ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ବୀର ପୁତ୍ର ମାନଙ୍କ ଗାଥା…..

ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଓଡିଶା ମାଟିର ବୀର ପୁତ୍ରଙ୍କ ଅବଦାନ କିଛି କମ ନଥିଲା । ସମଗ୍ର ଭାରତ ବର୍ଷରେ ୧୮୫୭ ମସିହାରେ ସ୍ଵଧୀନତା ହାସଲ ନେଇ ସୂତ୍ରପାତ ହୋଇଥିବା ବେଳେ ଓଡ଼ିଶାରେ କିନ୍ତୁ ଏହାର ସୂତ୍ରପାତ ଯଥେଷ୍ଟ ଆଗରୁ ହୋଇଯାଇଥିଲା । ୧୮୦୪ ମସିହାରେ ଓଡ଼ିଶାରେ ମୁକ୍ତି ସଂଗ୍ରାମର ମୂଳଦୁଆ ପଡିଥିଲା । ଖୋର୍ଦ୍ଧା ସମେତ ଓଡିଶାକୁ ବ୍ରିଟିଶ ଶାସନ ହାତରୁ ମୁକୁଳେଇବା ଥିଲା ଏହି ଆନ୍ଦୋଳନର ମୂଳ ଲକ୍ଷ । ଏହି ସଂଗ୍ରାମର ମୁଖ୍ୟ ଧାର ଥିଲେ ଜୟୀ ରାଜଗୁରୁ ବା ଜୟୀ କୃଷ୍ଣ ରାଜଗୁରୁ । ସଂଗ୍ରାମର ପ୍ରାରମ୍ଭିକ ସ୍ତରରୁ ହିଁ ପାଇକ ମାନେ ଗୋରା ସରକାରଙ୍କୁ ଯେମିତି ବ୍ୟତିବ୍ୟସ୍ତ କରି ପକାଇଥିଲେ । କିନ୍ତୁ ଇଂରେଜ ସରକାରଙ୍କ ସହ ଲଢେଇରେ ପରାଜିତ ହେବାରୁ ରାଜଗୁରୁଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏକ ଝଙ୍କାଳିଆ ବର ଗଛରେ ତାଙ୍କୁ ଓଲଟା ଲଟକା ଯାଇ ଫାଡ଼ି ଦିଆଯାଇଥିଲା । କହିବାକୁ ଗଲେ ରାଜଗୁରୁ ହିଁ ଥିଲେ ସ୍ୱଧିନତା ସଂଗ୍ରାମର ପ୍ରଥମ ସହିଦ ।

British Raj and the power of Salt Satyagraha

ଏହାର ଠିକ ୧୩ ବର୍ଷ ପରେ ଇଂରେଜ ମାନଙ୍କ ବିରୋଧରେ ଅନ୍ୟ ଏକ ବିଦ୍ରୋହର ସୂତ୍ରପାତ ହୋଇଥିଲା । ଏହି ସଂଗ୍ରାମରେ ଅନେକ ସଂଖ୍ୟକ ପାଇକ ଅଂଶଗ୍ରହଣ କରିଥିବାରୁ ଏହାକୁ “ପାଇକ ବିଦ୍ରୋହ” ନାମରେ ନାମିତ କରାଯାଇଥିଲା । ଆଉ ଏହି ବିଦ୍ରୋହର ମୁଖ୍ୟ ସୂତ୍ରଧର ଥିଲେ ବକ୍ସି ଜଗବନ୍ଧୁ । ସତ ଚେଷ୍ଟା ପରେ ବି ଇଂରେଜ ସରକାର ହାତରେ ଧରା ପଡିନଥିଲେ ବକ୍ସି । ୧୮୨୭ରେ ଖୋର୍ଦ୍ଧା ସ୍ଥିତ ବୀରଭୂମି ଠାରୁ ୧୬ କିଲୋମିଟର ଦୂର ତାପଙ୍ଗର ଦଳ ବେହେରା ମାଧବ ରାଉତରାୟଙ୍କ ନେତୃତ୍ୱରେ ଦଳେଇ, ପାଇକ ଓ ଜନସାଧାରଣ ଯୁଦ୍ଧ ଭୂମିରେ ଇଂରେଜ ସରକାରଙ୍କୁ ବିପର୍ଯ୍ୟସ୍ତ କରିପକାଇଥିଲେ । ସେପଟେ ଦକ୍ଷିଣ ଓଡ଼ିଶାର ଘୁମୁସରରେ ଇଂରେଜ ବିରୋଧୀ ଆନ୍ଦୋଳନ ଜୋର ଧରିଥିଲା । ଯାହାର ନେତୃତ୍ୱ ଘୁମୁସର କାନ୍ଧ ସମ୍ପ୍ରଦାୟର ଦୁଇ ଜଣ ନିର୍ଭିକ ସ୍ୱାଭିମାନୀ ନେତା ଦୋରା ବିଶୋଇ ଓ ତାଙ୍କ ପୁତୁରା ଚକରା ବିଶୋଇ ନେଇଥିଲେ । ସେପଟେ ୧୮୬୮ରେ କେନ୍ଦୁଝରର ରତ୍ନ ନାୟକ ଓ ଧରଣୀ ଧାରା ନାୟକ ଇଂରେଜ ସେନା ବାହିନୀର ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲେ ।

