ଭବିଷ୍ୟତକୁ ନେଇ ଏହି ସଙ୍କେତ ଦେଇଥାଏ ଆପଣଙ୍କ ଦାନ୍ତ ମଝିରେ ଥିବା ଫାଙ୍କ, ଜାଣନ୍ତୁ ଶୁଭ ନା ଅଶୁଭ

ସୁନ୍ଦର ଦେଖାଯିବା ପାଇଁ ଲୋକେ କେତେ କ’ଣ ଉପାୟ ଆପଣାଇ ଥାଆନ୍ତି। ଫେସିଆଲ, ହେୟାର ସ୍ପା ଭଳି ଏବେ ଦାନ୍ତ ଉପରେ ମଧ୍ୟ ଅଧିକ ଫୋକସ୍‌ କରିବାରେ ଲାଗିଛନ୍ତି। ମୋତି ଭଳି ଚମକ ଦାନ୍ତ ପାଇବା ପାଇଁ ଡେଣ୍ଟାଲ କ୍ଲିନିକ୍‌ ଯାଇ କ୍ଲିନିଂ ଆଦି କରାଇ ଥାଆନ୍ତି। ସେହିପରି ଯଦି କାହାର ଦାନ୍ତ ମଝିରେ ଫାଙ୍କ ରହିଛି, ତ ସେମାନେ ମଧ୍ୟ ମହଙ୍ଗା ଡେଣ୍ଟାଲ ସର୍ଜରୀ କରେଇବାକୁ ପଛାଉ ନାହାନ୍ତି। କିନ୍ତୁ ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ। ଦାନ୍ତ ମଝିରେ ଫାଙ୍କ ଥିଲେ ଏହା ଆପଣଙ୍କ ପାଇଁ ଖୁସିର ସଙ୍କେତ ହୋଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ଯେଉଁମାନଙ୍କର ଦାନ୍ତ ମଝିରେ ଫାଙ୍କ ଅଛି, ସେମାନେ ବଡ଼ ଭାଗ୍ୟଶାଳୀ ହୋଇଥାଆନ୍ତି। ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ।

ଦାନ୍ତ ମଝିରେ ଫାଙ୍କା ଜାଗାର ରହସ୍ୟ

୧. ଯେଉଁ ଲୋକଙ୍କର ଦାନ୍ତ ମଝିରେ ଫାଙ୍କ ରହିଥାଏ, ସେମାନେ ବହୁତ ଜ୍ଞାନବାନ ହୋଇଥାଆନ୍ତି। ଏହିଭଳି ବ୍ୟକ୍ତି ଅଦ୍ଭୁତ ପ୍ରତିଭାର ଅଧିକାରୀ ହେବା ସହିତ ଜୀବନରେ ଅନେକ ସଫଳତା ପାଇ ଥାଆନ୍ତି। ଏମାନଙ୍କ ବ୍ୟକ୍ତିତ୍ୱ ସରଳ ଏବଂ ସହଜ ହୋଇଥାଏ। ଏମାନେ ଅନ୍ୟ ଲୋକଙ୍କର ସେବା, ସହାୟତା କରି ଥାଆନ୍ତି।

୨. ଏଭଳି ବ୍ୟକ୍ତି ଖୋଲା ବିଚାରର ହୋଇ ଥାଆନ୍ତି। ଏମାନଙ୍କ ବିଚାରରେ ସଂକୀର୍ଣ୍ଣତା ନ ଥାଏ। ଏମାନେ କୌଣସି ବି ପ୍ରକାର ଭେଦଭାବ ରଖନ୍ତି ନାହିଁ।

୩. ଯଦି ଚାକିରି କରୁଥିବା ଲୋକଙ୍କ ଦାନ୍ତ ମଝିରେ ଫାଙ୍କା ଜାଗା ରହିଥାଏ, ତା’ହେଲେ ଏହା ଈଶାରା କରିଥାଏ କି, ଏମିତି ଲୋକ ନିଜ କ୍ୟାରିୟରରେ ବଡ଼ ସଫଳତା ହାସଲ କରିବେ।

୪. ଯେଉଁ ଲୋକଙ୍କର ସାମ୍ନା ଦାନ୍ତ ମଝିରେ ଫାଙ୍କ ରହିଛି, ସେମାନେ ସକାରାତ୍ମକ ଶକ୍ତିରେ ଭରପୂର ଥାଆନ୍ତି। ଏହି ଲୋକେ କୌଣସି ବି କାମକୁ ବଡ଼ ଉତ୍ସାହର ସହିତ କରି ଥାଆନ୍ତି ଏବଂ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି।

୫. ଯେଉଁ ଲୋକଙ୍କର ଦାନ୍ତର ଆକାର ସମାନ ହେବା ସହିତ ସେଥିରେ ଚମକ ରହିଥାଏ, ସେମାନେ ବହୁତ ସୁଖୀ ଜୀବନ ଅତିବାହିତ କରି ଥାଆନ୍ତି।

୬. ଯେଉଁମାନଙ୍କର ସାମ୍ନା ଦାନ୍ତଗୁଡ଼ିକ ଫାଙ୍କା ଫାଙ୍କା, ସେମାନେ ବହୁତ ଜୀବନ୍ତ ମଣିଷ। ଜୀବନରେ କୌଣସି ବି କାମରେ ସଫଳତା ନ ମିଳିଲେ, ସହଜରେ ହାର୍‌ ମାନି ନ ଥାଆନ୍ତି। ଏମିତି ଲୋକ ସମସ୍ୟା ଆସିଲେ ମଧ୍ୟ ଡରି ଯାଆନ୍ତି ନାହିଁ, ବରଂ ଧୌର୍ଯ୍ୟର ସହ ସାମ୍ନା କରି ଥାଆନ୍ତି।

୭. ଦାନ୍ତ ମଝିରେ ଫାଙ୍କ ଥିବା ଲୋକମାନେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟପେୟ ପ୍ରତି ସୌଖିନ ହୋଇଥାଆନ୍ତି।

୮. ଏମାନେ ଆର୍ଥିକ ମାମଲାରେ ବୁଝିଲା ଭଳି ବ୍ୟକ୍ତିତ୍ୱ ହୋଇଥାଆନ୍ତି। ଏମିତି ଲୋକ ବୁଝି ବିଚାରି ନିଷ୍ପତ୍ତି ନେଇ ଥାଆନ୍ତି। ଏଥିପାଇଁ ଏମାନଙ୍କୁ ଜୀବନରେ କେବେ ପଇସାର ଅଭାବ ରହି ନ ଥାଏ।

Leave A Reply

Your email address will not be published.