ ସୁଦ୍ଧା ରହିନାହିଁ। ପାକିସ୍ତାନ ଓ ବାଂଲାଦେଶ ଭାରତରୁ ଅଲଗା ହୋଇ ନିଜେ ସ୍ୱତନ୍ତ୍ର ଦେଶ ହୋଇଛନ୍ତି। ଏଠି ଆପଣ କେବେ ଭାବିଛନ୍ତି କି, କାହିଁକି ଶ୍ରୀଲଙ୍କାର ମାନଚିତ୍ର ଭାରତ ମାନଚିତ୍ରରେ ରହିଛି?

ଏହା କରିବା ପଛରେ ଗୁରୁତ୍ୱପୂର୍ଣ୍ଣ ଆଇନ

ଆପଣ ଭାବୁଥାଇ ପାରନ୍ତି ଯେ ଶ୍ରୀଲଙ୍କା ଉପରେ ଭାରତର କୌଣସି ଅଧିକାର ନାହିଁ ତ? କିନ୍ତୁ ଏମିତି ବିଲକୁଲ ବି ନୁହେଁ। ଭାରତ ମାନଚିତ୍ରରେ ଶ୍ରୀଲଙ୍କାର ମାନଚିତ୍ର ରହିଛି, ଏହାର ଅର୍ଥ ଏହା ନୁହେଁ ଯେ ଶ୍ରୀଲଙ୍କା ଉପରେ ଭାରତର କୌଣସି ଅଧିକାର ଅଛି କିମ୍ବା ଦୁଇ ଦେଶ ମଧ୍ୟରେ ମାନଚିତ୍ରକୁ ନେଇ କୌଣସି ଚୁକ୍ତିନାମା ହୋଇଛି। ବରଂ ଏହା ପଛରେ ରହିଛି ଏକ ରୋଚକ କାରଣ।

ଆପଣଙ୍କୁ କହି ରଖୁଛୁ କି, ଏହା ପଛରେ ଏକ ସାମୁଦ୍ରିକ ନିୟମ ଅଛି। ଏହାକୁ ‘Ocean Law’ କୁହାଯାଏ। ମିଳିତ ଜାତିସଂଘ ଦ୍ୱାରା ଏହି ଆଇନ ପ୍ରସ୍ତୁତ କରାଯାଇଛି। ୧୯୫୬ ମସିହାରେ United Nations Convention on the Law of the Sea (UNCLOS-1) ନାମକ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ୧୯୫୮ ମସିହାରେ ମିଳିତ ଜାତିସଂଘ ଏହି ସମ୍ମିଳନୀର ଫଳାଫଳ ଘୋଷଣା କରିଥିଲା। ସମ୍ମିଳନୀରେ ସମୁଦ୍ର ସହ ଜଡିତ ସୀମାଗୁଡ଼ିକୁ ନେଇ ଏକ ସହମତି ପ୍ରକାଶ ପାଇଥିଲା। ବର୍ଷ ୧୯୮୨ ପର୍ଯ୍ୟନ୍ତ ଏହାର ତିନୋଟି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହା ସମୁଦ୍ର ସହ ଜଡ଼ିତ ନିୟମଗୁଡ଼ିକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଦେଇଥିଲା।

୨୦୦ ନଉଟିକାଲ ମାଇଲ୍ ଦୂରତା ଦେଖାଇବା ଆବଶ୍ୟକ

ଆଇନରେ ନିଷ୍ପତ୍ତି ନିଆଯାଇଛି ଯେ ମାନଚିତ୍ରରେ କୌଣସି ବି ଦେଶର ବେସ୍‌ ଲାଇନଠାରୁ ୨୦୦ ନଉଟିକାଲ ମାଇଲ ମଧ୍ୟରେ ଆସୁଥିବା ଜାଗାକୁ ଦେଖାଇବା ବାଧ୍ୟତାମୂଳକ। ଅର୍ଥାତ୍‌ ଯଦି କୌଣସି ଦେଶ ସମୁଦ୍ର କୂଳରେ ଅବସ୍ଥିତ, ତ ଏହି ସ୍ଥିତିରେ ସେହି ଦେଶର ନକ୍ସାରେ ତା’ର ସୀମାଠାରୁ ୨୦୦ ନଉଟିକାଲ ମାଇଲ୍ ମଧ୍ୟରେ ଆସୁଥିବା ଅଞ୍ଚଳକୁ ମଧ୍ୟ ଦର୍ଶାଯିବ।

୨୦୦ ନଉଟିକାଲ ମାଇଲ ହେଉଛି ୩୭୦ କିଲୋମିଟର। ଏଥିପାଇଁ ଭାରତର ସୀମାଠାରୁ ୩୭୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଅଞ୍ଚଳକୁ ମାନଚିତ୍ରରେ ଦେଖା ଯାଇଥାଏ। ଏହି କାରଣରୁ ଶ୍ରୀଲଙ୍କା ନକ୍ସା ଭାରତ ମାନଚିତ୍ରରେ ଅନ୍ତର୍ଭୁକ୍ତ ହୋଇଛି। କହି ରଖୁଛୁ କି, ଭାରତର ଧନୁଷକୋଡିଠାରୁ ଶ୍ରୀଲଙ୍କାର ଦୂରତା ମାତ୍ର ୧୮ ନଉଟିକାଲ ମାଇଲ୍। ଏଥିପାଇଁ ଭାରତ ମାନଚିତ୍ରରେ ଶ୍ରୀଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଯେତେବେଳେ କି, ପାକିସ୍ତାନ, ଚୀନ, ବାଂଲାଦେଶ କିମ୍ବା ମିଆଁମାର ସାମୁଦ୍ରିକ ଅଞ୍ଚଳ ଅଧୀନରେ ଆସୁ ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.