Kerala historians question move to give 'Paika Bidroha' first war ...

ଉନବିଂଶ ଶତାବ୍ଦୀରେ ଝାରଖଣ୍ଡର ରାଞ୍ଚି ଠାରେ ମୁଣ୍ଡା ସମ୍ପ୍ରଦାୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ କୋଡିଏ ବର୍ଷୀୟ ବିରଶା ମୁଣ୍ଡା । ୧୮୫୭
ମସିହାରେ କିନ୍ତୁ ସର୍ବ ଭାରତୀୟ ସ୍ତରରେ ସୁଗଠିତ, ସୁଚିନ୍ତିତ ଭାବରେ ଜାତୀୟ ସ୍ୱାଧୀନତା ସାଂଗରମର ସୂତ୍ରପାତ ହୋଇଥିଲା । ୧୮୫୭
ରେ ବିଦ୍ରୋହର ପୁରୀର ଚନ୍ଦନହଜୁରୀ ବା ଚାଖି ଖୁଣ୍ଟିଆଙ୍କ ଅବଦାନ ବି କିଛି କମ ନଥିଲା । ଆନ୍ଦୋଳନରେ ଓଡିଶା ଛାତ୍ର ମାନଙ୍କର ଅବଦାନ ବି କିଛି କମ ନଥିଲା । ୧୯୧୯ ମସିହା ଶେଷ ପାଦ ଓ ୧୯୨୦ ମସିହାର ପ୍ରଥମ ଭାଗରେ ରେଭେନ୍ସା କଲେଜର କିଛି ଛାତ୍ର ମାନେ “ଭାରତୀ ମନ୍ଦିର” ଗଠନ କରି ଜାତୀୟବାଦୀ ଚିନ୍ତାଧାରାର ପ୍ରଚାର ଓ ପ୍ରସାର କରିଥିଲେ ।

ସେହି ଛାତ୍ର ମାନେ ଥିଲେ ଗୋପବନ୍ଧୁ ଚୌଧୁରୀ, ହରେକୃଶ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନଦ କାନୁନ୍ଗୋ ଓ ଭାଗିରଥି ମହାପାତ୍ର । ଏମାନଙ୍କ ବ୍ୟତୀତ ଜନ ସେବା ଓ ଜନ ଆନ୍ଦୋଳନରେ ଯେଉଁମାନେ ରାଜ୍ୟ ସମେତ ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଥିଲେ ସେମାନେ ହେଲେ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ଆଦି । ଯାହାଙ୍କ ଅଦମ୍ୟ ଚେଷ୍ଟା, ନିଷ୍ଠା, ପରିଶ୍ରମ ପାଇଁ ହିଁ ଏ ମାଟି ସ୍ୱାଧୀନତାର ପ୍ରକୃତ ସ୍ୱାଦ ଚାଖି ପାରିଥିଲା । ଦେଶର ୭୪ତମ ସ୍ୱାଧୀନତା ଦିବସରେ ଏହି ମହାନ ଆତ୍ମା ମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.