ଏହି ଦମ୍ପତି ସବୁବେଳେ ରୁହନ୍ତି ନ୍ୟୁଡ୍‌! କୁହନ୍ତି, ‘ପୋଷାକ ପିନ୍ଧିଲେ ଅଶାନ୍ତ ଲାଗେ’; ଜାଣନ୍ତୁ କିଏ ସେମାନେ

ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜର ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମହିଳାଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଏବଂ ସେମାନଙ୍କ ଗାରିମା କ୍ଷୁର୍ଣ୍ଣ କରିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ରଣବୀରଙ୍କ ବିରୋଧରେ ଯେଉଁ ଧାରାରେ ମାମଲା ରୁଜୁ ହୋଇଛି, ତାହା ଅନୁସାରେ ଅଭିନେତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ। ତେବେ ଏହା ତ ଗଲା ରଣବୀରଙ୍କ କଥା, ଏହାରି ଭିତରେ ଜଣେ ବ୍ରିଟିଶ ମହିଳାଙ୍କ ଲାଇଫ୍‌ଷ୍ଟାଇଲ ଚର୍ଚ୍ଚାକୁ ଆସିଛି।

ବ୍ରିଟିଶ ମହିଳା ଜଣକ ସବୁବେଳେ ବିନା କପଡ଼ାରେ ହିଁ ରହି ଥାଆନ୍ତି। ମହିଳା କୁହନ୍ତି, ତାଙ୍କୁ କପଡ଼ା ପିନ୍ଧିବାରେ ଅଶାନ୍ତ ଅନୁଭବ ହୋଇଥାଏ। ସେ ନିଜ ପ୍ରେମିକଙ୍କୁ ବି କପଡ଼ା ନ ପିନ୍ଧି ରହିବାକୁ ରାଜି କରାଇ ନେଇଛନ୍ତି। ୩୨ ବର୍ଷୀୟା ଏହି ମହିଳାଙ୍କ ନାଁ ସ୍ୟାଡି ଟାନ୍‌, ଯିଏ ନିଜ ପ୍ରେମିକ କୋଲିନ୍‌ଙ୍କ ସହିତ ରହୁଛନ୍ତି। ସ୍ୟାଡି କୁହନ୍ତି, ପୋଷାକ ମୋତେ ଅଶାନ୍ତ କରିଥାଏ।

nude
photo: Lancashire Evening Post

ସ୍ୟାଡି ହେଉଛନ୍ତି ପରିବେଶ ଜୀବ ବିଜ୍ଞାନର ଛାତ୍ରୀ। ସେ କହିଛନ୍ତି ଯେ ‘ମୁଁ ସବୁବେଳେ ବିନା ପୋଷାକରେ ରହିବାକୁ ପସନ୍ଦ କରି ଆସିଛି। ମୁଁ ନ୍ୟୁଡ୍‌ ରହିବାକୁ ପସନ୍ଦ କରିଥାଏ। କାହିଁକି ନା, ମୁଁ ଏହିପରି ଭାବେ ଅଧିକ ସହଜ ଅନୁଭବ କରେ। ଏହି ଅବସ୍ଥାରେ ମୋତେ ସ୍ୱତନ୍ତ୍ର ଏବଂ ଆନନ୍ଦରେ ଥିଲା ଭଳି ଅନୁଭବ ହୋଇଥାଏ’। ସ୍ୟାଡିଙ୍କ କହିବା ହେଲା, ପୋଷାକ ପିନ୍ଧିଲେ, ଆଧୁନିକ ଜୀବନର ଉପେକ୍ଷା ଏବଂ ଚାପର ପରସ୍ତ ଚଢ଼ି ଯାଉଥିବାର ଅନୁଭବ ହୋଇଥାଏ। ଏହି ପରସ୍ତ ମନରେ ଅଶାନ୍ତି ଆଣିଥାଏ।

couple2
photo: Daily Mail

ଯଦିଓ ଦମ୍ପତିଙ୍କୁ ଏଥିପାଇଁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ, କିନ୍ତୁ ସ୍ୟାଡି ଓ କୋଲିନ୍‌ ଉଭୟେ ନିଜର ‘ନ୍ୟୁଡ୍‌ ଗେଟ୍‌ଅପ’ ଉପରେ କିଛି ବି ଅସହଜ ଅନୁଭବ କରି ନ ଥାଆନ୍ତି। ସେମାନଙ୍କୁ ପ୍ରକୃତି ପାଖରେ ରହିବାକୁ ପସନ୍ଦ ଲାଗିଥାଏ। ଦମ୍ପତି ନିଜ ଜୀବନଶୈଳୀ ଏମିତି ଭାବେ କରି ନେଇଛନ୍ତି, ଯେପରି ସେମାନେ ପ୍ରକୃତି ଉପରେ ଅଧିକ ନିର୍ଭର କରି ପାରିବେ। ବର୍ତ୍ତମାନ ଏହି ଦମ୍ପତି ନ୍ୟୁଡ୍‌ ହୋଇ ପୂରା ବ୍ରିଟେନରେ ସାଇକେଲରେ ଭ୍ରମଣ କରୁଛନ୍ତି। ସେମାନେ ନିଜକୁ ‘ପ୍ରକୃତିବାଦୀ’ ବା ‘ନେଚର ଲଭର୍‌’ ବୋଲି କହୁଛନ୍ତି।

ଦମ୍ପତିଙ୍କୁ ନିଜ ନ୍ୟୁଡ୍‌ ଗେଟ୍‌ଅପ ପାଇଁ ଟ୍ରୋଲ ହେବାକୁ ପଡ଼ୁଛି। ୪ ଜୁଲାଇରେ ସାଇକେଲ ଯାତ୍ରା କରୁଥିବା ବେଳେ ଏହି ଦମ୍ପତିଙ୍କୁ ଜଣେ ବାଇକ୍‌ ଚାଳକ ଧକ୍କା ମାରି ଦେଇଥିଲେ। ଏହି ଘଟଣାକୁ ନେଇ ଉଭୟ ବହୁତ ଡରି ଯାଇଥିଲେ। ଯଦିଓ ସେମାନେ ପୁଣିଥରେ ନିଜ ଯାତ୍ରା ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.