ମୁସଲିମ୍ ଦେଶରେ ମା’ ଦୁର୍ଗାଙ୍କ ମନ୍ଦିର : କାହିଁ କେଉଁ କାଳରୁ ଜଳୁଛି ପବିତ୍ର ଅଗ୍ନି

 

ଧର୍ମର ଅନ୍ଧପୁଟୁଳି ବାନ୍ଧି ଭାଇ ନେଉଛି ଭାଇର ଜୀବନ । ବୋହୁଛି ରକ୍ତର ନଦୀ ।  ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହେଉଛି ଝଡ । ଧର୍ମ ଆଉ ଇଶ୍ବର ବିଶ୍ବାସକୁ ନେଇ ସୃଷ୍ଟି ହେଉଥିବା ବିବାଦ କବଳରେ ସାରା ଦେଶ । ହେଲେ ଅଜରବୈଜାନକୁ ବାନ୍ଧିପାରିନି ସମ୍ପ୍ରଦାୟ ଶିକୁଳି । ୯୫ ପ୍ରତିଶତ ମୁସଲିମ୍ ଥିବା ଏହି ଅଂଚଳକୁ ଅଟକାଇ ପାରିନି ଧର୍ମର ପାଚେରୀ । ଭାଇଚାରର ଅନନ୍ଯ ଉଦାହରଣ ଦେଖିବାକୁ ମିଳିଛି ଏଠାରେ ।

ଅଜରବୈଜାନରେ ମୁସିଲମଙ୍କ ବସବାସ ଥିବା ବେଳେ କାହିଁ କେତେ କାଳରୁ ପ୍ରାୟ ୩୦୦ଶହ ବର୍ଷର ପୂରୁଣା ଦୁର୍ଗା ମନ୍ଦିର ଅବସ୍ଥିତ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ ଏ ବିଷୟରେ କି ଏଠାରେ ଥିବା ଏହି ପୂରୁଣା ଦୁର୍ଗା ମନ୍ଦିରର ବିଷୟରେ ।

ଅଜରବୈଜାନରେ ଅବସ୍ଥିତ ଏହି ଦୁର୍ଗା ମନ୍ଦିରରେ କାହିଁ କେଉଁ କାଳରୁ ପବିତ୍ର ଅଗ୍ନି ଜଳୁଛି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ଯା ପାଖାପାଖି ୧୫ ହଜାର ହେବ । ବହୁ ବର୍ଷରୁ ଜଳିଆସୁଥିବା ଏହି ପବିତ୍ର ଅଗ୍ନି ଯୋଗୁଁ ଏହି ମନ୍ଦିରଟିକୁ ଫାୟାର୍ ଟେମ୍ପୁଲ୍  ନାମରେ ଖୁବ୍ ଜଣାଶୁଣା । ଆପଣ ମାନେ ଜାଣିଥିବେ ହିନ୍ଦୁ ସମାଜରେ ପ୍ରଜ୍ବଳିତ ଅଗ୍ନିର ମହତ୍ବ ଏବଂ ପବିତ୍ରକୁ କେତେ ଗୁରୁତ୍ବ ଦିଆଯାଇଥାଏ । ଏହି କାରଣ ପାଇଁ ମନ୍ଦିରରେ ଜଳି ଆସୁଥିବା ଅଗ୍ନି ମଧ୍ୟରୁ ବାହାରୁ ଥିବା ରଶ୍ମିକୁ ମା’ ଭଗବତୀଙ୍କ ରୂପ ବୋଲି ଏଠିକାର ଲୋକ ମାନିଥାନ୍ତି । ଏଠାରେ ଏକ ପୁରୁଣା ତ୍ରୀଶୁଳ ମଧ୍ୟ ସ୍ଥାପିତ । ଏହି ଦୁର୍ଗା ମନ୍ଦିରରେ ପ୍ରାଚୀନକାଳର କାରୁକାର୍ଯ୍ଯ ଦେଖିବାକୁ ମିଳିଥାଏ ।

ଏମିତି କୁହାଯାଏ କି କାହିଁ କେଉଁ ପୂରୁଣା କାଳରୁ ଭାରତୀୟ କାରିଗର ମାନେ ଏହି ରାସ୍ତା ଦେଇ ଯାଉଥିଲେ । ଏହି ସମୟରେ ମନ୍ଦିରର ସ୍ଥାପନା ଏହି ଭାରତୀୟ ମାନେ କରିଥିଲେ । ଇତିହାସ ଅନୁଯାୟୀ ବୁଦ୍ଧଦେବ ନାମକ ଜଣେ ବ୍ଯକ୍ତି ଏହି ମନ୍ଦିରର ନିର୍ମାତା ଅଟନ୍ତି । ଯିଏ କି ହରିୟାଣାର ମାଦଯା ଗାଁର । ଏହି ମନ୍ଦିରରେ ଅବସ୍ଥିତ ଶିଳାଲିପିରେ ଲେଖା ଅଛି ଉତ୍ତମଚାନ୍ଦ୍ ଓ ଶୋଭରାଜ ମଧ୍ୟ ଏହି ମନ୍ଦିର ନିର୍ମାଣ କାର୍ଯ୍ଯର ଅଂଶ ବିଶେଷ ।

ଏହି ରାସ୍ତା ଦେଇ ଯାଉଥିବା ଖାସ୍ କରି ଭାରତୀୟ ବେପାରୀମାନେ ଏହି ମନ୍ଦିରରେ ମଥା ଟେକିଥାନ୍ତି ଏବଂ କିଛି ବେପାରି ଏଠାରେ ଥିବା ବିଶ୍ରାମ ଘରେ ବିଶ୍ରାମ ନେଇଥାନ୍ତି । କୁହାଯାଏ କି ଇରାନର ଲୋକ ମାନେ ମଧ୍ୟ ଏହି ଦୁର୍ଗା ମନ୍ଦିରକୁ ପୂଜା କରିବାକୁ ଆସୁଥିଲେ । ୧୮୬୦ରୁ ଏଠାରୁ ପୁଜାରୀ ଚାଲିଯାଇଛନ୍ତି । ଏହା ପରଠୁ କେହିବି ପୂଜାରୀ ଏଠାକୁ ଫେରିନାହାଁନ୍ତି । ସେହି ଦିନଠୁ ଏହି ଦୁର୍ଗା ମନ୍ଦିରକୁ ଶ୍ରଦ୍ଧାଳୁ ମାନଙ୍କ ଆସିବା ଏକଦମ୍ କମି ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.