ଅଗଷ୍ଟ ମାସରେ ଖୋଲିବ ଏହି ରାଶିବାଲାଙ୍କ ଭାଗ୍ୟ, ଆର୍ଥିକ ଓ ବୈବାହିକ ଜୀବନରେ ମିଳିବ ବଡ଼ ସଫଳତା

ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ଏହି ମାସ ଓଷା ବାର ଓ ଗ୍ରହ ଚଳନରେ ଭରପୁର ରହିଛି । ଏହି ମାସ କେମିତି କଟିବ ସମସ୍ତେ ଜାଣିବା ପାଇଁ ଉତ୍ସୁକ । ଏହି ମାସ କିପରି କଟିବ ଓ କେଉଁ ରାଶି ପାଇଁ ଖୁସି ଆଣି ଦେବ ଓ ନୂଆ ରଂଗ ଭରିବ ଆସନ୍ତୁ ଜାଣିବା । ଏହି ରାଶିଙ୍କ ପାଇଁ ଅଗଷ୍ଟ ମାସ ଅତ୍ୟନ୍ତ ଶୁଭ ଓ ଫଳଦାୟୀ ହେବ ।

ସିଂହ ରାଶି :

ଏହି ରାଶି ବାଲାଙ୍କ ପାଇଁ ଅଗଷ୍ଟ ମାସ ବହୁତ ଶୁଭ ହୋଇଥାଏ । ଧନ ପ୍ରାପ୍ତି ପାଇଁ ବାଟ ଖୋଲିବ । ଭାଗ୍ୟ ଆପଣଙ୍କୁ ଭରପୁର ସାଥି ଦେବ । ବୈବାହିକ ଜୀବନରେ ଓ ଆର୍ଥିକ ଜୀବନରେ ସୁନେଲି ସଫଳତା ମିଳିବ । ମନ ମୁତାବକ ଜୀବନସାଥୀ ମିଳିବେ । ଚାକିରିରେ ପ୍ରମୋଶନ ଓ ଦାମ୍ପତ୍ୟ ଜୀବନରେ ସୁଖ ସମାଚାର ମିଳିବ ।

ମେଷ ରାଶି :

ଏହି ମାସ ମେଷ ରାଶି ପାଇଁ ଫଳଦାୟୀ ହେବ । ଅଟକୀ ଥିବା ଧନ ମିଳିବ । ମାନ ସମ୍ମାନ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ ରହିବ । ନୂଆ ଚାକିରି ଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ହେବ ।

ମିଥୁନ ରାଶି :

ଧନ ସମ୍ବନ୍ଧୀୟ ମାମଲରେ ସଫଳତା ମିଳିବ । ଅଟକି ଥିବା ଅର୍ଥ ଫେରି ପାଇବେ । ପରିବାରରେ ଖୁସୀ ମିଳିବ । ଅର୍ଥ ଅଭାବ ଦୂର ହେବ ।

ବିଚ୍ଛା :

ପ୍ରତିଯୋଗୀତା ପରୀକ୍ଷାରେ ଭଲ କରିବେ । ଧନ ବୃଦ୍ଧିର ଜବରଦସ୍ତ ସମ୍ଭାବନା ରହିଛି । ପ୍ରେମ ଜୀବନ ପାଇଁ ଏହା ଅନୁକୂଳ ରହିବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ବିବାହିତଙ୍କ ସନ୍ତାନ ଯୋଗ ରହିଛି ।

Leave A Reply

Your email address will not be published.