ତାଲା କି ଗେଟ୍‌ ନ ଭାଙ୍ଗି ହାଜତରୁ ଫେରାର ହୋଇଗଲା ଚୋର, ଧରା ପଡ଼ିବା ପରେ ଦେଖାଇଲା ଡେମୋ; ଦେଖନ୍ତୁ ଭିଡିଓ

ପୋଲିସଙ୍କ ହୋସ୍‌ ଉଡ଼ାଇଦେଲା ଚୋର। ଲକ୍‌ଅପ୍‌ର ତାଲା ନ ଭାଙ୍ଗି ଚୋରଟି ଆରାମରେ ବାହାରି ଆସିଲା ବାହାରକୁ। ଯାହା ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ପୁନେସ୍ଥିତ ଏକ ଥାନାରେ। ଏଠାରେ ଏକ ଚୋର ଜେଲର ଗ୍ରୀଲ୍‌ ଓ ତାଲା ନ ଭାଙ୍ଗି ଆରାମରେ ହାଜତରୁ ବାହାରିଆସିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରିପୋର୍ଟ ମୁତାବକ, ପୁନେ-ନାସିକ ହାଇେଓ୍ଵ ନିକଟସ୍ଥ ଏକ ପୋଲିସ ଷ୍ଟେସନ୍‌ର ଲକ୍‌ଅପ୍‌ରୁ ଏକ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଲକ୍‌ଅପ୍‌ର ତାଲା ବନ୍ଦ ଥିଲା ଓ ଲୁହାର ଗେଟ୍‌ ବି ଠିକ୍‌ ଥିଲା। କିନ୍ତୁ ଚୋରଟି ହାଜତରୁ ଫେରାର ହେବାରେ ସକ୍ଷମ ହୋଇଥିଲା। ଏଣୁ ପୋଲିସମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସମାନେ ବୁଝିପାରୁନଥିଲେ ଯେ ଚୋରଟି ଗଲା କେମିତି। ତେବେ ସୌଭାଗ୍ୟବଶତଃ ପୋଲିସମାନେ ପୁଣିଥରେ ଉକ୍ତ ଚୋରକୁ ଧରିବାରେ ସକ୍ଷମ ହୋଇଥିଲେ। ଚୋରକୁ ଥାନାକୁ ଆଣିବା ପରେ ସେ ଫେରାର ହେଲା କେମିତି ସେ ନେଇ ପଚାରିବାରୁ ସେ ତାହାର ଟ୍ରିକ୍‌ ଦେଖାଇଥିଲା।

ଦେଖନ୍ତୁ ଭିଡିଓ:

ଚୋରଟି ଜେଲର ଗେଟ୍‌ରେ ଥିବା ଫାଙ୍କାରେ ମୁଣ୍ଡ ପୂରାଇ ଆରାମରେ ବାହାରକୁ ଆସିଯାଇଥିଲା। ଯାହା ଦେଖି ପୋଲିସ ମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଚୋରର ଏଭଳି ଫେରାର ହେବା ଦେଖି ଏବେ ହାଜତର ଗେଟ୍‌ର ଡିଜାଇନ୍‌କୁ ବଦଳାଇବା ଜରୁରୀ ହୋଇପଡ଼ିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 Also Read: ‘ପୁଷ୍ପା ୨’ର ଆଇଟମ୍‌ ଗୀତରେ ସାମନ୍ଥାଙ୍କୁ ରିପ୍ଲେସ୍‌ କରିବେ ଏହି ଅଭିନେତ୍ରୀ, ସ୍ପଷ୍ଟ କଲେ ନିର୍ମାତା

Leave A Reply

Your email address will not be published.